Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cbi Arrested / ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଗିରଫ

Bikash Mohanty
Browse all articles by Bikash Mohanty
·5 months ago·2 min read
ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଗିରଫ
CBI

Key Points

ପୋଲିସ ଏସଆଇ ପରୀକ୍ଷା ସ୍କାମ
ଆଉ ଜଣେ ଦଲାଲ ସୀତାରାମକୁ ଗିରଫ କଲା ସିବିଆଇ
ବ୍ରହ୍ମପୁରରୁ ସୀତାରାମକୁ ଗିରଫ କଲା ସିବିଆଇ
ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ଆଉ ଜଣେ ଦଲାଲ ସୀତାରାମକୁ ଗିରଫ କଲା ସିବିଆଇ। ବ୍ରହ୍ମପୁରରୁ ସୀତାରାମକୁ ଗିରଫ କରିଛି ସିବିଆଇ। ସୀତାରାମ୍ ଆଶାୟୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ଆନ୍ଧ୍ର ନେଇ ଯାଉଥିବା ବସ୍ କୁ ସହଯୋଗ କରିଥିଲା। ସୀତାରାମ୍ ର ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ CBI ଅଫିସ କୁ ଡାକି କରିଥିଲା ଜେରା । ଏକାଧିକ ଜେରା କରିବା ପରେ ଶେଷରେ ଆଜି CBI ଗିରଫ କରିଛି . ପୋଲିସ SI ସ୍କାମରେ ମୁଖ୍ୟ କାର୍ପେଟ ଦର ଶଙ୍କର ପୃଷ୍ଟି ସମେତ 16 ଜଣ ଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରି ସାରିଛି ସିବିଆଇ, ଏବେବି ମାମଲାର ତଦନ୍ତ ଜାରି ରହିଛି।

ସେପଟେ ଏହି ମାମଲାରେ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନଥିବା ବେଳେ ଅଯଥାରେ ତାଙ୍କ ନାମ ଯୋଡ଼ା ଯାଉଛି ବୋଲି ଦର୍ଶାଇ ଶ୍ରୀ ନାୟକଙ୍କ ତରଫରୁ ଆଗୁଆ ଜାମିନ ଆବେଦନ ଦାୟର କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ଶ୍ରୀ ନାୟକ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ଲାଲବାଗ ଥାନା ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ କେତେକ ଏହି ଘଟଣାରେ ଜଡ଼ିତ ବୋଲି ଚର୍ଚ୍ଚା ହୋଇଥିଲା |

ପୋଲିସ SI ଚାକିରି ମହା କେଳେଙ୍କାରୀ ମାମଲା | CBI ଚାର୍ଜସିଟ ରୁ ଆସିଲା ଆଉ ଏକ ସାଙ୍ଘାତିକ ତଥ୍ୟ। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲା ଭଳି CBI ହାତରେ ବଡ଼ ପ୍ରମାଣ। 2025 ମାର୍ଚ୍ଚ 8 ଓ 9 ତାରିଖ ପୋଲିସ SI ପରୀକ୍ଷା ପୂର୍ବରୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର। ଭୁବନେଶ୍ୱର ର ଚନ୍ଦକା ନେଚର ରିସର୍ଟ ରେ ୨ ଦିନ ପୂର୍ବରୁ ବୁକ ହୋଇଥିଲା 22ଟି ରୁମ ଏବଂ ୨ଟି କନଫରେନ୍ସ ହଲ | ମୁନା ମହାନ୍ତି ର ନିର୍ଦେଶରେ ଡ୍ରାଇଭର ଲୋକନାଥ ସାହୁ ଏସବୁକୁ ବୁକ କରିଥିଲେ | ୨ ଦିନିଆ ସ୍କିଲ ଇଣ୍ଡିଆ ଟ୍ରେନିଂ ହେବ କହି ହୋଇଥିଲା ରୁମ ବୁକ | 7 ତାରିଖ ଦିନ ରିସର୍ଟ ଛାଡିବା ପୂର୍ବରୁ ମୁନା ମହାନ୍ତି 2ଲକ୍ଷ 40ହଜାର ଟଙ୍କା ପେମେଣ୍ଟ କରିଥିଲେ | ଦେଢ଼ ଲକ୍ଷ ଟଙ୍କା ନଗଦ ଦେଇଥିବା ବେଳେ 90 ହଜାର ଟଙ୍କା ମୁନା ମହାନ୍ତି ତାଙ୍କ ମାଙ୍କ ଆକାଉଣ୍ଟରୁ ଦେଇଥିଲେ | 150ଜଣ ଚାକିରୀ ଆଶାୟୀ ଚନ୍ଦକା ନେଚର ରିସର୍ଟ ରେ ରହିଥିବା ତଦନ୍ତରୁ ଜାଣିବାକୁ ପାଇଛି CBI | ଅଭିଯୁକ୍ତ ଚାକିରୀ ଆଶାୟୀ ସାଇ ଚନ୍ଦନ ମହାପାତ୍ର ଙ୍କୁ CBI ପଚରା ଉଚରା କରିବା ବେଳେ ସାମ୍ନା କୁ ଆସିଥିଲା ସାଙ୍ଘାତିକ ସତ | ସେହି 150ଜଣ ଚାକିରୀ ଆଶାୟୀ ଙ୍କୁ ମୁନା ମହାନ୍ତି, ଲୋକନାଥ ସାହୁ ଏବଂ ଅନ୍ୟମାନେ ମାର୍ଚ୍ଚ 8 ଓ 9 ତାରିଖ ରେ ହେବାକୁ ଥିବା ପୋଲିସ SI ପରୀକ୍ଷା ର ସମ୍ଭାବ୍ୟ ପ୍ରଶ୍ନ ଦେଇଥିଲେ | ଚନ୍ଦକା ରିସର୍ଟ ର ମ୍ୟାନେଜର ପବିତ୍ର କୁମାର ଦାସ ଙ୍କୁ ପଚରା ଉଚରା କରିଛି CBI | ତେବେ ଏଠି ପ୍ରଶ୍ନ ଉଠୁଛି ମାର୍ଚ୍ଚ ମାସରେ ପ୍ରଶ୍ନ ପତ୍ର ଲିକ କୁ ନେଇ କାହିଁକି ଖୋଳତାଡ଼ କରିନଥିଲା OPRB? ଜାଣି ଶୁଣି ଚୁପ ରହିଥିଲା କି OPRB? ଯଦି ମାର୍ଚ୍ଚ ପରୀକ୍ଷା ଅନିୟମିତତା ଓ ପ୍ରଶ୍ନ ପତ୍ର ପ୍ରଘଟର ତଦନ୍ତ ହୋଇଥାନ୍ତା ତେବେ ଅକ୍ଟୋବର ମାସରେ ପୋଲିସ SI ପରୀକ୍ଷା ଅନିୟମିତତା ହୋଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cbi Arrested | Police SI Exam Scam: Another Agent Arrested | Odisha Latest News | Argus News