Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ଶ୍ରେଷ୍ଠ ୫୦ ସହର ଭିତରେ ଖାଲି ଗଞ୍ଜାମରୁ ୧୬ ସହର

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଓଡ଼ିଶାର ଶ୍ରେଷ୍ଠ ୫୦ ସହର ଭିତରେ ଖାଲି ଗଞ୍ଜାମରୁ ୧୬ ସହର

Key Points

ଗଞ୍ଜାମ ଜିଲ୍ଲା ଆସିକା NAC ରାଜ୍ୟର ସବୁଠୁ ସଫା ସୁତୁରା ସହର
ସ୍ୱଚ୍ଛସର୍ବେକ୍ଷଣ-2024-25 ତାଲିକାରେ ଦେଶରେ ଦୁଇ ନମ୍ବର
ରାଜ୍ୟ ସ୍ବଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲା ମାରିଲା ବାଜି
ଓଡ଼ିଶାର ଶ୍ରେଷ୍ଠ ୫୦ ସହର ଭିତରେ ଖାଲି ଗଞ୍ଜାମରୁ ୧୬ ସହର ଅଛି 

ରାଜ୍ୟ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା। ସ୍ବଚ୍ଛ ସର୍ବେକ୍ଷଣ ୨୦୨୪-୨୫ ରେ ବାଜି ମାରିଛି ଗଞ୍ଜାମ ଜିଲ୍ଲା। ଗୋଆର ପାନାଜୀ ପରେ ଗଞ୍ଜାମର ଆସିକା ଏନଏସି ବନିଛି ଦେଶର ଦ୍ବିତୀୟ ସ୍ବଚ୍ଛ ସହର। ଆସିକା ସହ ଚିକିଟି ଏନଏସି ବି ହୋଇଛି ପୁରସ୍କୃତ। ଖାଲି ସେତିକି ନୁହେଁ ରାଜ୍ୟର ଟପ୍ ୫୦ ସ୍ବଚ୍ଛ ସହର ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ସ୍ଥାନ ପାଇଛି ଛୋଟବଡ଼ ୧୬ ସହର। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଛି ଆସିକା।


ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ବାଇଁ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିଛନ୍ତି ଏହି ପୁରସ୍କାର। ସହରର ସ୍ୱଚ୍ଛତା, ସୌନ୍ଦର୍ଯ୍ୟ କରଣ ଓ ଆଲୋକୀକରଣ ବ୍ୟବସ୍ଥା ଆଦିକୁ ବିଚାରକୁ ନିଆଯାଇ ଏହି ପୁରସ୍କାର ଦିଆଯାଇଛି।

ସେହିପରି ୨୦ ହଜାରରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ଅତି ଛୋଟ ସ୍ବଚ୍ଛା ସହର ବର୍ଗରେ ଚିକିଟି ଏନ୍ଏସି ଦେଶରେ ଦ୍ଵିତୀୟ ଓ ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଜିଲ୍ଲାର ଅନ୍ୟ ସହର ମଧ୍ୟରେ ହିଞ୍ଜିଳିକାଟୁ ପଞ୍ଚମ, ଗୋପାଳପୁର ଷଷ୍ଠ, ପୋଲସରା ନବମ, ଦିଗପହଣ୍ଡି ଏକାଦଶ, ଛତ୍ରପୁର ୧୭ତମ, ରମ୍ଭା ୧୯ତମ, ସୋରଡ଼ା ୨୧ତମ, ଗଞ୍ଜାମ ୨୪ତମ, କୋଦଳା ୨୫ତମ, ଭଞ୍ଜନଗର ୨୬ତମ, ବୁଗୁଡ଼ା ୪୦ତମ, ବେଲଗୁଣ୍ଠା ୪୨ତମ, ପୁରୁଷୋତ୍ତମପୁର ୪୩ତମ ଓ ଖଲ୍ଲିକୋଟ ୪୭ତମ ସ୍ଥାନ ଅଧିକାରୀ କରିଛି। ଏହି ସଫଳତା ଗଞ୍ଜାମ ଜିଲ୍ଲବାସୀଙ୍କ ପାଇଁ ଆଣିଦେଇଛି ଖୁସି। ଏଥିସହ ରାଜ୍ୟର ଅନ୍ୟ ସହର ପାଇଁ ସାଜିଛି ପ୍ରେରଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
only-16-cities-from-ganjam-are-among-the-top-50-cities-in-odisha | Argus News