Mann ki baat / ଓଡ଼ିଆ ଚାଷୀ ହିରୋଦଙ୍କୁ ପ୍ରଶଂସା କଲେ ମୋଦୀ, ଅର୍ଗସ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ହିରୋଦ
·4 months ago·2 min read

Key Points
ଓଡ଼ିଆ ଚାଷୀଙ୍କୁ ମୋଦୀଙ୍କ ପ୍ରଶଂସା
ଓଡ଼ିଆ ଚାଷୀ ହିରୋଦ ପଟେଲ
ମନ୍ କି ବାତ୍ ରେ ହିରୋଦଙ୍କ ପ୍ରଶଂସା କରିଛନ୍ତି ମୋଦୀ

ଓଡ଼ିଆ ଚାଷୀଙ୍କୁ ପ୍ରଶଂସା । ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା। ମନ୍ କି ବାତ୍ ରେ ହିରୋଦଙ୍କ ପ୍ରଶଂସା କରିଛନ୍ତି ମୋଦୀ। ହିରୋଦଙ୍କ ଚାଷ ପ୍ରଣାଳି ଦେଖିବାକୁ ବାହାର ରାଜ୍ୟରୁ ଆସୁଛନ୍ତି ଲୋକେ ବୋଲି କହିଛନ୍ତି ମୋଦୀ। ଗତ ୨୦୨୫ ମସିହାରେ ଅର୍ଗସ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଥିଲେ ହିରୋଦ।
ମନ୍ କି ବାତ୍ ରେ ହିରୋଦଙ୍କ ଚାଷ ଶୈଳୀର ଉଦାହରଣ ଦେଇଛନ୍ତି। ମୋଦୀ କହିଛନ୍ତି ଯେ, ହିରୋଦ ତାଙ୍କ ବାପା ଶିବ ଶଙ୍କର ପଟେଲଙ୍କ ଠାରୁ ପ୍ରେରଣା ପାଇ ଚାଷ କାର୍ଯ୍ୟ କରୁଛନ୍ତି। ଧାନ, କଦଳୀ, ମାଛ ଚାଷ କରି ବେଶ୍ ଲାଭବାନ୍ ହୋଇଛନ୍ତି। ହିରୋଦଙ୍କ ଚାଷ ପ୍ରଣାଳୀ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତାଙ୍କ ଚାଷ ଶୈଳୀ ଶିଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ରତନପୁର ଗ୍ରାମର ଜଣେ ଯୁବ କୃଷି-ଉଦ୍ୟୋଗୀ ହେଉଛନ୍ତି ହିରୋଦ ପଟେଲ। ଆଇଟିଆଇ ପାଠପଢା ପରେ ଚାଷ କରି ଜଣେ ସଫଳ ଚାଷୀ ହୋଇଛନ୍ତି। ହିରୋଦ ତାଙ୍କର ଅଭିନବ ସମନ୍ୱିତ କୃଷି ମଡେଲ ପାଇଁ ଉଲ୍ଲେଖନୀୟ ସ୍ୱୀକୃତି ପାଇଛନ୍ତି। ୮ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି। ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ସେ ମାଛ, ଫଳ, ପନିପରିବା ସହ ଫୁଲ ଚାଷ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୩୧ ମନ କି ବାତରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।
ଓଡ଼ିଶାର ତୃଣମୂଳ ସ୍ତରର ଉଦ୍ଭାବକ ହିରୋଦ ପଟେଲ ଏକ ଅନନ୍ୟ ପ୍ରତିଭା। ପାରମ୍ପରିକ କୃଷିକୁ ଏକ ଅତ୍ୟନ୍ତ ଲାଭଦାୟକ ଏବଂ ସ୍ଥାୟୀ ଉଦ୍ୟମରେ ପରିଣତ କରିବା କ୍ଷେତ୍ରରେ ସେ ଜଣେ ଅଗ୍ରଣୀ ଚାଷୀ। ହିରୋଦ ପୋଖରୀ ଉପରେ ସିଧାସଳଖ ନିର୍ମିତ ଏକ ଟ୍ରେଲିସ୍ ସିଷ୍ଟମ୍ ରେ ସମନ୍ବିତ କୃଷି ତଥା ପୋଖରୀ ଉପରେ ନିର୍ମିତ ବାଉଁଶ ଗଠନ (ଟ୍ରେଲିସ୍) ଉପରେ ଲଟା ଜାତୀୟ ପନିପରିବା ଚାଷ କରିବା ସହ ପୋଖରୀରେ ମାଛ ଚାଷ କରି ଲାଭବାନ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କେବଳ ସେତିକି ନୁହଁ ସେ ପୋଖରୀରେ ନୌଚାଳନା କରି ଟ୍ରେଲିସ୍ରେ ଝୁଲୁଥିବା ପନିପରିବା ଅମଳ କରୁଛନ୍ତି। ଏଥିପାଇଁ ସେ ନିଜର ଛୋଟ ଡଙ୍ଗା ମଧ୍ୟ ତିଆରି କରିଛନ୍ତି। ପୋଖରୀ ବାହାରେ, ସେ କଦଳୀ ଚାଷ, ଅମୃତଭଣ୍ଡା, ଗୁଆ ଏବଂ ବିଭିନ୍ନ ଋତୁକାଳୀନ ପନିପରିବା ଚାଷ କରୁଛନ୍ତି। ଅନ୍ୟମାନଙ୍କ ପାଇଁ ତାଙ୍କ ଫାର୍ମ ଏକ "ଜୀବନ୍ତ ପ୍ରୟୋଗଶାଳା" ପାଲଟିଛି। ଯାହା ରାଜ୍ୟ ସାରା କୃଷି ବୈଜ୍ଞାନିକ ଏବଂ ତାଙ୍କ ମଡେଲକୁ ଅନୁକରଣ କରିବାକୁ ଚାହୁଁଥିବା ସହକର୍ମୀମାନଙ୍କୁ ଆକର୍ଷିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏଥିସହ ପଢ଼ନ୍ତୁ: ମାର୍କେଟରେ ଆପଣ ପିଉଥିବା ପାଣି ଶୁଦ୍ଧ ତ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories