Pitabash Panda Murder Case / ସୁସ୍ମିତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ 'ମୋ ପରିବାରକୁ ସୁରକ୍ଷା ଦିଅ'

Key Points
ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଅଛୁ ।
ଟ୍ରୁ କଲରରେ ଗୋଟେ ନମ୍ବର ଭିକି ଅନ୍ୟ ନମ୍ବର ପରିମଳ ଦାସ ନାଁରେ ଆସିଥିବା କହିଛନ୍ତି ପୀତବାସଙ୍କ ଭାଇ ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପତ୍ନୀ ସୁସ୍ମିତା ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ । ସେ କହିଛନ୍ତି, 'ସ୍ବାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ରହିଛି ଶତ ପ୍ରତିଶତ ସଂପୃକ୍ତି । ଆମ ଜୀବନ ପ୍ରତି ବିପଦ ରହିଛି' । ତେଣୁ ସୁରକ୍ଷା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ନ୍ୟାୟ ମାଗିଛନ୍ତି ପୀତବାସଙ୍କ ପତ୍ନୀ ।
ଖାଲି ସେତିକି ନୁହେଁ, ପିତବାସଙ୍କ ପତ୍ନୀ ଅଆହୁରି କହିଛନ୍ତି, 'ମାମଲା ପ୍ରତ୍ୟାହାର ପାଇଁ ଧମକପୂର୍ଣ୍ଣ କଲ୍ ଆସୁଛି । ଆମକୁ ଗତ ୨୭ ଓ ୨୮ ତାରିଖରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ବିକ୍ରମ ପଣ୍ଡାଙ୍କ ନାଁରେ ଧମକ ଆସୁଛି । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିକ୍ରମ ପଣ୍ଡାଙ୍କ ନାଁ ନେଉଛନ୍ତି । ହତ୍ୟାପରେ ଘରକୁ ଆସିଥିଲେ ବିକ୍ରମ ପଣ୍ଡା । ଆମକୁ ସାନ୍ତ୍ୱନା ଦେଲେ । ମୁଁ ବି କହିଲି ଦୁହେଁ ଆପଣ ୩୫ ବର୍ଷର ସାଙ୍ଗ । ସେ କହିଥିଲେ ଯିଏ ହତ୍ୟା କରିଛି ସିଏ ଧରା ପଡ଼ିବ । କିନ୍ତୁ ବିକ୍ରମ ପଣ୍ଡା ଦୋଷୀ ବୋଲି ଜଣାପଡ଼ିବା ପରେ ଆଶ୍ଚର୍ଯ୍ୟ ଲାଗିଲା' ।
'ଆମେ କେବେ ଭାବି ନଥିଲୁ ତାଙ୍କ ସାଙ୍ଗ ହତ୍ୟା କରିଦେବ । ଆମ ଜୀବନପ୍ରତି ବିପଦ ଅଛି, ଭୟରେ ଘର ଭିତରେ ରହୁଛୁ । ପୋଲିସ ତଦନ୍ତ ଉପରେ ଭରସା ଅଛି । ମୋ ସ୍ୱାମୀଙ୍କୁ ଯେମିତି ମାରିଛନ୍ତି ସେମିତି ଦଣ୍ଡ ମିଳୁ' ।
ସେପଟେ ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଅଛୁ । ଟ୍ରୁ କଲରରେ ଗୋଟେ ନମ୍ବର ଭିକି ଅନ୍ୟ ନମ୍ବର ପରିମଳ ଦାସ ନାଁରେ ଆସିଥିବା କହିଛନ୍ତି ପୀତବାସଙ୍କ ଭାଇ ।
ଅଧିକ ପଢ଼ନ୍ତୁ:- ପିତାବାସଙ୍କ ହତ୍ୟାକାଣ୍ଡକୁ ନେଇ ଅଧିକ ଖବର ଜାଣିବାକୁ ଥିଲେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ ।
ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପାଇଁ ଲଢ଼ିବେ ୨୦୯ ଆଇନଜୀବୀ । ପୀତବାସ ପଣ୍ଡା ହତ୍ୟା ଘଟଣାରେ ତାଙ୍କ ତରଫରୁ ୨୦୯ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି । ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୪୪ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଛନ୍ତି ।
ତେବେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ଏକ ମାସ ପୂରିଛି । ଆଉ ଏସବୁ ମଧ୍ୟରେ ବୁଧବାର ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଛନ୍ତି ।
କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
📱 Get Argus News App
✨Related Topics
Explore more stories