|
logo
Live
Argus News App
GET APP

Argus News - ରିଲ୍ସ ପ୍ରେମୀଙ୍କୁ ବଡ଼ ଝଟକା; ଟ୍ରାକରେ ରିଲ୍ସ କଲେ ସିଧା ଯିବେ ଜେଲ୍

Odisha

Railway Safety / ରିଲ୍ସ ପ୍ରେମୀଙ୍କୁ ବଡ଼ ଝଟକା; ଟ୍ରାକରେ ରିଲ୍ସ କଲେ ସିଧା ଯିବେ ଜେଲ୍

Rashmita Mishra
Browse all articles by Rashmita Mishra
·5 months ago·2 min read
ରିଲ୍ସ ପ୍ରେମୀଙ୍କୁ ବଡ଼ ଝଟକା; ଟ୍ରାକରେ ରିଲ୍ସ କଲେ ସିଧା ଯିବେ ଜେଲ୍

Key Points

ବର୍ତ୍ତମାନ ସମୟରେ ରିଲ୍ସର ନିଶା ସମସ୍ତଙ୍କୁ ଘାରିଛି ।
ଚଳନ୍ତା ଟ୍ରେନ୍‌ କିମ୍ବା ରେଳ ଟ୍ରାକ୍‌ ଉପରେ ରିଲ୍ସ କରୁଥିଲେ ସାବଧାନ।
ଉଲ୍ଲଂଘନକାରୀଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ୍‌ ହୋଇପାରେ।

ଚଳନ୍ତା ଟ୍ରେନ୍‌ କିମ୍ବା ରେଳ ଟ୍ରାକ୍‌ ଉପରେ ରିଲ୍ସ କରୁଥିଲେ ସାବଧାନ। ଉଲ୍ଲଂଘନକାରୀଙ୍କୁ ଆର୍ଥିକ ଦଣ୍ଡ ସହ ଜେଲ୍‌ ହୋଇପାରେ। ବର୍ତ୍ତମାନ ସମୟରେ ରିଲ୍ସର ନିଶା ସମସ୍ତଙ୍କୁ ଘାରିଛି । କିଏ ଚଳନ୍ତା ଟ୍ରେନ୍‌ ପାଖରେ ତ ଆଉ କିଏ ଜୀବଜନ୍ତୁଙ୍କ ପାଖରେ ରିଲ୍ସ କରୁଛି । ଏହିପରି ଭାବରେ ହେବା ଦ୍ଵାରା ଅନେକଙ୍କର ଜୀବନ ଯାଉଛି । ରେଳ ଓ ‌ଟ୍ରାକ୍‌ ଉପରେ ସେଲ୍‌ଫି ନେବା, ଫଟୋ ଉଠାଇବା, ଭିଡିଓ କରିବା, ରିଲ୍ସ କରି ଦୁର୍ଘଟଣାର ଶିକାର ହେବା ଖବର ବାରମ୍ବାର ନଜରକୁ ଆସିବା ପରେ ପୂର୍ବତଟ ରେଳପଥ ଏଭଳି ନିଷ୍ପତ୍ତି ନେଇଛି।

ରେଳ ଆଇନ ୧୯୮୯ର ଧାରା ୧୪୭ ଓ ୧୫୩ ଅନୁଯାୟୀ ଉଲ୍ଲଂଘନକାରୀଙ୍କ ବିରୋଧରେ ରେଳ ସୁରକ୍ଷା ବଳ (ଆରପିଏଫ୍‌) ଓ ସରକାରୀ ରେଳ ପୁଲିସ (ଜିଆରପି) ପକ୍ଷରୁ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରାଯିବା ସହ ମାମଲା ରୁଜୁ ହେବ ବୋଲି କୁହାଯାଇଛି।

ବିଶେଷକରି ଛାତ୍ରଛାତ୍ରୀ ଓ କିଶୋରଙ୍କୁ ସୁରକ୍ଷା ନିର୍ଦ୍ଦେଶାବଳୀ ବୁଝିବା ଏବଂ ପାଳନ କରିବାକୁ ଅନୁରୋଧ କରି କର୍ତ୍ତୃପକ୍ଷ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟଠାରୁ ଜୀବନ ଅଧିକ ମୂଲ୍ୟବାନ। ତେଣୁ ଫଟୋଗ୍ରାଫି ହେଉ ଅଥବା କୌଣସି କାରଣ ପାଇଁ ରେଳ ଟ୍ରାକ୍ ଉପରକୁ ଯାଆନ୍ତୁ ନାହିଁ। କାରଣ ଟ୍ରେନ୍‌ ଦ୍ରୁତ ଗତିରେ ଗତି କରିଥାଏ ଏବଂ ଦେଖାଯାଉଥିବା ଦୂରତା ଅପେକ୍ଷା ଶୀଘ୍ର ଅତିକ୍ରମ କରେ।

