Raseswari Panigrahi / ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Key Points
ପୂର୍ବତନ ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।
ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ । ସ୍ନାୟୁଜନିତ ରୋଗରେ ଥିଲେ ପୀଡ଼ିତ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ। ୭୯ ବର୍ଷ ବସୟରେ ସମ୍ୱଲପୁର ବାସଭବନରେ ଦେହାନ୍ତ ହୋଇଛି । ଆଜି ରାତି ୮ଟା ୫୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ଥିଲା ।
ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ରାସେଶ୍ଵରୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବରିଷ୍ଠ ନେତ୍ରୀ, ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି 🙏 pic.twitter.com/Olc8U0Pqlv
— Mohan Charan Majhi (@MohanMOdisha) February 16, 2026
ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଡାକ୍ତର ପାଣିଗ୍ରାହୀ କେବଳ ଜଣେ ଜନପ୍ରତିନିଧି ନଥିଲେ, ବରଂ ଜଣେ ସେବାଭିମୁଖୀ ବ୍ୟକ୍ତିତ୍ୱ ଭାବେ ସମ୍ବଲପୁରର ଘରେ ଘରେ ସୁପରିଚିତ ଥିଲେ । ଜଣେ ଦକ୍ଷ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି… pic.twitter.com/2oAOo5jOmT
📱 Get Argus News App
✨ସୂଚନା ଅନୁସାରେ, ଶାନ୍ତିନଗର ସ୍ଥିତ ତାଙ୍କ ନିଜ ଘରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିଲା । ପ୍ରାୟ ଏକବର୍ଷ ହେଲା ସେ ସ୍ନାୟୁଜନିତ ସମସ୍ୟାରେ ପୀଡିତ ରହିଥିବା ବେଳେ ବିଶେଷ ଚଲାବୁଲା କରିପାରୁନଥିଲେ । ଘରେ ରହି ସେ ଚିକିତ୍ସିତ ହେଉଥିଲେ। ସୂଚନା ଯୋଗ୍ଯ ଯେ, ରାସେଶ୍ୱରୀ ପାଣିଗ୍ରାହୀ ଗତ ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପଢ଼ନ୍ତୁ ଏହି ଖବର: ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଆଜି ଅନ୍ତ୍ୟେଷ୍ଟି, ରାଜଘାଟରେ ଶେଷ ଦର୍ଶନ
ଜଣେ ଉତ୍ତମ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଭାବେ କେବଳ ସମ୍ବଲପୁର ନୁହେଁ ବରଂ ସମଗ୍ର ଓଡ଼ିଶାରେ ତାଙ୍କର ସୁନାମ ରହିଛି । ବର୍ତ୍ତମାନ ମଧ୍ୟ ସେ ରୋଗୀଙ୍କୁ ସେବା ଯୋଗାଉଥିଲେ। ବୁର୍ଲାସ୍ଥିତ ତତ୍କାଳୀନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଚିକିତ୍ସା ଓ ମହା ବିଦ୍ୟାଳୟରେ ଏମ୍ବିବିଏସ୍ ପାଠ ପଢ଼ା ଶେଷ କରି ୧୯୭୨ ମସିହାରେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଚିକିତ୍ସକ ଭାବେ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲ ।
Related Topics
Explore more stories