Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna bhandar / ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ସମୟ

Bikash Mohanty
Browse all articles by Bikash Mohanty
·4 months ago·3 min read
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ  ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ସମୟ
Ratna Bhandar

Key Points

ମାର୍ଚ୍ଚ 2ରେ ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ
ସେହି ଦିନ ହିଁ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 
ଶ୍ରୀମନ୍ଦିରରେ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ ନେଇ ଆଲୋଚନା ହେବ
ଆସନ୍ତା ମାର୍ଚ୍ଚ 2 ତାରିଖ ସୋମବାର ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା। ସେହି ଦିନ ହିଁ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ।  ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ ଚୂଡାନ୍ତ ହେବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ସେବାୟତଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ସମ୍ପର୍କରେ ହେବ ଆଲୋଚନା। ମହାପ୍ରଭୁଙ୍କୁ ନୂତନ ରତ୍ନପଲଙ୍କ ସେଟ୍ କେବେ ବ୍ୟବହାର ହେବ ସେନେଇ ମଧ୍ୟ ହେବ ଆଲୋଚନା। ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ ନେଇ ଆଲୋଚନା ହେବ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ମଧ୍ୟ ହେବ ଆଲୋଚନା। ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା ହେବ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି ହେବ । ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ସମୟ ନୀତି ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ ଆମେ ଯୋଜନା କରୁଛୁ ବୋଲି ପୁର୍ବରୁ କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି । ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ କେଉଁ ସମୟରେ କଲେ ଠିକ୍ ହେବ, ଏହା ପରେ ତାରିଖ ଘୋଷଣା ହେବ ବୋଲି ଆଇନ ମନ୍ତ୍ରୀ କହିଥିଲେ।
ଗଣତି ମଣତି ସମୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି । ନୀଳାଦ୍ରିବିଜେ ପୂର୍ବରୁ ଗଣତିମଣତି ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ଗଣତି ମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିବେ । ଗୋଟିଏ ସୁପରଭାଇଜିଂ ଟିମ୍ ଓ ଅନ୍ୟଟି ହ୍ୟାଣ୍ଡେଲିଂ ଟିମ୍ । ଉଭୟ ଟିମ୍‌ରେ ମୁଖ୍ୟ ପ୍ରଶାସକ ରହିବେ । ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦାରଖ କରିବେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଉପମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ । ସୁପରଭାଇଜିଂ ଟିମ୍‌ରେ ୩ ଜଣ ରହିବେ । ହ୍ୟାଣ୍ଡେଲିଂ ଟିମ୍‌ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ, ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଦଳପତି ହିସାବରେ ରହିବେ । ପରିଚାଳନା କମିଟିର ପାଞ୍ଚଜଣ ସେବକ ମଧ୍ୟରୁ ଜଣେ ରହିବେ, ଭଣ୍ଡାର ମେକାପ, ତଢ଼ାଉକରଣ, ବଣିଆ ସେବକ ରହିବେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ । ସେଥି ମଧ୍ୟରୁ ୨ ଜଣ ଯାଇ ପାରିବେ । ବିଭିନ୍ନ ଅଳଙ୍କାର ଚିହ୍ନିବାକୁ ଜଣେ ରହିବେ । ଆରବିଆଇରୁ ଜଣେ ରହିବେ । ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତି ମଣତି ସମୟରେ ସାମିଲ କରାଯିବ । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯିବ ।
ହ୍ୟାଣ୍ଡେଲିଂ ଟିମ୍‌ରେ ୧୦ ଜଣ ରହିବେ । ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଚାହିଁଲେ ରହି ପାରିବେ । ୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ତାଲିକା ସହ ୧୯୮୨, ୧୯୮୫ ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ ।

ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତି ମଣତି କରାଯିବ । ଶେଷରେ ଭିତର ରତ୍ନଭଣ୍ଡାରର ଗଣତି ମଣତି ହେବ । ଭିତର ରତ୍ନଭଣ୍ଡାରର ଚାବି ପ୍ରତ୍ୟେକ ଦିନ ଗଣତି ମଣତି ପରେ ଟ୍ରେଜେରୀରେ ଜମା ହେବ ଓ ପୁନର୍ବାର ଗଣତି ମଣତି ସମୟରେ ଆସିବ । ସମସ୍ତେ ଗୋପନୀୟତା ବଜାୟ ରଖିବେ। 

ପଢନ୍ତୁ ଏହି ଖବର: ଆଇନ ମନ୍ତ୍ରୀଙ୍କ ବଡ଼ ସୂଚନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତିମଣତି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna bhandar | March 2: Ratna Alankara Counting Date Decision & Srimandir Committee Meeting Update | Argus News