ଲୋକମାନେ ଚାଲୁଥିବା ଟ୍ରେନ୍‌ରୁ ଝୁଙ୍କି ପଡ଼ିବା, ଫୁଟ୍‌ବୋର୍ଡରେ ଯାତ୍ରା କରିବା, ଭିଡିଓ ଫିଲ୍ମ କରିବାକୁ ଛାତ କିମ୍ବା ଇଞ୍ଜିନ୍‌ରେ ଚଢ଼ିବା ଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ପ୍ରଦର୍ଶନରୁ ଦୂରେଇ ରହିବା ଉଚିତ। ଏଭଳି କାର୍ଯ୍ୟ ଉଚ୍ଚ-ଭୋଲଟେଜ୍ ଓଭରହେଡ୍ ଇଲେକ୍ଟ୍ରିକ୍ (ଓଏଚ୍‌ଇ) ଲାଇନ୍‌ ସଂସ୍ପର୍ଶରେ ଆସିପାରେ। କେବଳ ସେତିକି ନୁହେଁ, ଯେତେବେଳେ ଟ୍ରେନ୍ ଆସୁଛି କିମ୍ବା ଅତିକ୍ରମ କରୁଛି ସମସ୍ତେ ପ୍ଲାଟଫର୍ମ ଧାରରୁ ନିରାପଦ ଦୂରତା ବଜାୟ ରଖି ସୁରକ୍ଷା କ୍ଷେତ୍ରଗୁଡ଼ିକୁ ସମ୍ମାନ ଦେବା ଆବଶ୍ୟକ। ଚାଲୁଥିବା ଟ୍ରେନ୍‌ରୁ ଚଢ଼ିବା କିମ୍ବା ଓହ୍ଲାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି।

ଏହି କିଛିଦିନ ପୂର୍ବରୁ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ । ମା ଦକ୍ଷୀଣକାଳିଙ୍କୁ ଦର୍ଶନ କରି ଫେରିବା ପରେ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଭିଡିଓ କରିଥିଲେ । ତାଙ୍କ ସହ ଥିଲେ ଆଉ ଜଣେ ନାବାଳକ ଯିଏ ତାଙ୍କ ଭିଡିଓ କରୁଥିଲେ । ରେଳ ଧାରଣାରେ ଛିଡା ହୋଇ ରିଲ୍ସ କରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରେନ ହଠାତ ପଛପଟୁ ଧକ୍କା ଦେଇଥିଲା ଟ୍ରେନ । ଯାହାଦ୍ଵାରା ତାଙ୍କ ପଛ ମୁଣ୍ଡରେ ଖୁବ ଜୋରରେ ଆଘାତ ଲାଗିଥିଲା । ଆଉ ତାଙ୍କ ଜୀବନ ଚାଲି ଯାଇଥିଲା ।

ତେବେ ଗାଁ ତଥା ଆଖପାଖ ଲୋକଙ୍କ କହିବା ମୁତାବକ ସେହି ନାବାଳକ ଜଣକ ଅନେକ ସମୟରେ ରିଲ୍ସ କରିଥାନ୍ତି । ବିଭିନ୍ନ ସ୍ଥାନକୁ ଯାଇଁ ରିଲ୍ସ କରିବାର ନିଶା ତାଙ୍କର ଥାଏ । ତେବେ ବର୍ତ୍ତମାନ ସେହି ନାବଳକ ଜଣକଙ୍କ ପାଖରେ ଥିବା ଅନ୍ୟ ନାବାଳକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railway Safety: ରିଲ୍ସ ପ୍ରେମୀଙ୍କୁ ବଡ଼ ଝଟକା; ଟ୍ରାକରେ ରିଲ୍ସ କଲେ ସିଧା ଯିବେ ଜେଲ୍ | Argus News