|
logo
Live

Argus News - ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା

Odisha

Weather / ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା

Key Points

ପଛକୁ ପଛ ଦୁଇଟି ଲଘୁଚାପ

ଭିଜିବ ଦଶହରା

ଅରେଞ୍ଜ ଏବଂ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ପଛକୁ ପଛ ଦୁଇଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରି ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆସନ୍ତାକାଲି ନେବ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ଓ ବାକି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥର ପାର୍ବଣ ଋତୁ ଭିଜିବ। ଦଶହରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଯାହାକୁ ନେଇ ରାଜ୍ୟବାସୀ ଦୁଃଖ ପ୍ରକାଶ କରୁଛନ୍ତି। 


ସେପଟେ କେନ୍ଦ୍ରୀୟ ମିଆଁମାର ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମଦଗିରେ ଗତି କରିବ । ୨୬ ତାରିଖରେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ଅବପାତର ରୂପ ନେବ। ୨୭ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷିବ।


ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ। ଆସନ୍ତାକାଲି ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ମାଲକାନଗିରିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ପାଇଁ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।


ୟେଲୋ ଓ୍ୱାର୍ଣ୍ଣିଂ କଣ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧-ପାଗ ଗୁରୁତର ଭାବରେ ଖରାପ ହେବ ବୋଲି ପୂର୍ବାନୁମାନ କରାଯାଇଛି, ଯଦିଓ ତୁରନ୍ତ ବିପଜ୍ଜନକ ନୁହେଁ।
୨-ଏହି ତୀବ୍ରତା କିଛି ଦିନ ଧରି ରହିବ ବୋଲି ଆଶା କରାଯାଉଛି।
୩-ଏହା ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବାର ସମ୍ଭାବନାକୁ ସୂଚିତ କରେ, ଯେପରିକି ମଧ୍ୟମ ବର୍ଷା, ଯାହା ନିମ୍ନ ଅଞ୍ଚଳରେ ପୃଥକ ବନ୍ୟା ସୃଷ୍ଟି କରିପାରେ।
୪- ସ୍ଥାନୀୟ ବାସିନ୍ଦାମାନେ "ସଚେତନ" ରହିବା ଉଚିତ ଏବଂ ସ୍ଥାନୀୟ ପରିସ୍ଥିତି ବିଷୟରେ ଅପଡେଟ୍ ରହିବା ଉଚିତ।


ଅରେଞ୍ଜ ଓ୍ୱାର୍ଣ୍ଣିଂ କଣ ?


ଆଶା କରାଯାଉଥିବା ପାଗ ପରିସ୍ଥିତି ପୂର୍ବରୁ ଏକ କମଳା ରଙ୍ଗର ପାଣିପାଗ ସତର୍କତା ଦିଆଯାଇଛି ଯାହା କୌଣସି ଅଞ୍ଚଳର ଲୋକ, ସମ୍ପତ୍ତି ଏବଂ କାର୍ଯ୍ୟକଳାପକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିପାରେ। ପ୍ରଭାବିତ ଅଞ୍ଚଳର ଲୋକମାନେ ଏବେ ପ୍ରତ୍ୟାଶିତ ପରିସ୍ଥିତି ପାଇଁ ଉପଯୁକ୍ତ ଭାବରେ ପ୍ରସ୍ତୁତ ହେବା ଉଚିତ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Weather: ଭିଜିବ ଦଶହରା, ଆଜିଠୁ ବଡ଼ ବର୍ଷା ସମ୍ଭାବନା | Argus News