Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NIT Rourkela / NIT ରାଉରକେଲାର ଦେଶୀ ଉଦ୍ଭାବନ, କମ୍ ଖର୍ଚ୍ଚରେ ଗୋଇଠି ଯନ୍ତ୍ରଣାରୁ ମିଳିବ ଉପଶମ

Sushanta Sahoo
Browse all articles by Sushanta Sahoo
·9 months ago·2 min read
NIT ରାଉରକେଲାର ଦେଶୀ ଉଦ୍ଭାବନ, କମ୍ ଖର୍ଚ୍ଚରେ ଗୋଇଠି ଯନ୍ତ୍ରଣାରୁ ମିଳିବ ଉପଶମ

Key Points

ଗୋଇଠି ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ଵସ୍ତ କରିବା ଲାଗି ରାଉରକେଲା NITର ଅଧ୍ୟୟନକାରୀ ସ୍ଵଳ୍ପ ଖର୍ଚ୍ଚରେ ଏକ ସ୍ଵଦେଶୀ ଫୋର୍ସ ପ୍ଲେଟ୍ ଉଦ୍ଭାବନ କରିଛନ୍ତି । ଆଗକୁ ଏହି ଉଦ୍ଭାବନ ବରିଷ୍ଠ ନାଗରିକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ରାଉରକେଲା: କମିବ ଗୋଇଠି ଯନ୍ତ୍ରଣା, ରାଉରକେଲା NIT ଆଣିଲା ସ୍ଵଦେଶ୍ଵୀ ଫୋର୍ସ ପ୍ଲେଟ୍ । ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ପାଦର ଗୋଇଠି ଯନ୍ତ୍ରଣା ସାଧାରଣ କଥା । ଆଉ ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । କିଏ ପେନ୍ କିଲର୍ ଖାଏ ତ ଆଉ କିଏ ରାତି ରାତି ତେଲ ମାଲିସ୍ କରିଥାଏ ।


ତଥାପି ଯନ୍ତ୍ରଣାରୁ ମିଳି ନଥାଏ ମୁକ୍ତି । ଗୋଇଠି ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ଵସ୍ତ କରିବା ଲାଗି ରାଉରକେଲା NITର ଅଧ୍ୟୟନକାରୀ ସ୍ଵଳ୍ପ ଖର୍ଚ୍ଚରେ ଏକ ସ୍ଵଦେଶୀ ଫୋର୍ସ ପ୍ଲେଟ୍ ଉଦ୍ଭାବନ କରିଛନ୍ତି । ଆଗକୁ ଏହି ଉଦ୍ଭାବନ ବରିଷ୍ଠ ନାଗରିକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।


ଏଥିସହ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ


ଗୋଇଠି ଯନ୍ତ୍ରଣାର ଅନେକ ମାମଲାରେ ଦେଖାଯାଏ ବୟସାଧିକ, ମେଦ ବହୁଳତା, ମଧୁମେହ ଆଦି ଆକ୍ରାନ୍ତଙ୍କ ଏହା ସାମାନ୍ୟ । ଏବେ ରାଉରକେଲା NIT ଆଣିଥିବା ଫୋର୍ସ ପ୍ଲେଟ୍ ମଲ୍ଟି-ଅକ୍ସିଆଲ୍ ଗ୍ରାଉଣ୍ଡ ରିଆକ୍ସନ୍ ଫୋର୍ସେସ୍ (GRF)କୁ ମାପି କାମ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଡିଭାଇସ୍‌ର ବ୍ୟବହାର କ୍ରୀଡ଼ା ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଡାକ୍ତରଖାନା ଏବଂ ପୁନର୍ବାସ କେନ୍ଦ୍ରରେ କରାଯାଇ ପାରିବ । ବିଦେଶୀରୁ ଆମଦାନୀ ଅନ୍ୟ ଉପକରଣ ଠାରୁ ଏହି ସ୍ଵଦେଶୀ ଉଦ୍ଭାବନ ବେଶ ଶସ୍ତା ମଧ୍ୟ ।


ଏଥିସହ ପଢ଼ନ୍ତୁ: କିଏ ଏହି ବାବା ପାର୍ଥ ସାରଥୀ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?


ଏହି ଫୋର୍ସ ପ୍ଲେଟ୍ ବିଶ୍ଵରେ ବେଶ୍ ଜଣାଶୁଣା । ଯାହାର ବ୍ୟବହାର ମଣିଷର ମସ୍କୁଲୋସ୍କେଲେଟଲ୍ ସ୍ଵାସ୍ଥ୍ୟର ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ଚଢ଼ା ଦର ପାଇଁ ଭାରତରେ ଏହାର ଉପଲବ୍ଧତା ସୀମିତ ଅଟେ ।


ଭାରତକୁ ବିଦେଶରୁ ଆମଦାନୀ କରାଯାଉଥିବା ଏହି ଫୋର୍ସ ପ୍ଲେଟ୍‌ର ମୂଲ୍ୟ ପ୍ରାୟତଃ ୩୦ରୁ ୫୦ ଲକ୍ଷ ହୋଇଥାଏ । ଏବେ NIT ରାଉରକେଲା ଦ୍ଵାରା ଉଦ୍ଭାବିତ ସ୍ଵଦେଶୀ ଫୋର୍ସ ପ୍ଲେଟ୍‌ର ଦର ପ୍ରାୟ ୮ରୁ ୧୦ ଲକ୍ଷ ରହିବ । ଯାହାକି ବିଦେଶୀରୁ ଆମଦାନୀ କରାଯାଉଥିବା ଫୋର୍ସ ପ୍ଲେଟର ମୂଲ୍ୟ ଠାରୁ ୭୦ରୁ ୮୫ ପ୍ରତିଶତ କମ୍ ଅଟେ ।

Related Topics

Explore more stories

Sponsored
Rourkela NIT Develops Indigenous Force Plate to Reduce Heel Pain | Argus News | Argus News