Budget Session / ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ, ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
·4 months ago·2 min read

Key Points
ବଜେଟ ଅଧିବେଶନର ତୃତୀୟ ଦିନ
ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
ଆସନ୍ତା କାଲି ଉପସ୍ଥାପିତ ହେବ ବଜେଟ
ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ
ଆସନ୍ତା କାଲି ଉପସ୍ଥାପିତ ହେବ ବଜେଟ
ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶା (19/02): ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଆଜି ବିଧାନସଭାରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆସନ୍ତାକାଲି ରାଜ୍ୟ ବଜେଟ ଆସିବାକୁ ଯାଉଥିବା ବେଳେ ଆଜି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ତେବେ ବଜେଟ ଅଧିବେଶନର ତୃତୀୟ ଦିନରେ ଆଜି ବି ବେଶ ସରଗରମ ରହିବ ଗୃହ । ତୃତୀୟ ଦିନରେ ମଧ୍ୟ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରି ଗୃହ ହୁଲସ୍ତୁଲ କରିପାରନ୍ତି ବିରୋଧୀ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ଯଦି ଗୃହ ସ୍ବଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଯୋଜନା ଓ ସଂଯୋଜନା, ଇସ୍ପାତ ଓ ଖଣି, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି । ସେହିପରି ଅପରାହ୍ନ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବଜେଟ ଅଧିବେଶନର ଦ୍ଵିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଧାନ କିଣା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ। ହାତରେ ବ୍ୟାନର ପୋଷ୍ଟର ଦେଖାଇବା ସହ ଗୃହ ଭିତରେ କରିଥିଲେ ନାରାବାଜି। ଏପରିକି ଧାନ ଆଣି ଗୃହ ମଧ୍ୟ ଭାଗରେ ଥିବା ଟେବୁଲରେ ଢ଼ାଳିଥିଲେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ବିଜେଡି ସହ ତାଳ ଦେଇ କଂଗ୍ରେସ ବିଧାୟକ ବି କରିଥିଲେ ନାରାବାଜି। ଅଳ୍ପ କିଛି ସମୟ ଭିତର ଗୃହକୁ 11.30 ଯାଏ ମୂଳତବି ଘୋଷଣା କରିଥିଲେ ବାଚସ୍ପତି। ଶୂନ୍ୟ କାଳ ଆରମ୍ଭ ରେ ବି ଦେଖିବାକୁ ମିଳିଥିଲା ସମାନ ଚିତ୍ର। ବିରୋଧୀ ଙ୍କ ହୋ ହାଲ୍ଲା ଯୋଗୁଁ ଦୁଇ ମିନିଟ ଚାଲି ପାରିଲାନାହିଁ ଗୃହ।
ପଢ଼ନ୍ତୁ ଏହି ଖବର: ଅର୍ଥନୈତିକ ସର୍ଭେ ରିପୋର୍ଟ, ବଢିଛି ମୁଣ୍ଡପିଛା ଆୟ
ବିଧାନସଭା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ 59 ଲକ୍ଷ 92 ହଜାର 864 ମେଟ୍ରିକ ଟନ ଧାନ ଆସିଛି..59 ଲକ୍ଷ 73 ହଜାର 552 ମେଟ୍ରିକ ଧାନ କିଣା ହୋଇଥିବା ବେଳେ 58 ଲକ୍ଷ 6 ହଜାର 432 ମେଟ୍ରିକ ଟନ ଧାନ ଉଠା ହୋଇଛି। 13 ଲକ୍ଷ 90 ହଜାର 978 ଚାଷୀ ଧାନ ବିକ୍ରି କରିସାରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories