Pitabas Murder Mystery / ପୀତବାସ ମର୍ଡର ମିଷ୍ଟ୍ରି: ରାଜ୍ୟ ବାହାରକୁ ବି ଟିମ୍ ଯାଇଥିବା ସୂଚନା

Key Points
ପୀତବାସ ମର୍ଡର ମିଷ୍ଟ୍ରି- ୯ ଦିନ ପରେ ବି ଧରାପଡିନି ଆସାମୀ
ଦୋଷୀକୁ ଧରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ପୀତବାସଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର
ପାରାଦ୍ୱୀପ, ଚୌଦ୍ୱାର, ଫୁଲବାଣୀ, ପୁରୀରେ ପୋଲିସର ଛାନଭିନ୍
ରାଜ୍ୟ ବାହାରକୁ ବି ଟିମ୍ ଯାଇଥିବା ସୂଚନା
ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ସାଇବର ଏକ୍ସପର୍ଟଙ୍କ ସାହାଯ୍ୟ ନେଉଛି ପୋଲିସ
କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେବାକୁ ଦାବି କଲେ ସହଯୋଗୀ
ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟା ଥିଲା ଏକ ସୁଚିନ୍ତିତ । ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଏଥିପାଇଁ ଢେର ଦିନ ଧରି ରେକି କରିଥିଲେ ସୁପାରୀ କିଲର। ଯୋଜନା ଅନୁସାରେ ଖୋଜୁଥିଲେ ମଉକା। ହେଲେ କିଏ ହତ୍ୟାକାରୀ ଓ ପୀତବାସଙ୍କ ସହ କଣ ଥିଲା ତାର ଶତ୍ରୁତା ତାର ଖୁଲାସା ପାଇଁ ଦିନ ରାତି ଏକ କରିଛି ବ୍ରହ୍ମପୁର ପୋଲିସ। ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଛି ତଦନ୍ତକାରୀ ଟିମ। ରାଜ୍ୟ ବାହାରେ ମଧ୍ୟ କରିଛି ଛାନଭିନ୍। ଏହା ଭିତରେ ପୀତବାସଙ୍କ ସାନ ଭାଇ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ତୁରନ୍ତ ହତ୍ୟାକାରୀଙ୍କୁ ଧରିବାକୁ କରିଛନ୍ତି ଅନୁରୋଧ
ଗତ ଦୁଇଦିନ ଭିତରେ ପୋଲିସ ପାରାଦ୍ୱୀପ,ଚୌଦ୍ୱାର ଓ ଫୁଲବାଣୀ, ପୁରୀରେ ତଦନ୍ତ କରିଥିବା ସୁଚନା ମିଳିଛି । କିଛି ତଥ୍ୟ ଓଗାଳିବାକୁ ପାନ ଦୋକାନକୁ କରିଛି ଜେରା । ପୀତବାସଙ୍କ ସଂପର୍କରେ ରହୁଥିବା ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କଠାରୁ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ତଦନ୍ତରୁ ଦିନକୁ ଦିନ ମିଳୁଛି ନୂଆ ନୂଆ ତଥ୍ୟ । ବୃତ୍ତିଗତ , ବ୍ୟକ୍ତିଗତ ନା ରାଜନୈତିକ କାରଣରୁ ପୀତବାସଙ୍କୁ ହତ୍ୟା କରାଗଲା ତାର କାରଣ ଖୋଜୁଛି ପୋଲିସ । ପୀତବାସଙ୍କ ସହଯୋଗୀ ଏହା ଭିତରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଜିଲ୍ଲା ଏବଂ ଜିଲ୍ଲା ବାହାରୁ କିଛି ସାଇବର ଏକ୍ସପର୍ଟଙ୍କ ସହଯୋଗ ନେଉଛି ପୋଲିସ । ତଦନ୍ତର ଗତିକୁ ନେଇ ଏବେ ଯଦିଓ ପୋଲିସ ମୁହଁ ଖୋଲୁନି ତେବେ ସୁଚନା ମିଳିଛି ସୁପାରି କିଲରର ନିକଟତର ହୋଇଛି ପୋଲିସ ।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା, ୨ ଅପରାଧୀଙ୍କୁ ଜେରା କରୁଛି ପୋଲିସ୍
📱 Get Argus News App
✨ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଦୁଇ ଅପରାଧୀଙ୍କୁ ଜେରା କରୁଛି ପୋଲିସ । ପୁରୁଣା ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି ପୋଲିସ । ଗୋଟିଏ ଟିମ୍ ଜିଲ୍ଲା ବାହାରକୁ ଯାଇ ତନାଘନା କରୁଛି । କଟକ ଓ ଆଖପାଖ ଅଞ୍ଚଳରେ ପୋଲିସର ତନାଘନା ଜାରି ରଖିଛି । ହତ୍ୟା ଘଟଣାର ମୂଳ କାରଣରେ ପହଞ୍ଚିବାକୁ ପୋଲିସର ପ୍ରୟାସ ଜାରି ରଖିଛି । ପୀତବାସ ପଣ୍ଡାଙ୍କ କଲ୍ ଡିଟେଲସ ସହ ସିଡିଆର ରିପୋର୍ଟକୁ ଆଧାର କରି ବହୁ ଲୋକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି ।
ଏହାସହ ଗତକାଲି ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାରେ ପୋଲିସ୍ ବିଭିନ୍ନ ସ୍ଥାନରୁ ୩ ଜଣଙ୍କୁ ଉଠାଇ ଆଣି ଜେରା କରିଥିଲା । ଜଣେ ଜୈନିକ କର୍ପୋରେଟରଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ଶନିବାର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରିଛି ପୋଲିସ । ଗତ ଦୁଇ ଦିନ ଭିତରେ ପୋଲିସର ୩ଟି ଟିମ୍ ଜିଲ୍ଲାର ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories