Cough Syrup / କଫ୍ ସିରପରେ ଭାସୁଛି ଓଡ଼ିଶା,ନିଶା ଦ୍ରବ୍ୟ ଭାବରେ ବ୍ୟବହାର ହେଉଛି କଫ୍ ସିରପ
·5 months ago·2 min read

Key Points
କଫ୍ ସିରପରେ ଭାସୁଛି ଓଡ଼ିଶା
ବୀରମହାରାଜପୁରରୁ ବ୍ୟାପକ କଫ ଶିରପ ଜବତ
ନିଶା ଦ୍ରବ୍ୟ ଭାବେ ବ୍ୟବହାର ହେଉଛି କଫ୍ ସିରପ
ବୀରମହାରାଜପୁରରୁ ବ୍ୟାପକ କଫ ଶିରପ ଜବତ
ନିଶା ଦ୍ରବ୍ୟ ଭାବେ ବ୍ୟବହାର ହେଉଛି କଫ୍ ସିରପ
ସୋନପୁରର ବୀରମହାରାଜପୁରରୁ ବ୍ୟାପକ ପରିମାଣର କଫ ଶିରପ ଜବତ ୩ ଅଟକ ସହ ଦୁଇ ଗାଡ଼ି ଜବତ୍ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜଟେସିଂଘା ହରିହର ଜୋର ସେତୁ ନିକଟରେ ପୋଲିସ ଚଢ଼ାଉ କରି ଏକ ପରିବା ବୋଝେଇ ପିକଅପ ଓ କାରକୁ ଅଟକାଇ ଯାଞ୍ଚ୍ କରିଥିଲା ବୀରମହାରାଜପୁର ପୋଲିସ । ଉଭୟ ଗାଡ଼ି ସୁବଳୟା ପଟୁ ବୀରମହାରାଜପୁର ପଟକୁ ଆସୁଥିବାବେଳେ ପୋଲିସ ଯାଞ୍ଚ କରି ସେଥିରୁ ପ୍ରାୟ ୧୫ ଶହ ବୋତଲ କଫ ଶିରପ୍ ଜବତ କରିଛି । ଘଟଣା ସ୍ଥଳରେ ଏକ୍ଜୁକୁଟିଭ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଣି କାରରୁ ୬ ଶହ ବୋତଲ ଓ ପିକଅପ୍ ଗାଡି ରୁ ୯ ଶହ ବୋତଲ କଫ ଶିରପ ଜବତ କରିଛି ବୀରମହାରାଜପୁର ପୋଲିସ । ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି । ଏହି କଫ ଶିରପ୍ କଟକ ଜିଲ୍ଲାର ଜଗତପୁର ଅଞ୍ଚଳରୁ ଆସୁଥିବା ପୋଲିସ୍ ପକ୍ଷରୁ ଜଣା ପଡ଼ିଛି ।
ପୁରୀରୁ ବେଆଇନ କଫ୍ ସିରପ ଜବତ । ବିପୁଳ ପରିମାଣର କଫ୍ ସିରପ ଜବତ କରିଛି ପୁରୀ ପୋଲିସ l ଅବକାଶ ଲେନ ନିକଟରେ ବେଆଇନ ଭାବେ କଫ ସିରଫ ବିକ୍ରି କରାଯାଉଥିଲା। କୁମ୍ଭାରପଡ଼ା ଥାନା ପୋଲିସ ଖବର ପାଇ ବିପୁଳ ମାତ୍ରାରେ ଏହି କଫ ସିରଫକୁ ଜବତ କରିଛି l ବେଆଇନ କଫ ସିରଫ ବିକ୍ରି କରିବା ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩୭୦ଟି କଫ ସିରଫ ୨ଟି ମୋବାଇଲ ଫୋନ, ଗୋଟେ ସ୍କୁଟି ଜବତ କରିଛି କୁମ୍ଭାରପଡା ଥାନା ପୋଲିସ l ୨ଜଣ ଅଭିଯୁକ୍ତ ହେଉଛନ୍ତି ଗଜପତି ନଗରର ପ୍ରଭାତ ଜେନା ଓ ଅବକାଲେନର ପ୍ରତାପ କୁମାର ହାତୀ, ଦୀର୍ଘଦିନ ହେବ ଏହି ୨ଜଣ ଅଭିଯୁକ୍ତ ବେଆଇନ କଫ ସିରଫ ବିକ୍ରି କରି ଆସୁଥିଲେ ତେବେ କୁମ୍ଭାରପଡା ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କଫ ସିରଫକୁ ଜବତ କରିଥିଲା l
ବଲାଙ୍ଗୀରର ପାଟଣାଗଡ଼ରେ ପୋଲିସ ଟିମ ଚଢାଉ କରି ସହର ସ୍ତିତ କୋଲ ପଡ଼ା ନିକଟରେ ୫୦ ବୋତଲ କଫ ସିରପ ଜବତ କରିବା ସହ ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ 50 ବୋତଲ କଫ ସିରପ ଜବତ କରିବା ସହ ଗୋଟିଏ ବାଇକ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ସୁବାସ ମେହେର,ଭଗବାନ ବାରିକ, ରାଜେଶ ବେହେରା ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବଲାଙ୍ଗିର ସହରରେ ପୋଲିସ ପାଟ୍ରୋଲିଂ ସମୟରେ ଧରାପଡିଲା କଫସିରଫ୍। ବଲାଙ୍ଗିର ସୁଦପଡା ଅଞ୍ଚଳରେ ପାଟ୍ରୋଲିଂ ସମୟରେ ସୁଦପଡ଼ା-ବେହେରାପାଲି ରିଂ ରୋଡ ନିକଟରୁ ବୋଲାଙ୍ଗିର କଂସାରି ପଡ଼ାର ବାବୁ ଭୋଇଙ୍କୁ ପୋଲିସ ଗିରଫ କରିଛି। ପ୍ରାଥମିକ ପଚରାଉଚରା ପରେ ସେ ବଲାଙ୍ଗିର ଟାଉନସିପରେ ବିକ୍ରୟ କରିବା ପାଇଁ ଦୁଇଟି ଲଗେଜ୍ ବ୍ୟାଗରେ ବେଆଇନ ଏସ୍କଫ୍ କଫ୍ ସିରପ୍ ରଖି ପରିବହନ କରୁଥିବା ସ୍ୱୀକାର କରିଥିଲା। ୫୦ ଏନଡିପିଏସ୍ ଆଇନ ଅନୁଯାୟୀ, ଅଭିଯୋଗକାରୀ ଇନ୍ସପେକ୍ଟର ଏସ୍. ବେକ୍ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ବାବୁ ଭୋଇଙ୍କ ଠାରୁ ନିଷିଦ୍ଧ ସାମଗ୍ରୀ ଅର୍ଥାତ୍ ୩୦୦ ବୋତଲ ସିଲ୍ ଏସ୍କଫ୍ କଫ୍ ସିରପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।
ଏହି କଫ ଶିରପ ଗୁଡ଼ିକୁ ନିଶା ଦ୍ରବ୍ୟ ଭାବରେ ବ୍ୟବହାର କରାଯାଉଥିବାରୁ ଏହା ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories