Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୁନ ୨୦ରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଶୋ , ଚାଲିଛି ଜୋରଦାର ପ୍ରସ୍ତୁତି

Odisha

ଜୁନ ୨୦ରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଶୋ , ଚାଲିଛି ଜୋରଦାର ପ୍ରସ୍ତୁତି

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଜୁନ ୨୦ରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଶୋ , ଚାଲିଛି ଜୋରଦାର ପ୍ରସ୍ତୁତି

Key Points

ଜୁନ ୨୦ରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଶୋ
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ
ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ନିମନ୍ତ୍ରଣ
୧୨ ରୁ ୨୦ ତାରିଖ ପର୍ଯ୍ୟନ୍ତ କରାଯିବ ବର୍ଷ ପୂର୍ତ୍ତି ଉତ୍ସବ ପାଳନ
୧୩ ତାରିଖରେ କଟକରେ ନାରୀ ଶକ୍ତି ମେଳାର ହେବ ଆୟୋଜନ

ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ଜୋରଦାର ପ୍ରସ୍ତୁତି। ରାଜ୍ୟ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ରାଜ୍ୟବାସୀଙ୍କୁ ଅନେକ ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭବ୍ୟ ବନାଇବା ପାଇଁ ଚଳଚଞ୍ଚଳ ବିଜେପି ଶିବିର। ପିଏମଙ୍କ ସଭାରେ ଯୋଗ ଦେବା ଲାଗି ରାଜ୍ୟବାସୀଙ୍କୁ ଭୁବନେଶ୍ବର ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସରକାରଙ୍କ ବର୍ଷ ପୂର୍ତ୍ତି ଲାଗି ଜୁନ ୧୩ରେ କଟକରେ ହେବ ନାରୀ ଶକ୍ତି କାର୍ଯ୍ୟକ୍ରମ । ତଳ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ଏହି ସମାରୋହରେ ପ୍ରାୟ ୬ ହଜାର ମହିଳା ହେବେ ସାମିଲ। ଗତ ବର୍ଷେ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ।
ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ କଟକ ଜିଲ୍ଲା ପ୍ରଶାସନ ସହ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୁରୁଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଙ୍କୁ ୧୧ ବର୍ଷ ପୂରଣ ହେଉଛି । ତେଣୁ ଡବଲ ଇଞ୍ଜିନ ସରକାର ଉପଲବ୍ଧି ସହ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ବଡ଼ ଭେଟି ନେଇ ଆସିବାର ରହିଛି ସମ୍ଭାବନା। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଓଡ଼ିଶା ଗସ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM's big show in Bhubaneswar on June 20, preparations underway | Argus News