Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Mohan Majhi / ମାଫିଆଙ୍କୁ ସାବାଡ଼ କରିବାକୁ ଅପରେସନ 'ବାଲୁବଜ୍ର', କାହାକୁ ତ୍ରାହି ନାହିଁ...

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମାଫିଆଙ୍କୁ ସାବାଡ଼ କରିବାକୁ ଅପରେସନ 'ବାଲୁବଜ୍ର', କାହାକୁ ତ୍ରାହି ନାହିଁ...

Key Points

ଜିଲ୍ଲାପାଳ କହିଛନ୍ତି, ଅବୈଧ ଖନନ ବିରୋଧରେ ସରକାରଙ୍କର ଶୂନ୍ୟ ସହିଷ୍ଣୁତା ନୀତି ।
କଡ଼ା ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡି ଶାସନରେ ସାରା ରାଜ୍ୟରେ ଚାଲିଥିଲା ମାଫିଆଙ୍କ ରାଜ୍ । ସବୁଠୁ ବେଶୀ ଆତଙ୍କ ଖେଳାଇଥିଲେ ବାଲି ମାଫିଆ। ଏବେ ସେମାନଙ୍କ ଅଣ୍ଟା ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ବେଆଇନ ବାଲି ଉତ୍ତୋଳନ ଓ ପରିବହନ କରୁଥିବା ମାଫିଆଙ୍କ ଉପରେ ଚାଲିଛି ଘନ ଘନ ଚଢ଼ାଉ। ବାଲେଶ୍ବର ଜଳେଶ୍ୱରରେ ୩୨ ହାଇୱା ଜବତ କରାଯାଇଥିବା ବେଳେ ଜଗତସିଂହପୁର କିଲିପାଳ ଘାଟରୁ ୪୬ ହାଇୱା ଜବତ ଘଟଣାରେ ମାମଲା ରୁଜୁ ହୋଇଛି । ସେପଟେ ମୟୂରଭଞ୍ଜ ବେତନଟୀରେ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ୭ ଜଣ ବନ୍ଧା ହୋଇଛନ୍ତି।

ଆଉ ମାଫିଆଙ୍କୁ ନାହିଁ ମାଫ୍ । ବିଜେଡି ଶାସନରେ ଆତଙ୍କରାଜ ଖେଳାଇଥିବା ମାଫିଆଙ୍କ ଉପରେ ବସୁଛି ବିଜେପି ସରକାରଙ୍କ ଘନ ଘନ ଛାଟ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଚାଲନ୍ତି ଅଞ୍ଚଳରେ ବେଆଇନ ବାଲି ଉଠାଣ ରୋକିବାକୁ ଅଚାନକ ରେଡ୍ କରିଛି ପ୍ରଶାସନ ଓ ପୋଲିସ । ଅପରେସନର ନେତୃତ୍ବ ନେଇଥିଲେ ଖୋଦ୍ ଜିଲ୍ଲାପାଳ ଓ ଏସପି। ବେଆଇନ ବାଲି ପରିବହନ କରୁଥିବା ୩୨ଟି ହାଇୱା ଜବତ କରାଯାଇଛି । ଜିଲ୍ଲାପାଳ କହିଛନ୍ତି, ଅବୈଧ ଖନନ ବିରୋଧରେ ସରକାରଙ୍କର ଶୂନ୍ୟ ସହିଷ୍ଣୁତା ନୀତି । କଡ଼ା ଆକ୍ସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଲଘୁଖଣିଜ ଚୋରାଚାଲାଣର ହଟ୍ ସ୍ପଟ୍ ପାଲଟିଥିବା ଜଗତସିଂହପୁରରେ ବି ପ୍ରଶାସନର ଘନ ଘନ ରେଡ୍ । ବାଲିପାଟଣା କିଲିପାଳ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନ ବେଳେ ଚଢ଼ାଉ କରି ୪୬ଟି ହାଇୱା ଓ ୩ଟି ମେସିନ ଜବତ ହୋଇଥିବାବେଳେ କିଲିପାଳ ବାଲିଘାଟ ନାଁରେ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇଛି । ୬ ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ହାଇୱା, ମେସିନ ସବୁକୁ ତିର୍ତ୍ତୋଲ ବାଲିଯାତ୍ରା ପଡ଼ିଆରେ ପୋଲିସ ହେପାଜତରେ ରଖାଯାଇଛି ।

ସେପଟେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାର ଓ ତାଙ୍କର ଡ୍ରାଇଭରଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଜଣେ ଓ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗତକାଲି ରାତିରେ ବେତନଟୀ ପୋଲିସ୍ ଟିମ୍ ବଡ଼ସାହି ତହସିଲ କୁଳିଅଣା ଗାଁରେ ଅତର୍କିତ ଚଢ଼ାଉ କରି ଆଉ ୪ ଜଣଙ୍କୁ ଗିରଫ କରିଥିଲା। ଆଉ ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ଅଭିଯାନ ଚଳାଇଛି । ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି, ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ । ପାତାଳରେ ଲୁଚିଲେ ବି ଖୋଜି ବାହାର କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CM Mohan Majhi | Operation 'Balu Bajra' to crack down on mafia, no one is spared... | Argus News