Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajendra Dholakia: ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଚାଲିଗଲେ ନୂଆପଡ଼ା MLA, ୪ ଥର ହୋଇଥିଲେ ବିଧାୟକ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Rajendra Dholakia: ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ଚାଲିଗଲେ ନୂଆପଡ଼ା MLA, ୪ ଥର ହୋଇଥିଲେ ବିଧାୟକ

Key Points

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ନୂଆପଡ଼ା: ଆଖି ବୁଜିଲେ ନୂଆପଡ଼ା ବିଧାୟକ । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଢୋଲକିଆଙ୍କୁ ଚେନ୍ନାଇ ନିଆ ଯାଇଥିଲା । ଚେନ୍ନାଇ ସ୍ଥିତ MGM ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ହେଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ଖରିଆର୍ ରୋଡ୍ ଏନଏସି ଅଧ୍ୟକ୍ଷରୁ ନୂଆପଡ଼ା ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଥରେ ସ୍ଵାଧୀନ ଓ ୩ ଥର ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଢୋଲକିଆ । ପୂର୍ବ ବିଜେଡି ସରକାରରେ ରାଜେନ୍ଦ୍ର ଢୋଲକିଆ ଯୋଜନା ଓ ସମନ୍ଵୟ ବିଭାଗର ମନ୍ତ୍ରୀ ଥିଲେ । ୪ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ନୂଆପଡ଼ା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

Sponsored
Nuapada MLA Rajendra Dholakia Passes Away During Treatment in Chennai | Argus News | Argus News