Paddy Procurement / ଧାନ କିଣାକୁ ନେଇ ମୁହାଁମୁହିଁ, ମନ୍ତ୍ରୀ କହିଲେ ଫେକ୍ ଚାଷୀ କରୁଛନ୍ତି ଆନ୍ଦୋଳନ
·5 months ago·2 min read

Key Points
ଧାନ କିଣାକୁ ନେଇ ଶାସକ ଓ ବିରୋଧି ମୂହାଁ ମୁହିଁ
ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଫେକ ଚାଷୀ: ମନ୍ତ୍ରୀ ସରକାର
ଫେକ୍ ଚାଷୀଙ୍କ ତାଲିକା ଦିଅନ୍ତୁ: ବିରୋଧି

ଓଡ଼ିଶା ଖବର: ଧାନ କିଣାକୁ ନେଇ ମୂହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧି। ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସମବାୟ ମନ୍ତ୍ରୀ ଙ୍କ ଫେକ୍ ଚାଷୀ ମନ୍ତବ୍ୟ କୁ କାଉଣ୍ଟର କଲା ବିଜେଡ଼ି। ସରକାର ଫେକ୍ ଚାଷୀଙ୍କ ତାଲିକା ଦିଅନ୍ତୁ ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ।
ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି। କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି ଗତବର୍ଷ ସେମାନେ 500 କ୍ଵିଣ୍ଟାଲ ଧାନ ବିକିଥିଲେ ଏଥର କ୍ୟପ୍ସ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି। ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ। ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି। ପରବର୍ତ୍ତୀ ସମୟରେ ସେ ଧାନ କୁ ଉଠାଯାଉଛି। ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 15 ଦିନ ତିକ୍ନ ଅବଧି ବୃଦ୍ଧି କରାଯାଉଛି। ଚଳିତବର୍ଷ ଅଧିକ ଚାଷ ହୋଇଛି। ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି। ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି। ସେଥିରେ ସେମାନେ ସଫଳ ହେବେନି। ସମସ୍ତଙ୍କ ଧାନ ଉଠିବ।
ସମବାୟ ମନ୍ତ୍ରୀ ଙ୍କ ଫେକ୍ ଚାଷୀ ମନ୍ତବ୍ୟ କୁ କାଉଣ୍ଟର କଲା ବିଜେଡ଼ି। ସରକାର ଫେକ୍ ଚାଷୀଙ୍କ ତାଲିକା ଦିଅନ୍ତୁ. ପ୍ରକୃତ ଚାଷୀଙ୍କ ତାଲିକା ଦେବାକୁ ସରକାର କୁଣ୍ଠାବୋଧ କରୁଛନ୍ତି. ସରକାର ଧାନ କିଣାରେ ବିଫଳ. ଚାଷୀ ଆକ୍ରୋଶର ଶିକାର ହେଲେଣି ସରକାର. ବିଜେପି ଦଳ ରେ କେହି ଚାଷୀ ନଥିବେ. ହେଲେ ଛୋଟ ହେଉ କି ବଡ଼ ହେଉ, ରାଜ୍ୟରେ ସମସ୍ତେ ଚାଷୀ ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।
ଦେଖନ୍ତୁ ଏହି ଖବର: ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ, ପରିଚାଳନାରେ ଅବହେଳାକୁ ବରଦାସ୍ତ କରାଯିବନି
ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସେମାନଙ୍କର ଧାନ ବିକ୍ରୟର ସର୍ବନିମ୍ନ ସହାୟତା ମୂଲ୍ୟ ଏବଂ ଇନ୍ପୁଟ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସରକାର ଡିଜିଟାଲ୍ ସଂସ୍କାର ବ୍ୟବସ୍ଥାକୁ ଆପଣାଇଛନ୍ତି । ଏହି ପ୍ରାପ୍ୟ ପ୍ରଦାନରେ ସ୍ୱଚ୍ଛତା, ତ୍ରୁଟିଶୂନ୍ୟ ଦେୟ ପ୍ରଦାନ ନୀତି ଅନୁସରଣ କରାଯାଇଛି । ଚଳିତ ଖରିଫ୍ ଋତୁରେ ସରକାର ପ୍ରାୟ ୧୦ ଲକ୍ଷ ୫୬ ହଜାର ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନ୍ପୁଟ ସହାୟତା ରାଶି ବାବଦକୁ ୧୨,୭୦୩ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରିସାରିଲେଣି । ଉକ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦେୟ ପ୍ରଦାନ ପ୍ରକ୍ରିୟା ଜାରି ରହିଥିବାବେଳେ ଏ ପର୍ଯ୍ୟନ୍ତ ମାତ୍ର ୫୫୬୨ ଆକାଉଣ୍ଟକୁ ଦେୟ ପ୍ରଦାନରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories