Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ଧବିଶ୍ୱାସ ! ଗୁଣିଆକୁ ଭରସା କରି ଚାଲିଗଲା ପୁଅର ଜୀବନ

Odisha

Superstition / ଅନ୍ଧବିଶ୍ୱାସ ! ଗୁଣିଆକୁ ଭରସା କରି ଚାଲିଗଲା ପୁଅର ଜୀବନ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଅନ୍ଧବିଶ୍ୱାସ ! ଗୁଣିଆକୁ ଭରସା କରି ଚାଲିଗଲା ପୁଅର ଜୀବନ

Key Points

ଗୁରୁବାର ସକାଳୁ ରୁଦ୍ର ନାରାୟଣ ପଲେଇଙ୍କ ଅବସ୍ଥା ଗୁରୁତର ହୋଇଥିଲା ।
ତାପରେ ପରିବାର ଲୋକେ ରୁଦ୍ରଙ୍କୁ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାପରେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଏକବିଂଶ ଶତାବ୍ଦୀରେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରିନି ମଣିଷ । ସାପ କାମୁଡ଼ା ପରେ ନାବାଳକଙ୍କୁ ଡାକ୍ତରଖାନାକୁ ନନେଇ ଝଡ଼ାଫୁଙ୍କାର ସାହାରା ନେଇଛନ୍ତି ପରିବାର । ଅନ୍ଧ ବିଶ୍ୱାସର ଏପରି ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକ ଆରିକିମା ପଚାଂୟତ ଆରିକିମା ଗାଁରେ । ଡାକ୍ତରୀ ଚିକିତ୍ସା ନୁହେଁ ଝଡାଫୁଙ୍କା ଉପରେ ଜୀବନ ମୃତ୍ୟୁକୁ ଛାଡି ଦେଉଛନ୍ତି ଲୋକେ ।

ବୁଧବାର ଅପରାହ୍ନ ସମୟରେ ଜେଜେ ବାପାଙ୍କ ସହ ବିଲକୁ ଯାଇଥିଲେ ଛାତ୍ର ରୁଦ୍ର ନାରାୟଣ ପଲେଇ । ସେହି ସମୟରେ ବିଷାକ୍ତ ସାପ ରୁଦ୍ରଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକ ଡାକ୍ତରଖାନା ନନେଇ ଝଡ଼ାଫୁଙ୍କା କରିବାକୁ ଜଣେ ବ୍ୟକ୍ତିଙ୍କ ପାଖକୁ ନେଇ ଦେଶୀ ଚିକିତ୍ସା କରିଥିଲେ। ଗ୍ରାମବାସୀ ମେଡିକାଲ ନେବାକୁ କହିବା ସତ୍ତ୍ବେ ପରିବାର ଲୋକେ ଭଗବାନଙ୍କ ଆଶୀର୍ବାଦରେ ହିଁ ସେ ସୁସ୍ଥ ହେବ ବୋଲି କହିଥିଲେ।

ହେଲେ ଗୁରୁବାର ସକାଳୁ ରୁଦ୍ର ନାରାୟଣ ପଲେଇଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାପରେ ପରିବାର ଲୋକେ ରୁଦ୍ରଙ୍କୁ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତାପରେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ସେଠାରେ ଡାକ୍ତର ଦେଖିବା ପୂର୍ବରୁ ରୁଦ୍ରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତ ୭ ମାସ ପୂର୍ବେ ଅନ୍ଧବିଶ୍ୱାସକୁ ନେଇ ବିଧାନସଭାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଏବେ ବି ଲୋକଙ୍କ ମନରୁ ସମ୍ପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ହଟିନି । ରିପୋର୍ଟ ଅନୁଯାୟୀ, 'ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦୮ ଗୁଣି ଗାରେଡ଼ି ମାମଲା ରୁଜୁ ହୋଇଛି । ୨୦୨୦ରେ ୯୪ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୫ଟି ମାମଲା ରୁଜୁ ହୋଇଛି । ୨୦୨୧ରେ ୭୯ଟି ମାମଲା ରୁଜୁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୩ଟି ମାମଲା ରୁଜୁ ହୋଇ ୨୫ଙ୍କୁ ଗିରଫ କରାଯାଇଛି । ୨୦୨୨ରେ ୧୦୩ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୪୦ଟି ମାମଲା ରୁଜୁ ହୋଇ ୨୦ଜଣ ଗିରଫ ହୋଇଛନ୍ତି । ସେହିଭଳି ଗଞ୍ଜାମ ଜିଲ୍ଲାରୁ ୩୨ ଜଣ ଗିରଫ ହୋଇଛନ୍ତି' ।

'୨୦୨୩ରେ ୭୦ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୨୬ଟି ମାମଲା ରୁଜୁ ହୋଇ ୧୩ ଜଣ ଗିରଫ ହୋଇଛନ୍ତି । ୨୦୨୪ରେ ୬୨ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜରେ ୧୬ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଛନ୍ତି' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Superstition | Superstition ! Boy's life ends after trusting a witch | Argus News