Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ , ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତାପତି ସେବକ

Odisha

ଆଜି ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ , ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତାପତି ସେବକ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ଆଜି ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ , ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତାପତି ସେବକ

Key Points

ଆସନ୍ତା ବୁଧବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ।

ଆସନ୍ତା ବୁଧବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ନିମା। ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ। ତେଣୁ ଆଜି ତ୍ରୟୋଦଶ ତିଥିରେ ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ନୀତିକାନ୍ତି ସମ୍ପାଦିତ କରିବେ। ସ୍ନାନପୂର୍ଣ୍ନିମାରେ ପହଣ୍ଡି ପୂର୍ବରୁ ଦଇତାପତି ସେବାୟତମାନେ ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ବାହୁଟକଣ୍ଟ ନୀତି ସମ୍ପାଦିତ କରିବା ପରେ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିବେ ଚତୁର୍ଦ୍ଧାବିଗ୍ରହ। ସେପଟେ ଆଜି ଅନୁଷ୍ଠିତ ହେବ ଚଳିତବର୍ଷ ରଥଯାତ୍ରାର ଦ୍ୱିତୀୟ ସମନ୍ବୟ ବୈଠକ । ଜୁନ୍ 27 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଦିନ 11ଟାରେ ପୁରୀ ପୌରସଦନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେବ ଦ୍ୱିତୀୟ ରଥ ସମନ୍ୱୟ କମିଟି ବୈଠକ ।


ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ଏହା ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ ରଥ ସମନ୍ୱୟ କମିଟି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡ୍ ଲାଇନ ଦିଆଯାଇଥିଲା। ଅନ୍ୟପଟେ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ,, ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ,,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,, ଆଇନକାନୁନ ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ବୈଠକରେ ଆଲୋଚନା ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Second coordination meeting of Rath Yatra today | Argus News