Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crypto Fraud / କ୍ରିପ୍ଟୋ ନାଁରେ ଠକୁଥିଲେ, ଗ୍ୟାଙ୍ଗର ୩୨ ଜଣଙ୍କୁ ଧରିଲା ପୋଲିସ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କ୍ରିପ୍ଟୋ ନାଁରେ ଠକୁଥିଲେ, ଗ୍ୟାଙ୍ଗର ୩୨ ଜଣଙ୍କୁ ଧରିଲା ପୋଲିସ !

Key Points

କ୍ରିପ୍ଟୋ ମାୟାରେ ନିବେଶକାରୀଙ୍କ ଅକଲଗୁଡୁମ୍ ।
ବୁଡିଗଲା ଲକ୍ଷାଧିକ ଟଙ୍କା, ଠକକୁ ବାନ୍ଧିଲେ ଲୋକେ ।
ପୁରୀରୁ କଟକ ନେଇ ହୋଟେଲରେ ରଖିଥିଲେ ବନ୍ଧକ ।
କଟକ ଶିଖରପୁର ଅଞ୍ଚଳର ହୋଟେଲରୁ ୩୨ ଜଣଙ୍କୁ ଉଠାଇନେଲା ପୋଲିସ । ଅଟକଙ୍କ ମଧ୍ୟରୁ ୩୧ ଜଣ ପଶ୍ଚିମବଙ୍ଗର ଓ ଜଣେ ଓଡ଼ିଶାର ରହିଛନ୍ତି । କ୍ରିପ୍ଟୋ କରେନ୍ସି ଠକେଇରେ ହୋଟେଲେର ଏକାଠି ହୋଇଥିଲେ । ଠକେଇର ଶିକାର ବ୍ୟକ୍ତିମାନେ ହୋଟେଲରେ ୪ ଜଣଙ୍କୁ ଅଟକ ରଖିଥିଲେ । ପୁରୀରୁ ୪ ଜଣ ଠକଙ୍କୁ ଧରିଆଣି କଟକର ହୋଟେଲରେ ଅଟକ ରଖିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ସମସ୍ତଙ୍କୁ ଧରିଛି ବୋଲି କହିଛନ୍ତି କଟକ ଡିସିପି ।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

କୋଟିପତି କରାଇବ କ୍ରିପ୍ଟୋ । ଏମିତି କିଛି ଲୋଭ ଏବେ ନିବେଶକାରୀଙ୍କ ଅକଲ ଗୁଡୁମ୍ କରିଛି । ମିଛ ଆଶାରେ ଲକ୍ଷାଧିକ ଟଙ୍କା ହରାଇଛନ୍ତି ନିବେଶକାରୀ । ତା ପରେ ଯାହା ଘଟିଛି ତାହା କେଉଁ ବଲିଉଡ୍ ସିନେମାର ପ୍ଲଟଠୁ କମ ନୁହେଁ। ଉଚ୍ଚ ସୁଧ ଲୋଭରେ ନିବେଶ କରିଥିଲେ ହେଲେ ଠକାମିରେ ଫସିଲେ। ଟଙ୍କା ହେରଫେର କରି ଦଲାଲା ଫେରାର ।

ଏଥିସହ ପଢ଼ନ୍ତୁ: ଗଣଶିକ୍ଷା ବିଭାଗର ତାଗିଦ୍, ଏଥିରେ ଯେମିତି ଖରାପ ପ୍ରଚାର ନହୁଏ !

ପୁରୀରେ ଲୁଚିଥିଲେ ମାଷ୍ଟର ମାଇଣ୍ଡ। ସେମାନଙ୍କୁ କାବୁ କରିଥିଲେ ନିବେଶକାରୀ ଏବଂ କଟକ ଶିଖରପୁର ଅଞ୍ଚଳର ଏକ ହୋଟେଲରେ ରଖିଥିଲେ। ହେଲେ ମାଡି ବସିଲା ପୋଲିସ। ‌ ଶିଖରପୁର ଅଞ୍ଚଳରେ ଥିବା ଏକି ହୋଟେଲରୁ ‌ରେଡ୍‌ ବେଳେ ୩୨ ଜଣଙ୍କୁ ଉଠାଇ ନେଇଛି ପୋଲିସ।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ଅଟକଙ୍କ ମଧ୍ୟରୁ ଅଧିକାଂସ ପଶ୍ଚିମବଙ୍ଗ ବାସିନ୍ଦା । ସେମାନଙ୍କୁ ଅଟକ ରଖି ତଦନ୍ତ ଚାଲିଛି । ଘଟଣାସ୍ଥଳରୁ ୪ଟି କାର୍‌, ୩୨ ମୋବାଇଲ, କ୍ରିପ୍ଟୋ ୱାଲେଟ ମେସିନ ଜବତ ହୋଇଛି। ଏହା ସହ କ୍ରିପ୍ଟୋ କରେନ୍ସି ଲିଙ୍କ୍‌ର ସନ୍ଧାନ ମିଳିଛି । ଅପହରଣ ଓ କ୍ରିପ୍ଟୋ ଲିଙ୍କ୍‌ ପ୍ରମାଣିତ ହେଲେ ମାମଲା ରୁଜୁ କରିବୁ ବୋଲି କହିଛନ୍ତି କଟକ ଡିସିପି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crypto Fraud | Police arrest 32 members of a gang involved in crypto fraud! | Argus News