Farmer Benefits / ଚାଷୀଙ୍କ ପାଇଁ ଖୁସି ଖବର, ଧାନ କିଣା ସମସ୍ୟାର ହେଲା ସମାଧାନ

Key Points
ଚାଷୀଙ୍କ ପାଇଁ ଖୁସି ଖବର... ଆଜିଠୁ ଉଠିବ ଧାନ । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବାହାରିଲା ସମାଧାନର ବାଟ । ରାଜ୍ୟରେ ଲାଗି ରହିଥିବା ମଣ୍ଡି ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଓ ୩୦ ଜିଲ୍ଲାର ମିଲରଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଲରଙ୍କର ଯେଉଁ ମୌଳିକ ସମସ୍ୟା ଥିଲା ତାକୁ ପୂରଣ ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ତେବେ ଆଜି ଠାରୁ ଏଗ୍ରିମେଣ୍ଟ କରି ଧାନ ଉଠାଯିବ।
ସେପଟେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶାରେ ଖରିଫ ଋତୁ ଓ ରବି ଋତୁ ପାଇଁ ଏଫସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ ମୁଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲି । ଅନୁରୋଧ କ୍ରମେ, ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି ।"
ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ ୧୦ ଲକ୍ଷ ମେଟ୍ରିକ୍ ଟନରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଡବଲ ଇଞ୍ଜିନ୍ ସରକାର ସବୁବେଳେ 'ଅନ୍ନଦାତା'ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି । ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି ତଥା ମୋଟ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନିଷ୍ପତ୍ତି ଓଡ଼ିଶାର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ । ମୋଦି ସରକାରଙ୍କ ଏହି ସମୟୋଚିତ ନିଷ୍ପତ୍ତି ରାଜ୍ୟର ଅର୍ଥନୀତି ଓ ଆମ ଚାଷୀ ଭାଇଭଉଣୀଙ୍କ ହାତମୁଠାକୁ ମଜଭୁତ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
କେନ୍ଦ୍ର ସରକାର ଅଧିକ ଉଷୁନା ଚାଉଳ କିଣିଲେ ଏହାର ସିଧାସଳଖ ଫାଇଦା ପାଇବେ ରାଜ୍ୟର ଲକ୍ଷାଧିକ ଚାଷୀ । ପୂର୍ବରୁ ରାଜ୍ୟରେ ଅଧିକ ଉଷୁନା ଚାଉଳ ବଳକା ରହୁଥିବା ବେଳେ ଏଫ୍ସିଆଇ ଉଠାଉ ନଥିବା ଅଭିଯୋଗ ହୋଇ ଆସୁଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଓଡ଼ିଶାରୁ ଧାନ କିଣା ଲକ୍ଷ୍ୟରେ ୮ ଲକ୍ଷ ମେଟ୍ରିକ୍ ଟନ୍ ବୃଦ୍ଧି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories