Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chicken, mutton କାଟି ରାସ୍ତାରେ ଏଣେତେଣେ ପକାଇବେ ନାହିଁ ଦୋକାନୀ; ସଚେତନ କରିବ ପୌର ସଂସ୍ଥା

Sushanta Sahoo
Browse all articles by Sushanta Sahoo
·10 months ago·2 min read
Chicken, mutton କାଟି ରାସ୍ତାରେ ଏଣେତେଣେ ପକାଇବେ ନାହିଁ ଦୋକାନୀ; ସଚେତନ କରିବ ପୌର ସଂସ୍ଥା

Key Points

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ । ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ ।

ଭୁବନେଶ୍ଵର: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ସଜାଗ ଓଡ଼ିଶା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବିଭାଗ କଡ଼ାକଡ଼ି ପାଳନ କରିବେ ବୋଲି କହିଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ । ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ ।


ବନ୍ଧ୍ୟାକରଣ ଓ ଟୀକାକରଣ ପରେ ବୁଲା କୁକୁରଙ୍କୁ ଅଣାଯାଇଥିବା ସ୍ଥାନରେ ଛାଡ଼ି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜଳାନ୍ତକ ରୋଗରେ ପୀଡ଼ିତ ଥିବେ ସେମାନଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବ । ଏବେ ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଏବଂ ୬୪ ହଜାର ପୋଷା କୁକୁର ଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି ।


ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୁଲା କୁକୁରଙ୍କୁ ସର୍ବସାଧାରଣ ସ୍ଥାନରେ ଖାଇବାକୁ ଦିଆଯିବ ନାହିଁ । ତେଣୁ ବୁଲା କୁକୁରଙ୍କୁ ରାସ୍ତା କଡ଼ରେ ଖାଇବାକୁ ନ ଦେବା ଲାଗି ସଚେତନ କରିବ ପୌର ସଂସ୍ଥା । ଏଥିସହ ରାସ୍ତା କଡ଼ରେ ଚିକେନ, ମଟନ କାଟି ଏଣେ ତେଣେ ପକାଇ ପାରିବେ ନାହିଁ କିମ୍ବା ବୁଲା କୁକୁରଙ୍କୁ ବଳକା ମାଂସ ନ ଦେବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଦୋକାନୀ ଚିକେନ, ମଟନ ନ କାଟି ନିର୍ଦ୍ଦିଷ୍ଟ ସ୍ଥାନରେ କାଟିବେ । ଏନେଇ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ । ସାମଜିକ ସଂଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧାରିତ ସ୍ଥାନରେ ଖାଇବାକୁ ଦେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Odisha to Enforce Stray Dog Regulation After Supreme Court Directive | Argus News | Argus News