Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajyasabha Election / ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ,ବଢୁଛି ସସପେନ୍ସ

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ,ବଢୁଛି ସସପେନ୍ସ
Rajya Sabha

Key Points

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ
ମାର୍ଚ୍ଚ 16ରେ ହେବ ନିର୍ବାଚନ
ଖାଲି ହେଉଛ ି ୪ଟି ଆସନ
ଚତୁର୍ଥ ଆସନ ନେଇ ରୋଚକ ରାଜ୍ୟ ରାଜନୀତି


ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା । ତାରିଖ ଯେତିକି ପାଖେଇ ଆସୁଛି ପାର୍ଥୀ ଙ୍କୁ ନେଇ ସେତିକି ବଢୁଛି ସସ୍ପେନ୍ସ । ମାର୍ଚ୍ଚ 16 ରେ ନିର୍ବାଚନ ହେବାକୁ ଥିବାବେଳେ କିଏ ହେବ କାହାର ପାର୍ଥୀ ତାକୁ ନେଇ ଜାରି ରହିଛି ଚର୍ଚ୍ଚା । ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟେଏ ଆସନ ହାତେଇବା ପାଇଁ ସଂଖ୍ୟା ଥିବା ବେଳେ ଚତୁର୍ଥ ଆସନ କୁ ନେଇ ରୋଚକ ହେଉଛି ରାଜ୍ୟ ରାଜନୀତି ।

ରାଜ୍ୟସଭା ନିର୍ବାଚନ ଯେତିକି ପାଖାଉଛି ପାର୍ଥିଙ୍କୁ ନେଇ ସସ୍ପେନ୍ସ ସେତିକି ବଢ଼ିବାରେ ଲାଗିଛି | ଆସନ୍ତାକାଲି ଠାରୁ ଆରମ୍ବ ହେଉଛି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା | ମାର୍ଚ୍ଚ 16 ରେ ନିର୍ବାଚନ ହେବାକୁ ଥିବାବେଳେ କିଏ ହେବ କାହାର ପାର୍ଥୀ ତାକୁ ନେଇ ବଢ଼ିଲାଣି ଚର୍ଚ୍ଚା | ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟେଏ ଆସନ ହାତେଇବା ପାଇଁ ସଂଖ୍ୟା ଥିବା ବେଳେ ଚତୁର୍ଥ ଆସନ କୁ ନେଇ ରୋଚକ ହେଉଛି ରାଜ୍ୟ ରାଜନୀତି | ଉଭୟ ବିଜେପି ଓ ବିଜେଡି ର ଦାବି ଆମର ହେବ ଚତୁର୍ଥ ଆସନ | ବିଜେପି କହିଛି କେଉଁଭଳି ପାର୍ଥୀ ହେବେ ସଂସଦୀୟ ବ୍ୟାପାର କମିଟି ନିଷ୍ପତି ନେବ | ସେପଟେ କିନ୍ତୁ କନଫ୍ୟୁଜ ରେ କଂଗ୍ରେସ | ସଂଖ୍ୟା ନଥିଲେ ବି ପ୍ରାର୍ଥୀ ଦେବାକୁ ଦିଲ୍ଲୀ ଆଦେଶକୁ ଅନାଇବସିଛି କଂଗ୍ରେସ |

ଗୋଟିଏ ଆସନ ହାତେଇବାକୁ ସଂଖ୍ୟା ଥିବା ବେଳେ ଏକାଧିକ ଆଶାୟୀ ଏବେ ବିଜେଡି ସୁପ୍ରିମୋ ଙ୍କ ପାଇଁ ଚିନ୍ତାର କାରଣ ସାଜିଛି | ଚର୍ଚ୍ଚା ହେଉଛି ବିଜେଡି ନିଜର ଅସ୍ତିତ୍ୱ ଜାହିର ଓ କର୍ମୀ ଙ୍କ ମନୋବଳ ବଢାଇବା ପାଇଁ ଚତୁର୍ଥ ଆସନ ପାଇଁ ପାର୍ଥି ଦେଇପାରେ | ସେପଟେ ଗୋଟିଏ ଆସନ ପାଇଁ ବିଜେଡି ରେ ଏବେ ଲବି ଆରମ୍ବ ହୋଇଗଲାଣି  ଯେଉଁମାନେ ଦଳରେ ଖଟିଛନ୍ତି, ବରିଷ୍ଠ ଲୋକ, ବହୁତ ଦିନ ଦଳର ସେବା କଲେଣି ସେମାନେ ପୁରସ୍କୃତ କରାଯାଉ ବୋଲି କହିଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର।

ଏସବୁ ଭିତରେ ବିଜେଡି ପାଇଁ ପାର୍ଥି ଚୟନ ଏବେ ଆଡୁଆ ପରିସ୍ଥିତି ସୃଷ୍ଟି କରିଛି | କେଉଁଭଳି ପ୍ରାର୍ଥୀ ଦେବେ ନବୀନ | ଦଳରେ ନେତା ଙ୍କ ଦାବି କୁ ବିଚାର କରିବେ ନା ଲବି ରେ ଥିବା ନେତା ଙ୍କ କଥା ରଖିବେ ତାକୁ ନେଇ ଚର୍ଚ୍ଚା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajyasabha Election | Rajya Sabha Election 2026: Nomination Filing Process Begins Today | Argus News