|
logo
Live

Argus News - SIR of electoral rolls: ଭୋଟର ତାଲିକା ସଂଶୋଧନ ପୂର୍ବରୁ ଆରମ୍ଭ ହେଲା ରାଜନୈତିକ ବୟାନବାଜି

Odisha

SIR of electoral rolls: ଭୋଟର ତାଲିକା ସଂଶୋଧନ ପୂର୍ବରୁ ଆରମ୍ଭ ହେଲା ରାଜନୈତିକ ବୟାନବାଜି

Sushanta Sahoo
Browse all articles by Sushanta Sahoo
·7 months ago·2 min read
SIR of electoral rolls: ଭୋଟର ତାଲିକା ସଂଶୋଧନ ପୂର୍ବରୁ ଆରମ୍ଭ ହେଲା ରାଜନୈତିକ ବୟାନବାଜି

Key Points

ଦୀର୍ଘ ୨୩ ବର୍ଷ ପରେ ରାଜ୍ୟରେ ହେବ SIR ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ । ଏନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ପରେ ଭୋଟର ତାଲିକା ସଂଶୋଧନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଭୁବନେଶ୍ଵର: ବିହାର ପରେ ଓଡ଼ିଶାରେ ଆରମ୍ଭ ହେବ SIR । ହଟିବେ ଅନୁପ୍ରବେଶକାରୀ ଓ ଜାଲି ଭୋଟର । ବିଜେଡିର ଚେତାବନୀ, ଶାସକ ଦଳକୁ ସୁହାଇଲା ଭଳି ଭୋଟର ତାଲିକା ପ୍ରସ୍ତୁତ ହେଲେ ଦଳ ରାସ୍ତାକୁ ଓହ୍ଲାଇବ । କଂଗ୍ରେସ କହିଲା, ଗତ ନିର୍ବାଚନ ବେଳେ ୪୨ ଲକ୍ଷ ଭୋଟରକୁ ନେଇ ଉପୁଜିଥିବା ସନ୍ଦେହକୁ ପ୍ରଥମେ ଦୂର କରାଯାଉ । ଆଇନ ମନ୍ତ୍ରୀଙ୍କ ଜବାବ ଭୋଟ ଜାଲିଆତି କରିଥିବା ଲୋକେ ଏବେ ଭୋଟର ସଂସ୍କାରକୁ କରୁଛନ୍ତି ବିରେୋଧ ।


ଦୀର୍ଘ ୨୩ ବର୍ଷ ପରେ ରାଜ୍ୟରେ ହେବ SIR ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ । ଏନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ପରେ ଭୋଟର ତାଲିକା ସଂଶୋଧନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ସୂଚୀ ଆସିବା ପରେ ରାଜ୍ୟରେ SIR ଅଭିଯାନ ଆରମ୍ଭ ହେବ । ପ୍ରଥମେ ଚିଠା ତାଲିକା ପ୍ରକାଶ କରାଯିବା ପରେ ଲୋକଙ୍କ ମତାମତ ଓ ଆପତ୍ତି ସଂଗ୍ରହ କରାଯିବ । ତା'ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ।


୨୦୨୪ ନିର୍ବାଚନରେ ରାଜ୍ୟର ଭୋଟର ସଂଖ୍ୟା ୩ କେୋଟି ୩୨ ଲକ୍ଷ ୩୬ ହଜାର ୩୬୦ । SIR ଲାଗୁ ପରେ କେତେ ନକଲି ଭୋଟର ଓ ମୃତ ଭୋଟରଙ୍କୁ ବାଦ୍ ଦିଆଯାଉଛି ତାହା ଜଣାପଡ଼ିବ । ସେପଟେ କିନ୍ତୁ SIR ଲାଗୁ ନ ହେଉଣୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।


ଶାସକ ଦଳକୁ ସୁହାଇଲା ଭଳି ଭୋଟର ତାଲିକା ପ୍ରସ୍ତୁତ ହେଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିବା ବେଳେ କଂଗ୍ରେସ କହିଛି ଗତ ନିର୍ବାଚନ ବେଳେ ୪୨ ଲକ୍ଷ ଭେୋଟରକୁ ନେଇ ଉପୁଜିଥିବା ସନ୍ଦେହକୁ ପ୍ରଥମେ ଦୂର କରାଯାଉ । ତେବ ଆଇନ୍ ମନ୍ତ୍ରୀଙ୍କ ଜବାବ ଭୋଟ ଜାଲିଆତି କରିଥିବା ଲୋକେ ଏବେ ଭୋଟର ସଂସ୍କାରକୁ ବିରେୋଧ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


SIR ହେଲେ- ଭୋଟର ଲିଷ୍ଟ ତନ୍ମ ତନ୍ନ କରି ଯାଞ୍ଚ କରି ସ୍ଵଚ୍ଛ କରାଯିବ । ପ୍ରତ୍ୟକ ବୁଥସ୍ତରୀୟ ଅଧିକାରୀ ପ୍ରତି ଲୋକଙ୍କ ଘରକୁ ଯାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ଭୋଟରଙ୍କ ବିବରଣୀ ସଂଗ୍ରହ ଓ ଯାଞ୍ଚ କରିବେ । ଏହା ଦ୍ଵାରା ଦୁଇଟି ସ୍ଥାନରେ ଭୋଟର ଲିଷ୍ଟରେ ଥିବା ନାଁ ବ୍ୟକ୍ତିକୁ ଚିହ୍ନଟ କରି ବାଦ ଦିଆଯିବ, ଜାଲ ଭୋଟର ବି ଧରାପଡ଼ିବେ ।


ବିହାରରେ SIR ଲାଗୁ ପରେ ୬୫ ଲକ୍ଷ ଲେୋକ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ଯାହାକୁ ନେଇ ଉଠୁଛି ପଡୁଛି ଜାତୀୟ ରାଜନୀତି । ଭୋଟ ଚୋରି ଅଭିଯେୋଗ ଆଣି ବିରୋଧୀ, ବିଜେପି ଓ ନିର୍ବାଚନ ଆୟେୋଗକୁ କାଠଗଡ଼ାକୁ ଟାଣିଥିବା ବେଳେ କଡ଼ା ଜବାବ ଦେଇ ସାରିଛନ୍ତି ନିର୍ବାଚନ ଆୟୋଗ । ଏବେ ଆଗକୁ ଓଡ଼ିଶାରେ ହେଲେ ରାଜ୍ୟ ରାଜନୀତିରେ ଏହାର କି ପ୍ରଭାବ ପଡୁଛି ତାହା ଉପରେ ନଜର ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
SIR of electoral rolls: ଭୋଟର ତାଲିକା ସଂଶୋଧନ ପୂର୍ବରୁ ଆରମ୍ଭ ହେଲା ରାଜନୈତିକ ବୟାନବାଜି | Argus News