Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

Odisha

Similipal / ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

Rashmita Mishra
Browse all articles by Rashmita Mishra
·6 months ago·2 min read
ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

Key Points

ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର ।
ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ ।
ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ।

ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ସୁନ୍ଦର ଜଳପ୍ରପାତ ସହ ବନ୍ୟଜନ୍ତୁଙ୍କୁ ଅତି ନିକଟରୁ ଦେଖିବାର ମିଳିବ ସୁଯୋଗ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବନ ବିଭାଗ କରିଛି ରାତ୍ରି ରହଣି ଓ ସ୍ବତନ୍ତ୍ର ଜଙ୍ଗଲ ସଫାରୀ ବ୍ୟବସ୍ଥା । ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ofline ପ୍ରବେଶ ପତ୍ର ବନ୍ଦ ରହିଛି । କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ ।

ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି । ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ ।


ଏଥିସହ ପଢ଼ନ୍ତୁ: ନାଲି ଫିତା ତଳେ ନିଷ୍ପତ୍ତି, ୫ ବର୍ଷ ପରେ ବି କଥାରେ ଶ୍ରୀମନ୍ଦିରରେ ପଲିଥିନ କଟକଣା

 ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିସହ ସ୍ଥାନୀୟ ଇକୋ ଡେଭଲପ୍‌ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍‌ ୱାଇଲ୍ଡ ଲାଇଫ୍‌ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର‌୍ୟ୍ୟଟକଙ୍କୁ ୱେବସାଇଟ୍‌ ମାଧ୍ୟମରେ ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ ।

ପ୍ରଥମ ୱାଇଲ୍ଡ ଲାଇଫ୍‌ ସଫାରି ସକାଳ ସାଢେ ୫ରୁ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍‌ ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର‌୍ୟ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Similipal | Similipal National Park Reopens from Today | Argus News | Argus News