Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha High Court / ସାଂସଦ ଓ ବିଧାୟକଙ୍କୁ ନମିଳୁ ଶିକ୍ଷକ ବଦଳି କ୍ଷମତା..!

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ସାଂସଦ ଓ ବିଧାୟକଙ୍କୁ ନମିଳୁ ଶିକ୍ଷକ ବଦଳି କ୍ଷମତା..!

Key Points

ଶୈକ୍ଷିକ ବାତାବାରଣକୁ ନଷ୍ଟ କରିବାର ସମ୍ଭାବନା ରହିଛି ।
ଶିକ୍ଷକଙ୍କ ବଦଳି କ୍ଷେତ୍ରରେ ଏପରି ସୁପାରିସ ବ୍ୟବସ୍ଥା କେବେ ବି ଗ୍ରହଣୀୟ ନୁହେଁ।

ଏଣିକି ବିଧାୟକ କିମ୍ବା ସାଂସଦ, ଶିକ୍ଷକ ବଦଳି ପାଇଁ କରିପାରିବେନି ସୁପାରିଶ । ହାଇକୋର୍ଟ ଦେଇଛନ୍ତି ଏଭଳି ରାୟ । ପୂର୍ବରୁ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରିବାର କ୍ଷମତା ରଖୁଥିଲେ ପ୍ରତ୍ୟେକ ବିଧାୟକ ଓ ସାଂସଦ । ଏବେ ସେହି କ୍ଷମତା ଉପରେ ରୋକ ଲଗାଇବା ସପକ୍ଷରେ ହାଇକୋର୍ଟ ।

ହାଇକୋର୍ଟଙ୍କ କହିବାନୁଯାୟୀ, ଯଦି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବଦଳିରେ ବିଧାୟକ କିମ୍ବା ସାଂସଦ ମୁଣ୍ଡ ପୁରାଇବେ, ତେବେ ଏହା ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଭଳି ହେବ । ଯାହାକି ଶୈକ୍ଷିକ ବାତାବାରଣକୁ ନଷ୍ଟ କରିବାର ସମ୍ଭାବନା ରହିଛି । ଶିକ୍ଷକଙ୍କ ବଦଳି କ୍ଷେତ୍ରରେ ଏପରି ସୁପାରିସ ବ୍ୟବସ୍ଥା କେବେ ବି ଗ୍ରହଣୀୟ ନୁହେଁ। ବିଶେଷକରି ବିଧାୟକ ଓ ସାଂସଦଙ୍କ ସୁପାରିସ ଦ୍ୱାରା ଶିକ୍ଷକ ଗୋଷ୍ଠୀ ସହ ରାଜନୈତିକ ଦଳ ଓ ବ୍ୟକ୍ତିଙ୍କ ମଧ୍ୟରେ ଏକ ଗଠବନ୍ଧନ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କୁନାଳ କୁମାର ସ୍ବାଇଁ, ସୁକାନ୍ତ କୁମାର ଦଳାଇ, ଡକ୍ଟର ପୁରୁଷୋତ୍ତମ ଚୁଳି ପ୍ରମୁଖ ମାମଲା ପରିଚାଳନା କରୁଥିଲେ। ତେବେ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’ ୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ଚିଠି ଆଧାରରେ ଜାରି ବଦଳି ଆଦେଶକୁ ମଧ୍ୟ ରଦ୍ଦ କରାଯାଇଛି। ବଦଳି ଆଦେଶ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ଥାନରେ ଆବେଦନକାରୀ ଶିକ୍ଷକଙ୍କୁ କାର୍ଯ୍ୟ କରିବାକୁ ଦିଆଯିବ।

ଅନ୍ୟପକ୍ଷରେ ନୂଆ ସ୍ଥାନରେ ଯୋଗଦେଇ ସାରିଥିବା ଆବେଦନକାରୀ ଶିକ୍ଷାବର୍ଷ ସମାପ୍ତ ପର୍ଯ୍ୟନ୍ତ ସଂପୃକ୍ତ ସ୍ଥାନରେ କାର୍ଯ୍ୟ ଜାରି ରଖିବେ। ୨୦୨୫-୨୬ ଶିକ୍ଷାବର୍ଷ ସମାପ୍ତ ହେବାର ଏକ ସପ୍ତାହ ଭିତରେ ଏପରି ଶିକ୍ଷକଙ୍କୁ ପୂର୍ବ ସ୍ଥାନରେ ପୁନଃଅବସ୍ଥାପିତ କରାଯିବ। ଏଭଳି ପ୍ରସଙ୍ଗରେ ବିଳମ୍ବକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ଏପରି ବଦଳି ଆଦେଶ ବିରୋଧରେ ଶିକ୍ଷକ ଦାୟର କରିଥିବା ସମସ୍ତ ବିଭାଗୀୟ ଅପିଲ୍‌ଗୁଡ଼ିକୁ ଏହି ରାୟ ଆଧାରରେ ଚାରି ସପ୍ତାହ ଭିତରେ ଫଇସଲା କରାଯିବ। ବଦଳି ନିୟମାବଳୀ ଆଧାରରେ ସାନି ବଦଳି ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha High Court | Orissa HC strikes down provision allowing MPs, MLAs to recommend teacher transfer | Argus News