Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରକାର ଆଉ ଲୋକଙ୍କ ଭିତରେ କମିବ ଦୂରତା

Odisha

ସରକାର ଆଉ ଲୋକଙ୍କ ଭିତରେ କମିବ ଦୂରତା

Rashmita Mishra
Browse all articles by Rashmita Mishra
·11 months ago·2 min read
ସରକାର ଆଉ ଲୋକଙ୍କ ଭିତରେ କମିବ ଦୂରତା

Key Points

ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ନିର୍ଦ୍ଦେଶ
ସରକାର ଆଉ ଲୋକଙ୍କ ଭିତରେ ଦୂରତା କମାଅ
ଭୂମିହୀନଙ୍କୁ ପଟ୍ଟା ଦେବାକୁ ବ୍ୟବସ୍ଥା କର
ମୂଲ୍ୟବାନ ଜମିକୁ ଜବରଦଖଲ ମୁକ୍ତ କର
ଶେଷ ଧାଡ଼ିର ଲୋକ ପାଖରେ ସେବା ପହଞ୍ଚାଇବାକୁ ତତ୍ପର ହୁଅ
ରାଜସ୍ୱ ମନ୍ତ୍ରୀ କହିଲେ ସାଧାରଣ ଲୋକଙ୍କୁ ଦିଅ ଭିଆଇପି ସେବା

ରାଜସ୍ୱ ଅଧିକାରୀଙ୍କୁ ଗୁରୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ସମୟ ସୀମା ମଧ୍ୟରେ ଜମିଜମା ମାମଲାର ଫଇସଲା ସମଧାନ କର । ତହସିଲ ସ୍ତରରେ ଅଭିଯୋଗ ସମାଧାନ କର ଯେମିତି କେହି ଭୁବନେଶ୍ୱର ନ ଆସନ୍ତୁ । ଜମିଜମା ସମସ୍ୟାର ସମାଧାନ ବେଳେ ସ୍ୱଚ୍ଛତା ଅବଲମ୍ବନ କର । ରାଜ୍ୟ ସ୍ତରୀୟ ରାଜସ୍ବ ଅଧିକାରୀଙ୍କ ସମ୍ମିଳନୀରେ ତହସିଲଦାର ମାନଙ୍କୁ କିଛି ଏମିତି ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କହିଛନ୍ତି ଜମିଜମା ସମସ୍ୟାର ସମଧାନ ଅଫିସ ହେଉଛି ତହସିଲ। ଅଦାଲତ ଗୁଡିକରେ ଜମିଜମା ମାମଲା ସବୁଠୁ ଅଧିକ । ତହସିଲ ସ୍ତରରେ ହୁଏତ ସେମାନଙ୍କ ସମାଧାନ ହେଇ ପାରୁ ନାହିଁ । ତଳ ସ୍ତରରେ ଯଦି ସମସ୍ୟାର ସମାଧାନ ହେଇଥାନ୍ତା ତେହେଲେ ଲୋକ ଭୁବନେଶ୍ୱର ଆସୁ ନଥାନ୍ତେ ଦୁର୍ନୀତି ପ୍ରତି ସରକାରଙ୍କ ଶୁନ୍ୟ ସହନଶୀଳ ନୀତି କୁ ଗୁରୁତର ନେବାକୁ ମୁଖ୍ୟ ମନ୍ତ୍ରୀ ଦେଇଛନ୍ତି ପରାମର୍ଶ। ଦୁର୍ନୀତି ଗ୍ରସ୍ଥ ଅଧିକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେବା ସହ ପ୍ରତିଷ୍ଠା ଅପେକ୍ଷା ସମର୍ପଣ ଭାବ ଅଧିକ ରଖିବାକୁ ଦେଇଛନ୍ତି ମନ୍ତ୍ର ।

ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଲୋକଙ୍କୁ ଦିଅ VIP ସେବା । ତହସିଲ ଅଫିସ କୁ କରନ୍ତୁ peoples friendly । ବ୍ୟବହାର ରେ ଲୋକଙ୍କୁ ଆପାୟିତ କର । ମ୍ୟାଚ ନୁହେଁ ଟୁର୍ଣ୍ଣମେଣ୍ଟ ଜିତିବାକୁ ହେବ । ଓଡିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । ଆହୁରି କହିଛନ୍ତି କୌଣସି ତହସିଲରେ ଗୋଟିଏ ଭୂମି ହୀନ ଲୋକ ଯେମିତି ରହିବେନି ତାହା ଉପରେ ଗୁରୁତ୍ୱ ଦିଅ ।

ମୁଖ୍ୟ ଶାସନ ସଚିବ କହିଥିଲେ ରାଜସ୍ବ ସେବା ଯୋଗାଇବାରେ କର୍ଣ୍ଣାଟକ ଅନେକ ସୁଧାର ଆଣିଛି ।70 ପ୍ରତିଶତ ବନ୍ଦୋଵସ୍ତ automatic ହେଇ ଯାଇଛି । ତେଣୁ ଆମକୁ ସିଷ୍ଟମକୁ ରି ଡିଜାଇନ କରିବାକୁ ହେବ । ସରକାର ପାଖେ ରାଜନୈତିକ ଇଛା ଶକ୍ତି ଅଛି. ