Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୩ୟ ଦିନରେ ଝାରସୁଗୁଡ଼ା ଓ ସମ୍ବଲପୁର ବାସଭବନରେ ଚଢ଼ଉ

Odisha

୩ୟ ଦିନରେ ଝାରସୁଗୁଡ଼ା ଓ ସମ୍ବଲପୁର ବାସଭବନରେ ଚଢ଼ଉ

Rashmita Mishra
Browse all articles by Rashmita Mishra
·10 months ago·1 min read
 ୩ୟ ଦିନରେ ଝାରସୁଗୁଡ଼ା ଓ ସମ୍ବଲପୁର ବାସଭବନରେ ଚଢ଼ଉ

Key Points

IT ସ୍କାନରରେ ନବ ଦାସଙ୍କ ଝିଅ ଦୀପାଲି ଓ ପୁଅ ବିଶାଲ
୩ୟ ଦିନରେ ଝାରସୁଗୁଡ଼ା ଓ ସମ୍ବଲପୁର ବାସଭବନରେ ଚଢ଼ଉ
ଦୁଇ ସଂସ୍ଥାର କାଜଗପତ୍ର ଯାଞ୍ଚ କରୁଛି ଟିମ୍
ତୃତୀୟ ଦିନରେ ଆୟକର ବିଭାଗର ଚଢ଼ଉ ଜାରି

ନବଙ୍କ ସହଯୋଗୀଙ୍କ ୟୁନାଇଟେଡ୍ କର୍ପୋରେସନ୍ କମ୍ପାନୀ ଓ ମା’ ତାରାଣୀ ଟ୍ରାନ୍ସପୋର୍ଟରେ ରେଡ୍

ଆୟକର ବିଭାଗ ସ୍କାନରରେ ନବ ଦାସଙ୍କ ଝିଅ ଦୀପାଲି ଓ ପୁଅ ବିଶାଲ । ଲଗାତାର୍ ୩ୟ ଦିନରେ ଝାରସୁଗୁଡ଼ା ସରବାହାଲ ଓ ସମ୍ବଲପୁର ସ୍ଥିତ ବାସଭବନ ଏବଂ ହୋଟେଲ ସମେତ ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢ଼ଉ ଜାରି ରହିଛି । ବିଭିନ୍ନ କାଗଜପତ୍ରର ଯାଞ୍ଚ ଚଳାଇଛି ଆୟକର ବିଭାଗର ଟିମ । ଝାରସୁଗୁଡ଼ାର ବେହେରାପାଲିରେ ଥିବା ନବ ଦାସଙ୍କ ଜଣେ ସହଯୋଗୀଙ୍କ ୟୁନାଇଟେଡ୍ କର୍ପୋରେସନ୍ କମ୍ପାନି ଏବଂ ବୃନ୍ଦାମାଲରେ ଥିବା ମାତାରାଣୀ ଟ୍ରାନ୍ସପୋର୍ଟରେ ଆୟକର ବିଭାଗର ଟିମ୍ ଛାନ୍‌ଭିନ୍ ଜାରି ରଖିଛି।


ଘଟଣାସ୍ଥଳରେ ସିଆର୍‌ପିଏଫ୍ ଯବାନ ମଧ୍ୟ ମୁତୟନ ହୋଇଛନ୍ତି। ସଂସ୍ଥାର ବିଭିନ୍ନ କାଗଜପତ୍ରର ଅନୁଧ୍ୟାନ ଚାଲିଥିବା ଜଣାପଡ଼ିଛି। ଚଢ଼ଉ ଚାଲିଥିବା ପ୍ରତିଟି ସ୍ଥାନରେ କେନ୍ଦ୍ରୀୟ ପୋଲିସ ମୁତୟନ କରାଯାଇଛି। କେବଳ ଡକରା ହେଉଥିବା ବ୍ୟକ୍ତିଙ୍କୁ ହିଁ ଭିତରକୁ ପ୍ରବେଶ ଅନୁମତି ମିଳୁଛି। ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସଙ୍କୁ ମଧ୍ୟ ଆୟକର ବିଭାଗର ଟିମ୍ ପଚରାଉଚରା କରିଥିବା ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
on-the-3rd-day-we-will-visit-jharsuguda-and-sambalpur-residences | Argus News