Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୁଶୁଡ଼ିଲା ଲାଲଗଡ଼,୧୫ ମାଓବାଦୀ କଲେ ଆତ୍ମସମର୍ପଣ

Odisha

Mao Surrendered / ଭୁଶୁଡ଼ିଲା ଲାଲଗଡ଼,୧୫ ମାଓବାଦୀ କଲେ ଆତ୍ମସମର୍ପଣ

Bikash Mohanty
Browse all articles by Bikash Mohanty
·2 months ago·2 min read
ଭୁଶୁଡ଼ିଲା ଲାଲଗଡ଼,୧୫ ମାଓବାଦୀ କଲେ ଆତ୍ମସମର୍ପଣ
Maoist

Key Points

ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ
ଛତିଶଗଡ଼ରେ କଲେ  ଆତ୍ମସମର୍ପଣ
ସୁଦର୍ଶନଙ୍କ ସହ BBM କମିଟି ସଦସ୍ୟ କଲେ ଆତ୍ମସମର୍ପଣ
ଛତିଶଗଡ଼ରେ ଆତ୍ମସମର୍ପଣ କଲେ ଓଡ଼ିଶା କ୍ୟାଡର୍ ୧୫ ମାଓବାଦୀ। ମାଓନେତା ସୁଦର୍ଶନଙ୍କ ସହ BBM ରାଜ୍ୟ କମିଟି ସଦସ୍ୟ କଲେ ଆତ୍ମସମର୍ପଣ। ୩ଟି ଏକେ-୪୭, ୨ଟି ଇନ୍‌ସାସ୍‌, ୨ଟି ଏସ୍‌ଏଲ୍‌ଆର୍ ବନ୍ଧୁକ ସହ ଗୁଳି ଜବତ
ଡେଡଲାଇନ ପୂର୍ବରୁ ମାଓମୁକ୍ତ ହେବ ଗନ୍ଧମାର୍ଦନ। ବଲାଙ୍ଗିର ବରଗଡ ମହାସମୁଦ ଡିଭିଜନର ୧୫ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ଏନେଇ ସର୍ଚ୍ଚଅପରେସନ ଚାଲୁଥିଲା। କିନ୍ତୁ କମ୍ବିଂ ଜୋରଦାର ପରେ ସରେଣ୍ଡର କରିବାକୁ ଶ୍ରେୟକର ମଣିଛନ୍ତି ମାଓବାଦୀ। ଏନେଇ ମାଓବାଦୀମାନେ ଛତିଶଗଡ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଚିଠି ଲେଖିଥିଲେ। ଗୃହମନ୍ତ୍ରୀ ବିଜୟ ଶର୍ମା ରେଡିଓରେ ବାର୍ତା ଦେବା ପରେ ଆଜି ମାଓବାଦୀ ସରେଣ୍ଡର କରିବାକୁ ଯାଉଛନ୍ତି। ଏନେଇ ୧୫ ମାଓବାଦୀଙ୍କ ଫଟୋ ସାମ୍ନାକୁ ଆସିଛି। ଛତିଶଗଡର ୧୪ କ୍ୟାଡର ମାଓବାଦୀ ଓ ତେଳେଙ୍ଗାନାର ଜଣେ ଆତ୍ମସମର୍ପଣ କରିଛନ୍ତି।
ଗତ ୨୪ ତାରିଖରେ ବଲାଙ୍ଗିର, ବରଗଡ଼ ଓ ମହାସମୁନ୍ଦ (BBM) ଡିଭିଜନର ୧୫ ଜଣ ମାଓବାଦୀ ଆତ୍ମସମର୍ପଣ କରିବା ପାଇଁ ଚିଠି ଲେଖିଥିଲେ। ଛତିଶଗଡ଼ ସରକାରର ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ମାଓବାଦୀ। ବନ୍ଧୁକ ଧରି ଜନ ଯୁଦ୍ଧ କରିବା ଅସମ୍ଭବ। ଆତ୍ମସମର୍ପଣ କରି ଜନତାଙ୍କ ସହ ରହି କରିବା ଠିକ୍ ପଦକ୍ଷେପ ହେବ। ଆମକୁ ଜଙ୍ଗଲରୁ ବାହାରିବାକୁ ପ୍ରାୟ ଏକ ସପ୍ତାହ ଲାଗିବ। ମାର୍ଚ୍ଚ ୧୫ ସୁଦ୍ଧା ଛତିଶଗଡ଼ରେ ଆତ୍ମସମର୍ପଣ କରିବୁ ବୋଲି ନିଷ୍ପତ୍ତି ନେଇଛି ସଂଗଠନ ବୋଲି ଚିଠିରେ ଉଲେଖ ଅଛି। ଆତ୍ମସମର୍ପଣ ପାଇଁ ୧୫ ନକ୍ସଲ ଜଙ୍ଗଲରୁ ବାହାରି ସାରିଛନ୍ତି। କିଛି ଆଗରେ ରହିଛନ୍ତି ଏବଂ କିଛି ନକ୍ସଲ ରୋଗାଗ୍ରସ୍ତ ଥିବାରୁ ଧୀରେ ଧୀରେ ଆସୁଛନ୍ତି। ମାର୍ଚ୍ଚ ୧ ତାରିଖ ସୁଦ୍ଧା ଛତିଶଗଡ଼ ସରକାରଙ୍କ ସହ ସଂପର୍କରେ ଆସିବୁ। ସବୁଜ ସଙ୍କେତ ମିଳିଲେ ଆତ୍ମସମର୍ପଣ କରିବୁ | ତେବେ ଏହା ପୂର୍ବରୁ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ପୁଲିସକୁ କମ୍ବିଂ ଅପରେସନ୍ ନ କରିବା ପାଇଁ ନିର୍ଦେଶ ଦିଆଯାଉ। ନଚେତ ପୁଲିସକୁ ଦେଖି ନକ୍ସଲ ଏପଟେ ସେପଟେ ଚାଲିଯିବେ। ପୁଣି ତାଙ୍କୁ ଖୋଜିବା ମୁସ୍କିଲ ହେବ, ୩ଟି ଜିଲ୍ଲାରେ ପୋଲିସର ଗତିବିଧ‌ି କମିଲେ ସଂଗଠନର ବହୁ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି ଚିଠିରେ ଉଲେଖ କରିଛନ୍ତି ବିବିଏମ୍ ମୁଖ୍ୟ ବିକାଶ।

