Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଜଣା ନମ୍ୱରରୁ ଆସିଲା କଲ୍‌, ପ୍ରିନ୍ସପାଲ କହି ଠକି ନେଲେ ୩୦ ହଜାର

Odisha

ଅଜଣା ନମ୍ୱରରୁ ଆସିଲା କଲ୍‌, ପ୍ରିନ୍ସପାଲ କହି ଠକି ନେଲେ ୩୦ ହଜାର

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଅଜଣା ନମ୍ୱରରୁ ଆସିଲା କଲ୍‌, ପ୍ରିନ୍ସପାଲ କହି ଠକି ନେଲେ ୩୦ ହଜାର

Key Points

କଲେଜ ପ୍ରିନ୍ସପାଲ ପରିଚୟ ଦେଇ ଠକି ନେଲେ ୩୦ ହଜାର ଟଙ୍କା
ଅଭିଯୋଗକାରୀଙ୍କୁ ଅଜଣା ନମ୍ବରୁ ଆସିଥିଲା କଲ୍
ଲକ୍ଷ୍ମଣ ସାନ୍ତା ଆଡମିସନ ପାଇଁ ୩୦ ହଜାର ଟଙ୍କା ପଠାଇଥିଲେ
ସାଇବର ଠକେଇ ନେଇ ଉମରକୋଟ ଥାନାରେ ଏତଲା ଦେଲେ ଅଭିଯୋଗକାରୀ 

କଲେଜ ପ୍ରିନ୍ସପାଲ ପରିଚୟ ଦେଇ ଠକି ନେଲେ ୩୦ ହଜାର ଟଙ୍କା। ନବରଙ୍ଗପୁର ଉମରକୋଟ ବ୍ଲକ ଖାଣ୍ଡା ପଂଚାୟତର ଲକ୍ଷ୍ମଣ ସାନ୍ତାଙ୍କ ପୁଅ ପିଣ୍ଟୁ ସାନ୍ତା +2 ଆଡ଼ମିସନ ପାଇଁ ଆବେଦନ କରିଥିଲେ। ଲକ୍ଷ୍ମଣଙ୍କୁ ଗତକାଲି ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । କଲର ଜଣଙ୍କ ନିଜକୁ ପେନ୍ଡ୍ରାଣି କଲେଜର ପ୍ରିନ୍ସପାଲ, ପୁଅର ଆଡ଼ମିସନର ଆଜି ଶେଷ ତାରିଖ ଅଛି । ତେଣୁ ତୁରନ୍ତ ଆଡମିସନ ଫି ପୈଠ କରିବାକୁ କହିଥିଲେ ।


ଏଥିପାଇଁ ବ୍ୟକ୍ତି ଜଣଙ୍କ QR CODE ପଠେଇ ଫୋନ ପେ ମାଧ୍ୟମରେ ଟଙ୍କା ପୈଠ କରିବାକୁ କହିଥିଲେ। ଲକ୍ଷ୍ମଣ ତାଙ୍କ କଥାରେ ବିଶ୍ବାସ କରି ପର୍ଯ୍ୟାୟକ୍ରମେ ୩୦ ହଜାର ଟଙ୍କା ପଠାଇଥିଲେ। ମାତ୍ର ପୁଅର ଆଡମିସନ ହେଲାନାହିଁ । ଲକ୍ଷ୍ମଣ ସାଇବର ଠକେଇର ଶିକାର ହୋଇଥିବା ଯାଣିବାକୁ ପାଇବା ପରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି। ଏଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ଭିନ୍ନ ଭିନ୍ନ ଫୋନ କଲ ମାଧ୍ୟମରେ ଠକି ନେଉଛନ୍ତି ଟଙ୍କା। ଏମାନଙ୍କୁ ଧରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
students-father-falls-victim-to-cyber-fraud-as-man-dupes-him-impersonating-as-principal-of-college | Argus News