Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Supermart Fire / ରାତିରୁ ଜଳୁଛି ସୁପରମାର୍ଟ: ୧୦ ଘଣ୍ଟା ହେଲା ଲିଭିପାରୁନି ନିଆଁ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ରାତିରୁ ଜଳୁଛି ସୁପରମାର୍ଟ: ୧୦ ଘଣ୍ଟା ହେଲା ଲିଭିପାରୁନି ନିଆଁ
Supermart Fire

Key Points

ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ
ସୁପରମାର୍ଟର ତୃତୀୟ ମହଲାରେ ଲାଗିଛି ନିଆଁ
ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ନିଆଁ
ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାରେ ନିୟୋଜିତ ହୋଇଥିଲେ ୨ଟି ଅଗ୍ନିଶମ ବାହିନୀ ଗାଡି । ତୃତୀୟ ମହଲାରେ ଲାଗିଥିଲା ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ଏବେବି ଜଳୁଛି ସୁପରମାର୍ଟ। ରାତିରୁ ଲାଗିଛି ଏହି ନିଆଁ। ୧୦ ଘଣ୍ଟା ହେଲା ଜଳୁଛି ସୁପରମାର୍ଟ। ବହୁତ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡୁଛି। 

ଭୁବନେଶ୍ୱରର ଧଉଳି ଲିଙ୍ଗିପୁର ଅଞ୍ଚଳରେ ଥିବା ଏକ ସୁପରମାର୍କେଟରେ ଗତକାଲି ରାତିରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ନିଆଁ ଦୀର୍ଘ ସମୟ ଧରି ନିୟନ୍ତ୍ରଣରେ ଆସିପାରିନଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ନିଆଁ ଏବଂ ଧୂଆଁ ବିଲ୍ଡିଂରୁ ବାହାରୁଥିବାରୁ ଆଖପାଖର ଦୋକାନ ଓ ଘରକୁ ବି ନିଆଁ ବ୍ୟାପିବାର ଆଶଙ୍କା ରହିଛି । ସତର୍କତା ସ୍ୱରୂପ ଗତରାତିରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଅଗ୍ନିଶମ ବିଭାଗ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍‌ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ପ୍ରାରମ୍ଭରେ କିଛି ଦମକଳ ନିୟୋଜିତ ହୋଇଥିଲେ ମଧ୍ୟ, ପରିସ୍ଥିତି ଗମ୍ଭୀର ହେବାରୁ ପରେ ମୋଟ ୮ଟି ଫାୟାର ଟେଣ୍ଡର୍ ନିଆଁ ଲିଭା କାମରେ ଲାଗିଛି। ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡ଼ି ଯୋଡ଼ି ହୋଇ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାର୍ଯ୍ୟ ପାଇଁ ୨୦୦ ଫୁଟ ଉଚ୍ଚତାକୁ ପହଞ୍ଚିପାରୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ବ୍ୟବହାର କରାଯାଉଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ମଧ୍ୟ ନୂତନ କୌଶଳ ଅପଣାଇ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ବିଲ୍ଡିଂର କାନ୍ଥରେ ବଡ଼ ଫାଟ ସୃଷ୍ଟି ହୋଇଥିବାରୁ, କିଛି ଅଂଶ ଭାଙ୍ଗି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍‌ ପ୍ରୟାସ କରୁଛି।

ଏଥିସହ ପଢ଼ନ୍ତୁମଶା କରୁଥିଲା ଅସ୍ତବ୍ୟସ୍ତ; ଲଗାଇଲେ ମଶାଧୂପ, ଚାଲିଗଲା ଜୀବନ

ବଡ଼ ସମସ୍ୟା ହେଉଛି ସୁପରମାର୍ଟ ବିଲ୍ଡିଂରେ ଯଥେଷ୍ଟ ବାୟୁ ପ୍ରବାହ ବ୍ୟବସ୍ଥା ନଥିବା। ଗୋଟିଏ ମଧ୍ୟ ଝରକା ନଥିବାରୁ ଧୂଆଁ ବାହାରିବାରେ ବାଧା ସୃଷ୍ଟି ହେଉଛି ଏବଂ ନିଆଁ ଆଉ ବେଶି ଭୟାବହ ରୂପ ନେଇଛି। ବର୍ତ୍ତମାନ ଚତୁର୍ଥ ମହଲାକୁ ମଧ୍ୟ ନିଆଁ ପ୍ରସାରିତ ହୋଇଛି।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supermart Fire | Supermart Fire Rages Since Night, Blaze Not Controlled Even After 10 Hours | Argus News | Argus News