Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

student Dead / କାମ କଲାନି ଶରୀରର କୌଣସି ଅଂଶ, ଆଖି ବୁଜିଲେ ପୀଡିତା

Banajyotshna Ray
Browse all articles by Banajyotshna Ray
·7 months ago·2 min read
କାମ କଲାନି ଶରୀରର କୌଣସି ଅଂଶ, ଆଖି ବୁଜିଲେ ପୀଡିତା
student Dead

Key Points

ନିଆଁରେ ପୋଡ଼ିହୋଇଯାଇଥିବା ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
ରାଉରକେଲା IGHରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ ଜଣଙ୍କ
ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା IGHରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଛାତ୍ରୀ ଜଣଙ୍କ । ଜୀବନ ଯୁଦ୍ଧରେ ହାରିଗଲେ ପୀଡିତା। ଲାଞ୍ଜିବରନା ଥାନା ଅଞ୍ଚଳରେ ଯୁକ୍ତି ତିନିର ଛାତ୍ରୀ ଜଣଙ୍କ ନିଜ ଦେହରେ କିରୋସିନ ଢାଳି ଜାଳି ହୋଇଯାଇଥିଲେ । ଶରୀରର ୯୦ ପ୍ରତିଶତ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ IGHରେ ଭର୍ତ୍ତି ହୋଇଥିଲେ । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ପୀଡ଼ିତାଙ୍କୁ ଭେଟି ପରିବାର ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ହେଲେ ଆଜି ସକାଳୁ ଜୀବନ ହାରିଛନ୍ତି ପୀଡିତା। ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇଛି ।

ଖବର ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଡିକାଲ ଯାଇ ନାବାଳିକାକୁ ଭେଟିଥିଲେ ଏବଂ ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । ହେଲେ ତାପୂର୍ବରୁ ଏବେ ଆଖି ବୁଜିଛନ୍ତି ନାବାଳିକା । ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି ପୀଡିତା ।

ଏଥିସହ ପଢ଼ନ୍ତୁ: କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ, ୯୦ ପ୍ରତିଶତ ପୋଡି ଯାଇଥିବା ଅନୁମାନ

ସୋମବାର ସକାଳ ସମୟରେ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । ସେପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । ବାକି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ମଧ୍ୟ ଜାରି ରଖିଛି । ଡାକ୍ତରଙ୍କ କହିବାନୁସାରେ, ''ପୀଡିତାଙ୍କର ଶ୍ବାସନଳୀ, ହୃତ୍‌ପିଣ୍ଡ, ବୃକକ୍‌ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ସମସ୍ତ ଚିକିତ୍ସା ସତ୍ତ୍ୱେ ଛାତ୍ରୀଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର। ଶେଷରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା।'' ରାଜ୍ୟରେ ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକ। ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଏଭଳି କାଣ୍ଡ କରିନପାରିବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
student Dead | Student Reports Pain When she dead | Argus News | Argus News