ସେପଟେ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସରକାର ଟାର୍ଗେଟ୍ ଦେଇଛନ୍ତି। ଏହା ପୂର୍ବରୁ ମାଓ ଦମନ ଅଭିଯାନକୁ ଜୋରଦାର କରିଛି ପୁଲିସ। ଅପରେସନ୍ ବ୍ଲାକ୍ ଫରେଷ୍ଟ-୨ରେ ପରେ ଆତ୍ମସମର୍ପଣ ରାସ୍ତାକୁ ଫେରିବାକୁ ମନ ବଳାଇଥିଲା  ବିବିଏମ୍ ।

ସେପଟେ ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଛି ମାଓ ବାଦ୍। ପ୍ରତିଦିନ କେଉଁ ଅଞ୍ଚଳରେ ମାଓ ବାଦୀ ଆତ୍ମସମର୍ପଣ କରୁଛନ୍ତି ତ କେଉଁଠି ଏନକାଉଣ୍ଟରରେ ନିହତ ହେଉଛନ୍ତି। ଗତ କିଛିଦିନ ତଳେ ତେଲେଙ୍ଗାନା-ଛତିଶଗଡ଼ ସୀମାରେ ସୁରକ୍ଷାବାହିନିର ୫ ମାଓବାଦୀ ନିହତ ହୋଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mao Surrendered | 15 Odisha Maoists Surrender in Chhattisgarh | BBM Leader Sudarshan Among Them | Argus News