Shubhankar Mishra Controversy / ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରା
·9 months ago·2 min read

Key Points
ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରା । ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ । ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ ।
ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରା । ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ । ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ । କୌଣସି ପ୍ରେମୀ ଯୁଗଳ ଯଦି ମନ୍ଦିର ଯାନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ ବିବାହ କରିପାରନ୍ତି ନାହିଁ ବୋଲି ନିଜ ପଡ୍କାଷ୍ଟରେ କହିଛନ୍ତି ଶୁଭଙ୍କର। ବଡ଼ ବଡ଼ ଚ୍ୟାନେଲରେ ନିଉଜ୍ ଆଙ୍କର ଭାବେ କାମ କରିସାରିଥିବା ଶୁଭଙ୍କରଙ୍କ ଏଭଳି ଟିପ୍ପଣୀକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଵେ ତେଵେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ । ତା ସହ ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ ବୋଲି କହିଛନ୍ତି ଶୁଭଙ୍କର । କାରଣ ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି। ମା ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେତେବେଳେ ସେବାୟତ ମାନେ ତାଙ୍କୁ ଅଟକାଇଥିଲେ।
ଏହାସହ ପଢ଼ନ୍ତୁ: ଏହି ରାଜ୍ୟରେ ଲାଗୁ ହେଲା ନୂଆ ଆଇନ...ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ଜେଲ, ମାଗଣା ରାସନ ବନ୍ଦ କରାଯିବ
ଏହା ମଧ୍ୟ କହିଥିଲେ ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି, ଆପଣ କିଭଳି ଭିତରକୁ ଆସିଲେ। ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଅଭିଶାପ ଦେଇଥିଲେ । ଶୁଭଙ୍କର ମିଶ୍ରାଙ୍କ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ପ୍ରତି ଏଭଳି ଭୁଲ୍ ଉପସ୍ଥାପନକୁ ନେଇ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି ଶ୍ରୀମନ୍ଦିର ପ୍ରସଙ୍ଗରେ ଏଭଳି ଭୁଲ୍ ତଥ୍ୟ ଦେବା ଗ୍ରହଣୀୟ ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଲଭ-ଜିହାଦ ଅଭିଯୋଗରେ ଯୁବତୀଙ୍କ ଆତ୍ମହତ୍ୟା: ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର
ମିଶ୍ରଙ୍କ ମନ୍ତବ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଏବଂ ମନ୍ଦିରର ସେବକମାନେ ଏହି ବକ୍ତବ୍ୟକୁ ଭ୍ରାମକ ଏବଂ ଅସମ୍ମାନଜନକ ବୋଲି କହି ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏପରି ମନ୍ତବ୍ୟ ଦର୍ଶନାର୍ଥୀଙ୍କ ମଧ୍ୟରେ ଅନାବଶ୍ୟକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ଭକ୍ତମାନେ ମିଶ୍ରଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦାବି କରିଛନ୍ତି।

Related Topics
Explore more stories