Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ୧୨ ବିଜ୍ଞାପିତ ପରିଷଦ ଗଠନ ପାଇଁ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି

Sushanta Sahoo
Browse all articles by Sushanta Sahoo
·11 months ago·1 min read
ନୂଆ ୧୨ ବିଜ୍ଞାପିତ ପରିଷଦ ଗଠନ ପାଇଁ ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି

Key Points

ଅନୁଗୁଳ, ସୁବର୍ଣ୍ଣପୁର, ବାଲେଶ୍ଵର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ନୂତନ କରି ମୋଟ ୧୨ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ।

ଭୁବନେଶ୍ଵର: ରାଜ୍ୟର ୭ଟି ଜିଲ୍ଲାରେ ନୂଆ କରି ୧୨ଟି ବିଜ୍ଞାପିତ ପରିଷଦ (NAC) ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନୁଗୁଳ, ସୁବର୍ଣ୍ଣପୁର, ବାଲେଶ୍ଵର, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ନୂତନ କରି ମୋଟ ୧୨ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ।


ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ନୂଆ କରି ୨୧ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଦିନକ ପରେ ୧୨ ବିଜ୍ଞାପିତ ପରିଷଦ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଏହା ପରେ ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ।


ଅନୁଗୁଳର ପାଲଲହଡ଼ା, ସୁବର୍ଣ୍ଣପୁରର ବୀରମହାରାଜପୁର, ବାଲେଶ୍ଵରର ସିମୁଳିଆ ଓ ବସ୍ତା, ମୟୂରଭଞ୍ଜର ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ାର ବିଷମ କଟକ, ସମ୍ବଲପୁରର ବାମରା ଓ ରେଙ୍ଗାଲି, ଭଦ୍ରକର ତିହିଡ଼ି ଓ ଧୁଷୁରୀକୁ ନେଇ ନେଇ ବିଜ୍ଞାପିତ ପରିଷଦ ଗଠନ କରାଯିବ । ନୂଆ କରି ୧୨ଟି NAC ଗଠନ ହେଲେ ଲୋକଙ୍କୁ ଅନେକ ସୁବିଧା ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Govt Announces Formation of 12 New NACs in 7 Districts | Argus News