Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

Odisha

ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

Key Points

ଯାତ୍ରୀବାହି ବସରେ ଗଞ୍ଜେଇ ଚାଲାଣ

ମାଡି ବସିଲା ଅବକାରୀ ପୋଲିସ

୮ କେଜି ଗଞ୍ଜେଇ ଜବତ

ଯାତ୍ରୀବାହି ବସରେ ଗଞ୍ଜେଇ ଚାଲାଣ । ମାଡି ବସିଲା ଅବକାରୀ ପୋଲିସ l ଗାଡି ଡିକିରୁ ବାହାରିଲା କିଲୋ କିଲୋ ଗଞ୍ଜେଇ । ବୌଦ୍ଧ ଅବକାରୀ ଏସପି ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ଅବକାରୀ ଟିମ୍ ବଦଳା ଛକ ନିକଟରେ ଯାତ୍ରୀବାହି ବସରେ ଗଂଜେଇ କାରବାର ନେଇ ଜଗି ରହିଥିଲେ l କୁସଙ୍ଗ ଠାରୁ ଭୁବନେଶ୍ୱର ଯାଉଥିବାବେଳେ ବସକୁ ବଦଲା ଛକ ନିକଟରେ ଅଟକାଇ ଯାଞ୍ଚ ପରେ ଗାଡି ଡ଼ିକିରୁ ପେଟି ଭିତରେ ୮ କେଜି ଗଞ୍ଜେଇ ଜବତ ହୋଇଛି । ବସ କଣ୍ଡକ୍ଟର ଲକ୍ଷ୍ମୀଧର ଜଗସେଠୀ ଏବଂ ହେଲ୍ପର ବାବୁଲି ମେଣ୍ଡୁଳିଙ୍କୁ ଗିରଫ କରିଛି ଅବକାରୀ ଟିମ୍ ।  


ଉଭୟ ନୟାଗଡ଼ ଜିଲ୍ଲାର । ପୂର୍ବରୁ ମଧ୍ୟ ଏହି ବସରେ ରାଜଧାନୀକୁ ଗଂଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ରହିଥିଲା l ହରଭଙ୍ଗା ଅବକାରୀ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଅବକାରୀ ଅଧିକାରୀ ରବିନ୍ଦ୍ର ନାଥ ପ୍ରଧାନ ସୂଚନା ଦେଇଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police-caught-smuggling-marijuana-on-bus | Argus News