OAS ଓ ORS ଅଧିକାରୀଙ୍କୁ ରାଜସ୍ଵ ବିଭାଗର ତାଗିଦ୍, କାରଣ ନ ଥାଇ ଷ୍ଟେସନ୍ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

Key Points
କାମ ନ ଥାଇ ବାବୁ ଆସୁଛନ୍ତି ଭୁବନେଶ୍ଵର । ଲୋକସେବା ଭବନ ସହ ଅନ୍ୟ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ ।
ଭୁବନେଶ୍ଵର: କାମ ନ ଥାଇ ବାବୁ ଆସୁଛନ୍ତି ଭୁବନେଶ୍ଵର । ଲୋକସେବା ଭବନ ସହ ଅନ୍ୟ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି । ଫଳରେ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ । ଲୋକଙ୍କୁ ସେବା ଯୋଗାଇଦେବାକୁ ନିୟୋଜିତ OAS ଓ ORS ଅଧିକାରୀ ବିନା ଅନୁମତିରେ ବାରମ୍ବାର ଭୁବନେଶ୍ଵର ଆସୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।
ଏନେଇ ସମସ୍ତ ଜିଲ୍ଲାପାଳ ଓ ଆରଡିସିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି । ଯେଉଁଥିରେ କୁହାଯାଇଛି, ଅନେକ OAS ଓ ORS ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ରହି ଲୋକସେବା ଭବନ ଏବଂ ଭୁବନେଶ୍ଵରର ଅନ୍ୟ କାର୍ଯ୍ୟାଳୟରେ ବୁଲୁଥିବା ନଜରକୁ ଆସିଛି ।
ଏହା ବେଶ ଚିନ୍ତାଜନକ । ବ୍ୟକ୍ତିଗତ କାମ ଲାଗି ଅଫିସ୍ ସମୟରେ ବିନା ଅନୁମତିରେ ନିଜ ଷ୍ଟେସନ ଛାଡ଼ିବା ଦ୍ଵାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବା ସହ ରାଜସ୍ଵ ସେବା ପ୍ରଭାବିତ ହେଉଛି ।
ଏ ନେଇ ଜିଲ୍ଲାପାଳ ଓ ଆରଡିସିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ଲେଖିଛି । ବିନା ଅନୁମତିରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଧିକାରୀଙ୍କୁ ତାଗିଦ୍ କରିବାକୁ କହିଛି ରାଜସ୍ଵ ବିଭାଗ । ଆଗକୁ ଏଭଳି ଘଟଣା ନଜରକୁ ଆସିଲେ ସରକାରଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଅଧିକାରୀଙ୍କ ବିରୋଧରେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ବିଭାଗ ଚେତାଇ ଦେଇଛି ।