Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Landslide / ଭୟଙ୍କର ଭୂସ୍ଖଳନ ପରେ କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ

Swoyang prajna Mishra
Browse all articles by Swoyang prajna Mishra
·9 months ago·1 min read
ଭୟଙ୍କର ଭୂସ୍ଖଳନ ପରେ କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ

Key Points

କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ
ଭୟଙ୍କର ଭୂଷ୍ଖଳନ ପରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ନିର୍ମାଣ କାର୍ଯ୍ୟ
ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ ଅବରୋଧ
ବଡ଼ ବଡ଼ ପଥର ଓ ମାଟି ଅତଡ଼ାକୁ ରାସ୍ତା ଉପରୁ ସଫା କରାଯାଇଛି

କଳିଙ୍ଗା ଘାଟିରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ଭୟଙ୍କର ଭୂସ୍ଖଳନ ପରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ । ବିଜୟୱାଡା-ରାଞ୍ଚି କରିଡର କୁହାଯାଉଥିବା ୧୫୭ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅବରୋଧ ହୋଇରହିଛି । ବଡ଼ ବଡ଼ ପଥର ଓ ମାଟି ଅତଡ଼ାକୁ ରାସ୍ତା ଉପରୁ ସଫା କରାଯାଇଛି । ବାଲି ପଥର ପକାଇ ରାସ୍ତା କାର୍ଯ୍ୟ ନିର୍ମାଣ କରିବାକୁ NH କର୍ତ୍ତୃପକ୍ଷ ଅଣ୍ଟାଭିଡ଼ିଛି । ଯାତାୟାତ ଠପ ହୋଇ ଯାଇଥିବାରୁ ଲୋକେ ୫୦ କିଲୋମିଟରରୁ ଅଧିକ ବୁଲାଣି ରାସ୍ତାରେ ଯାତାୟତ କରୁଛନ୍ତି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ରହି ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି ।


ଗତ ଗୁରୁବାର ଦିନ ମଧ୍ୟାହ୍ନରେ ଭୟଙ୍କର ଭୂସ୍ଖଳନ ହେବା ଯୋଗୁ କଳିଙ୍ଗା ଘାଟି ଦେଇ କନ୍ଧମାଳର ଜି.ଉଦୟଗିରିରୁ ଗଞ୍ଜାମର ଦୁର୍ଗାପ୍ରସାଦକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଥିଲା । ଭୂସ୍ଖଳନ ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସିଥିଲା । ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ କନ୍ଧମାଳରୁ ଗଞ୍ଜାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Landslide | Road construction begins at Kalinga Ghat | Argus News