|
logo
Live
Argus News App
GET APP

Argus News - BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ !

Odisha

Odisha Politics / BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ !

Key Points

କାହିଁକି ଏମିତି କରୁଥିଲେ ସେତେବେଳର ସରକାର ?
କ'ଣ ପାଇଁ ଦିଆଯାଉଥିଲା ତାଙ୍କୁ ଏତେ ସୁରକ୍ଷା ?

ଶୁକ୍ରବାର ବିଧାନସଭାରେ ବର୍ଷିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି ନେତାଙ୍କୁ କରିଛନ୍ତି କଡ଼ା ପ୍ରଶ୍ନ । ତାଙ୍କ ପ୍ରଶ୍ନ ଶୁଣି ବିଜେଡି ନେତାଙ୍କ ଉଡ଼ିଲା ହୋସ୍ । ସମସ୍ତେ ମୁହଁରେ ବାନ୍ଧିଲେ ତୁଣ୍ଡି । ପୃଥ୍ୱୀରାଜ ସିଧା ସିଧା ବିଜେଡି ହୃତ୍‌ପିଣ୍ଡକୁ କରିଛନ୍ତି ଟାର୍ଗେଟ୍ । ଯାହାଫଳରେ ଅଣନିଃଶ୍ୱାସୀ ହୋଇପଡ଼ିଲେ ଗୃହରେ ବସିଥିବା ବିଜେଡି ସଦସ୍ୟ ।

ଭିକେ ପାଣ୍ଡିଆନଙ୍କ ନାଁ ନନେଇ ପୃଥ୍ୱୀରାଜ ପ୍ରଶ୍ନ କରିଥିଲେ, 'ବିଜେଡି ସରକାର ବେଳେ କାହିଁକି ଜଣେ ବ୍ୟକ୍ତିଙ୍କ ପାଇଁ ରହିଥିଲେ ୭୨ ସୁରକ୍ଷା କର୍ମୀ । ସିଏ ଯୁଆଡ଼େ ଯାଉଥିଲେ ତାଙ୍କ ଆଗରେ ପଛରେ କାହିଁକି ବୁଲୁଥିଲେ ପୋଲିସ । ସେ କୌଣସି ଜିଲ୍ଲାକୁ ଗଲେ ବି, ଜିଲ୍ଲା ପୋଲିସକୁ ତାଙ୍କ ସୁରକ୍ଷାରେ ଲଗାଉଥିଲେ ସରକାର । କାହିଁକି ଏମିତି କରୁଥିଲେ ସେତେବେଳର ସରକାର ? କ'ଣ ପାଇଁ ଦିଆଯାଉଥିଲା ତାଙ୍କୁ ଏତେ ସୁରକ୍ଷା । ଏହାର ଜବାବ ଦିଅନ୍ତୁ ବିଜେଡି ସଦସ୍ୟ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବି ଏତେ ସୁରକ୍ଷା ଦେବାକୁ ପଡ଼ୁନାହିଁ ।

ଶୁକ୍ରବାର ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ ବିଜେଡି ସଦସ୍ୟଙ୍କୁ ଏଭଳି ପ୍ରଶ୍ନ କରିଥିଲେ ପୃଥ୍ୱୀରାଜ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସେ ବିରୋଧୀଙ୍କ ଉତ୍ତର ରଖିବାକୁ ଯାଇ ପୂର୍ବତନ ବିଜେଡି ନେତା ତଥା ପୂର୍ବତନ 5T ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ କରିଥିଲେ ଟାର୍ଗେଟ ।

ଅନ୍ୟପଟେ ଆଜି ଗୃହରେ ବଡ଼ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ । ଯେଉଁ ତଥ୍ୟ ସେ ରଖିଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ନୂଆ ସରକାର ଗଠନ ହେବା ପରଠୁ, ରାଜ୍ୟରେ ମହିଳା ହିଂସା କମିଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟରେ ବିଜେପି ସରକାର ଶାସନକୁ ଆସିବାର ୧୫ ମାସ ଅର୍ଥାତ ୦୧.୦୭.୨୦୨୪ ରୁ ୩୦.୦୯.୨୦୨୫ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ପୂର୍ବ ୧୫ ମାସ ଅର୍ଥାତ ତା ୦୧.୦୪.୨୦୨୩ ରୁ ୩୦.୦୬.୨୦୨୪ ମଧ୍ୟରେ ହୋଇଥିବା ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖା ଅପେକ୍ଷାକୃତ ଭାବେ ସ୍ଥିର ରହିଛି । ୦୧.୦୭.୨୦୨୪ ରୁ ୩୦.୦୯.୨୦୨୫ ମଧ୍ୟରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧର ମୋଟ ୪୦,୯୪୭ ଗୋଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୦୧.୦୪.୨୦୨୩ ରୁ ୩୦.୦୬.୨୦୨୪ ରିଖ ମଧ୍ୟରେ ୪୦,୭୭୧ ମାମଲା ରହିଛି ।

ରାଜ୍ୟରେ ଦୁଷ୍କର୍ମ ମାମଲା ୩.୩% ହ୍ରାସ ପାଇଛି । Molestation ୧.୯% ହ୍ରାସ ପାଇଛି । ଯୌନ ନିର୍ଯାତନା ମାମଲାରେ ୦.୭% ସାମାନ ବୃଦ୍ଧି ପାଇଛି । Public Disrobing of Women ମାମଲାରେ ୨୨.୨ % ହ୍ରାସ ପାଇଛି। Voyeurism ମାମଲା ସ୍ଥିର ରହିଛି । ମହିଳାଙ୍କ ଉପରେ ଏସିଡ୍‌ ଆମଣ ମାମଲାରେ ୬୬.୭% ହ୍ରାସ ପାଇଛି । ମହିଳା ଚାଲାଣ ମାମଲାରେ ୨୪.୧% ହ୍ରାସ ପାଇଛି । ଯୌତୁକ ହତ୍ୟା ମାମଲାରେ ୨୦.୬% ହ୍ରାସ ପାଇଛି । ଯୌତୁକ ନିର୍ଯାତନା ମାମଲାରେ ୭.୨% ହ୍ରାସ ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics: BJD ନେତାଙ୍କ ହୃତପିଣ୍ଡକୁ ଆଘାତ କଲେ ପୃଥ୍ୱୀରାଜ, ମୁହଁରେ ସବୁ ତୁଣ୍ତି ବାନ୍ଧିଲେ ! | Argus News