Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରାଦୀପ ବନ୍ଦରରେ ଅଘଟଣ; ଜାହାଜରୁ ଓହ୍ଲାଇବା ବେଳେ ସମୁଦ୍ରକୁ ଖସି ପଡ଼ିଲେ ୨ ବିଦେଶୀ ନାଗରିକ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ପାରାଦୀପ ବନ୍ଦରରେ ଅଘଟଣ; ଜାହାଜରୁ ଓହ୍ଲାଇବା ବେଳେ ସମୁଦ୍ରକୁ ଖସି ପଡ଼ିଲେ ୨ ବିଦେଶୀ ନାଗରିକ

Key Points

ଜାହାଜରୁ ଓହ୍ଲାଇବା ବେଳେ ୨ ବିଦେଶୀ ନାଗରିକ ସମୁଦ୍ର ଗର୍ଭକୁ ଖସି ପଡ଼ିଛନ୍ତି । ତୁରନ୍ତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜି ଅଛନ୍ତି ।

ପାରାଦୀପ: ପାରାଦୀପ ବନ୍ଦରରେ ଅଘଟଣ । ଜାହାଜ ଲାଗିବା ପରେ ଓହ୍ଲାଇବା ବେଳେ ସମୁଦ୍ରକୁ ଖସି ପଡ଼ିଲେ ୨ ବିଦେଶୀ ନାଗରିକ । ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ପିଆଇସିଟି ବର୍ଥରେ ଏହି ଅଘଟଣ ଘଟିଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ ଲକି ଡ୍ରାଗନ ନାମକ ଜାହାଜ ପିଆଇସିଟି ବର୍ଥରେ ଲାଗିଥିଲା ।


ପିଆଇସିଟି ବର୍ଥରେ ବିଦେଶୀ ଜାହାଜଟି ଲାଗିବା ବେଳେ କଡ଼ା ସୁରକ୍ଷା ଥିଲା । ସତର୍କତା ମୂଳକ ପଦେକ୍ଷପ ବି ନିଆ ଯାଇଥିଲା । ସବୁ ପଦକ୍ଷେପ ସତ୍ତ୍ଵେ ଜାହାଜରୁ ଓହ୍ଲାଇବା ବେଳେ ୨ ବିଦେଶୀ ନାଗରିକ ସମୁଦ୍ର ଗର୍ଭକୁ ଖସି ପଡ଼ିଛନ୍ତି । ତୁରନ୍ତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ନିଖୋଜି ଅଛନ୍ତି । ୨ ନାଗରିକ ଚୀନର ବୋଲି ସୂଚନା ମିଳିଛି ।


ନିଖୋଜ ଚୀନ ନାଗରିକଙ୍କୁ ଖୋଜିବା ଲାଗି ଜଗତସିଂହପୁରରୁ ଆସି ପହଞ୍ଚିଛି ଓଡ୍ରାଫ୍ ଟିମ୍ । ତେବେ କେଉଁ ପରିସ୍ଥିତିରେ ଆଉ କିଭଳି ଜାହାଜରୁ ଓହ୍ଲାଇବା ବେଳେ ୨ ଜଣ ଖସି ପଡ଼ିଲେ ? ଏବେ ଉଦ୍ଧାରକୁ ବନ୍ଦର କର୍ତ୍ତୃପକ୍ଷ ଗୁରୁତ୍ଵ ଦେଉଥିବା ବେଳେ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କେମିତି ୨ ଜଣ ସମୁଦ୍ର ଗର୍ଭକୁ ଖସି ପଡ଼ିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
2 Chinese Nationals Fall Into Sea at Paradip Port, One Missing | Argus News | Argus News