Encroachment College Campus / ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, କଲେଜ ଜମି କେହି ହାତେଇ ପାରିବେ ନାହିଁ

Key Points
ଆଉ ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସବୁ କଲେଜରୁ ହଟିବ ଜବରଦଖଲ । ତୁରନ୍ତ ଜବରଦଖଲ ଉଛେଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ରହିଛି । କଲେଜ ଜମି ସବୁ କଲେଜକୁ ଫେରେଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଧାନସଭାର ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି, ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ। ଆମ ସରକାର ଆସିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯାଇଛି।
ଏଣେ ବିଧାନସଭାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମା ବିସ୍ଫୋରଣ ପ୍ରସଙ୍ଗ ଉଠିଛି। ବିଜେଡି ବିଧାୟକ ପ୍ରତାପ ଦେବ ପ୍ରସଙ୍ଗ ଉଠାଇଥିଲେ। ଘଟଣାର ତଥ୍ୟ ସଂଗ୍ରହ କରି ବିଧାନସଭାରେ ଉପସ୍ଥାପନ କରିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ ଥିଲା । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିଲା ଆଲୋଚନା। ଏହାରି ଭିତରେ ସ୍କୁଲରେ ଡ୍ରଅଆଉଟ କଥା ମଧ୍ୟ ଉଠିଥିଲା । ବିଧାୟିକା ସୁଭାଷିନୀ ଜେନାଙ୍କ, ସ୍କୁଲ ଡ୍ରପାଉଟ୍ ହାର କମାଇବା ପ୍ରଶ୍ନରେ ଉତ୍ତର ରଖିଥିଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଡ୍ରପାଉଟ୍ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ସୂଚନା ଦେଇଥିଲେ ମନ୍ତ୍ରୀ।
'ଚାଇଲ୍ଡ ଟ୍ରପିଂ ସର୍ଭେ ହୋଇଛି । ଆସ ସ୍କୁଲ ଯିବା ଅଭିଯାନ କରାଯାଇ ସ୍କୁଲକୁ ପୁନର୍ବାର ପିଲାଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଛି । ଗ୍ରାମ ପଡ଼ାରେ ବିଦ୍ୟାଳୟ ନାମ ଲେଖା ଅଭିଯାନ କରାଯାଇଛି। ପ୍ରବେଶ ଉତ୍ସବ ମାଧ୍ୟମରେ ସଚେତନ କରାଯାଇଛି। ୧୦୦ ପ୍ରତିଶତ ସ୍କୁଲରେ ନାମଲେଖା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଗଣା ଡ୍ରେସ୍, ସାଇକେଲ ଭଳି ଅନେକ ପଦକ୍ଷେପ ନିଆଯାଉଛି। ଅଷ୍ଟମ ଯାଏଁ ପିଏମ ପୋଷଣ ଥିଲା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନବନ୍ ଓ ଦଶମ ପିଲା ତଥା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୮୦ହଜାର ପିଲାଙ୍କୁ CM ପୋଷଣ ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯାଉଛି'।
'୧୫ଶହ ଶିକ୍ଷକ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିଯୁକ୍ତି କରାଯିବା ପାଇଁ ସରକାର ଚିନ୍ତା କରୁଛନ୍ତି । ରାଜ୍ୟରେ ପୂର୍ବରୁ ପିଏମ ଶ୍ରୀ ସ୍କୁଲ ନଥିଲା ଆମ ସରକାର ଆସିବା ପରେ ୪୬୨ ଗୋଟି ପିଏମ ଶ୍ରୀ ସ୍କୁଲ ହୋଇଛି । ବାଲେଶ୍ବରରେ ୩୨୯ ଜଣ ଡ୍ରପାଉଟ୍ ପିଲା ଥିବା ବେଳେ ଆମେ ୩୦୦ ଜଣଙ୍କୁ ଫେରାଇ ଆଣିଛୁ । ଆଉ ମାତ୍ର ୨୯ ଜଣ ରହିଛନ୍ତି ତାଙ୍କୁ ମଧ୍ୟ ଫେରାଇ ଆଣିବାକୁ ଉଦ୍ୟମ କରୁଛୁ'।
📱 Get Argus News App
✨Related Topics
Explore more stories