Ilmenite In Bramhagiri Sand / ସବୁ ହୋଇଯିବେ ମାଲେମାଲ, ବାଲିରୁ ବାହାରୁଛି ସୁନାଠୁ ବି ଦାମୀ ଜିନିଷ !

Key Points
ବ୍ରହ୍ମଗିରି ବାଲିରେ ରହିଛି ଦୁର୍ଲଭ୍ ଧାତୁ। ସମୁଦ୍ରତଟ ବାଲି ବନ୍ତ ରହିଛି ଖଣିଜ ପଦାର୍ଥ। ୧୪୮୬ ହେକ୍ଟର ପରିମିତ ଜମିକୁ ନିଶେଦ୍ଧାଅଞ୍ଚଳ ଭାବେ ଘୋଷଣା କଲା ଆଇ.ଆର.ଇ.ଏଲ(ଇଣ୍ଡିଆ) ଲିମିଟେଡ୍ ବିଭାଗ। ଆସନ୍ତୁ ଦେଖିବା ଆମର ଏକ୍ସକ୍ଲୁଜିଭ୍ ରିପୋର୍ଟ।
ବିଧାନସଭାରେ ବ୍ରହ୍ମଗିରିର ବିଧାୟିକାଙ୍କ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ପୁରୀ ଜିଲ୍ଲାର ବ୍ରହ୍ମଗିରି ସମୁଦ୍ର ତଟ ଅଞ୍ଚଳରେ ଦୁର୍ଲଭ ଧାତୁ ନେଇ ଅନୁସନ୍ଧାନ କରାଯାଇଥିଲା। ଭାରତ ସରକାରଙ୍କ ପରମାଣୁ ଖଣିଜ ଅନୁସନ୍ଧାନ ଏବଂ ଗବେଷଣା ନିର୍ଦେଶାଳୟ ପକ୍ଷରୁ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ କରାଯାଇଥିଲା ଅନୁସନ୍ଧାନ। ଜଣାପଡ଼ିଥିଲା ଓଡ଼ିଶାର ପୁରୀ ଜିଲ୍ଲାର ବ୍ରହ୍ମଗିରି ବାଲିରେ ଖଣିଜ ପଦାର୍ଥ ରହିଛି । ଇଲମେନାଇଟ୍, ରୁଟାଇଲ୍, ଜିରକନ୍, ମୋନାଜାଇଟ୍, ଗାର୍ନେଟ୍ ଏବଂ ସିଲିମାନାଇଟ୍ ପରି ଗୁରୁତ୍ୱପୂର୍ଣ୍ଣ ଦୁର୍ଲଭ ଧାତୁ ରହିଥିବା ସ୍ପଷ୍ଟ ହୋଇଛି। ବ୍ରହ୍ମଗିରି ଉପକୂଳ ବାଲି ତଳେ ୧୧୭.୩୯ ନିୟୁତ ଟନ୍ ପରିମାଣର ଭାରି ଖଣିଜ ପଦାର୍ଥ ରହିଛି।
ବ୍ରହ୍ମଗିରି ତହସିଲି ଅଧିନରେ ଥିବା ଶିପସରୁବାଲି ମୌଜା ୧ ଓ ୨ ଏବଂ ନରସିଂହପାଟଣା ମୈାଜାର ର ସମୁଦ୍ରତଟ ଅଞ୍ଚଳରେ ଏସବୁ ଖଣିଜ ପଦାର୍ଥ ଅଛାଦିତ ହୋଇ ରହିଛି। ମୋଟ ୧୪୮୭ ହେକ୍ଟର ପରିମିତ ଜମିକୁ ରାଜ୍ୟ ସରକାର ଆଇ.ଆର.ଇ.ଏଲ ଲିମିଟେଡ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରିଛନ୍ତି। ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍ ସଂସ୍ଥାକୁ ATOMIC MINERAL CONCESSION RULES, 2016 ଆନୁଯାୟୀ ଖଣି ପଟ୍ଟା ଆବଣ୍ଟନ କରିବାକୁ ଲେଟର ଅଫ ଇଣ୍ଟେଣ୍ଟ ୨୦୨୩ ଜାନୁଆରୀ ୧୧ ତାରିଖରେ ପ୍ରଦାନ କରିଛନ୍ତି। ଆବଶ୍ୟକୀୟ ବୈଧାନିକ ଅନୁମତି ଦାଖଲ କଲାପରେ ନିୟମ ଅନୁଯାଇ ଖଣି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଦୁର୍ଲଭ ଧାତୁ ଗଛିତ ଥିବା ସୂଚନା ପାଇବାପରେ ବ୍ରହ୍ମଗିରି ବାସୀ ଖୁସିବ୍ୟକ୍ତି କରିଛନ୍ତି।
ସମ୍ପୁକ୍ତ ବିଭାଗ ପକ୍ଷରୁ ସିପସରୁବାଲି ମୌଜାରେ ଲାଗିଛି ଚେତାବନି ଫଳକ। ଏହି ଅଞ୍ଚଳରୁ ଅନଧିକୃତ ଭାବେ ବାଲି ଉଠାଇବା ବା ପ୍ରବେଶ କରିବା ଦଣ୍ଡନୀୟ ଅପରାଧ ।
📱 Get Argus News App
✨Related Topics
Explore more stories