Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha CHSE exam / ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା

Ritu Das
Browse all articles by Ritu Das
·7 months ago·2 min read
ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା
CHSE

Key Points

ଆସନ୍ତା ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା 
22 ଦିନ ଧରି ଚାଲିବ।
ଚଳିତବର୍ଷ ମୋଟ 4 ଲକ୍ଷ 737 ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି
ଯୁକ୍ତ ୨ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଅପଡେ୍ଟ ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରୀରୁ ଆରମ୍ଭ ହେବ ବୋଲି କୁହାଯାଇଛି। ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ୨୨ ଦିନ ଧରି ଚାଲିବ ଉକ୍ତ ପରୀକ୍ଷା। ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ୧୩୫୦ ଟି ପରୀକ୍ଷା କେନ୍ଦ୍ର ଅଛି। ଆବଶ୍ୟକତା ଅନୁସାରେ କିଛି ପରିବର୍ତ୍ତନ ହୋଇପାରେ। ତେବେ ଗତଥର ୧୨୬୮ କେନ୍ଦ୍ରରେ ପରୀକ୍ଷା ହୋଇଥିଲା।




ପରୀକ୍ଷା ତାରିଖ ଘୋଷଣା କଲେ CHSE ଅଧ୍ୟକ୍ଷ। କଳାରେ ୨ ଲକ୍ଷ ୫୬ ହଜାର ୪୩ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍‌ କରିଛନ୍ତି। ବାଣିଜ୍ୟରେ ୨୪ ହଜାର ୫୩୩ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନରେ ସମୁଦାୟ ୧ଲକ୍ଷ ୧୪ ହଜାର ୨୩୮ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଧନ୍ଦାମୂଳକରେ 5923 ଛତ୍ରଛାତ୍ରୀ ପରୀକ୍ଷା ଦେବେ। ଚାଳିତବର୍ଷ 1350 ଟି ପରୀକ୍ଷା କେନ୍ଦ୍ର ଅଛି। ଆବଶ୍ୟକତା ଅନୁସାରେ ବଢ଼ିପାରେ ପରୀକ୍ଷା କେନ୍ଦ୍ର। ଏଆଇ ସର୍ଭେଲିଆନ୍ସରେ ରହିବ ପରୀକ୍ଷା କେନ୍ଦ୍ର। ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ। ଏଥର ପ୍ରଥମ ଥର ପାଇଁ ପ୍ରାଟିକାଲ ପରୀକ୍ଷାରେ ହେବ ୱେବ୍ ଷ୍ଟିମିଂ ଏବଂ ଲାଇଭ ଷ୍ଟ୍ରିମିଙ୍ଗ। ପ୍ରତି ଜିଲ୍ଲାରେ ଦୁଇଟି ଫ୍ଲାଇଙ୍ଗ ସ୍କୁଆଡ଼ ରହିବ। 89 ଅପଗ୍ରେଡ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ଅଧ ଘଣ୍ଟା ଆଗରୁ ପରୀକ୍ଷା ହେଲରେ ପ୍ରବେଶ କରିବେ ଛାତ୍ରଛାତ୍ରୀ।

ଏହାସହ ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ: ଯୋଗାଣମନ୍ତ୍ରୀ


ପରୀକ୍ଷା ସରିବାର 40 ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ । ଫେବ୍ରୁଆରୀ 15 ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର। 210ଟି AI ସର୍ଭେଲିଆନ୍ସ ବିଶିଷ୍ଟ ପରୀକ୍ଷା ପରିଚାଳନା ହବ କରାଯାଇଛି। କଡା ସୁରକ୍ଷା ଭିତରେ ହେବ ପରୀକ୍ଷା। ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯିବ। ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ରହିବ।

ସମସ୍ତ ପରୀକ୍ଷା କେନ୍ଦରେ ଲାଗିବ ସିସିଟିଭି କ୍ୟାମେରାଏହାର ମନିଟରିଙ୍ଗ ରହିବ chse ଅଫିସରେ। ଅନ୍ୟପକ୍ଷେ ଜାନୁଆରି ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରାକ୍ଟିକାଲ ପରୀକ୍ଷା। ଡିସେମ୍ବର ୧୫ ତାରିଖରେ ମିଳିବ ଆଡମିଟ କାର୍ଡ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plus 2 Exams to Begin from February 18 | Argus News