Videos
|
Odisha

ରାଜ୍ୟରେ ରହିବେନି ଭୂମିହୀନ, ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାଜ୍ୟରେ ରହିବେନି ଭୂମିହୀନ, ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର

Key Points

ରାଜ୍ୟରେ ରହିବେନି ଜଣେ କେହି ବି ଭୂମିହୀନ । ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର ।

ନବରଙ୍ଗପୁର: ରାଜସ୍ଵ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ରହିବେନି ଜଣେ କେହି ବି ଭୂମିହୀନ । ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିରେ ସହିଦ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ କଥା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।


ରାଜସ୍ଵ ମନ୍ତ୍ରୀ କହିଛନ୍ତି, ଜମି ପଟ୍ଟା ନେଇ ସରକାର ସଚେତନ ଅଛନ୍ତି । ପ୍ରତ୍ୟେକ ଭୂମିହୀନଙ୍କୁ ଖୋଜି ଖୋଜି ବାହାର କରିବା ସହିତ ସେମାନଙ୍କୁ ପଟ୍ଟା ଦେବା ଦାୟିତ୍ୱ ତହସିଲଦାରଙ୍କର । ଏଥିସହ ବର୍ତ୍ତମାନ ବିଦ୍ୟାଳୟମାନେ ମଧ୍ୟ ଭୂମିହୀନ ହୋଇ ଯାଇଥିବା କହିବା ସହିତ ସ୍କୁଲ୍ ନାମରେ ଜମି ପଟ୍ଟା କରି ତହସିଲଦାର ନିଜେ ସ୍କୁଲ ଯାଇ ଦେବେ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।


ପୂର୍ବରୁ ବିଦ୍ୟାଳୟରେ ପାଠ ପଢ଼ାଇବା କାର୍ଯ୍ୟ ଛାଡ଼ି ଶିକ୍ଷକମାନେ ଜମି ପଟ୍ଟା ପାଇଁ ତହସିଲ୍ କାର୍ଯ୍ୟାଳୟର ଚକ୍କର କାଟୁଥିଲେ । ତେଣୁ ଏଣିକି ତହସିଲଦାର ନିଜେ ସ୍କୁଲକୁ ଯାଇ ଜମି ପଟ୍ଟା ଯୋଗାଇଦେବେ ବୋଲି କହିଛନ୍ତି ମନ୍ତ୍ରୀ । ଜଙ୍ଗଲ କିସମ ଜମି ହୋଇଥିଲେ ମଧ୍ୟ ସ୍କୁଲକୁ ଉକ୍ତ ଜମି ହସ୍ତାନ୍ତର କରାଯିବ ।


ପୂର୍ବରୁ ଜେଜେବାପା ସ୍କୁଲକୁ ଦାନ କରିଥିବା ଜମିକୁ ନାତି ନିଜର ବୋଲି ଦାବି କରି ପ୍ରତିବଦଳରେ ଜମି ପାଇଁ ଦାବି କଲେ ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଚଳିତ ସରକାରର କାର୍ଯ୍ୟକାଳ ଶେଷ ପୂର୍ବରୁ ରାଜ୍ୟକୁ ଭୂମିହୀନ ମୁକ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: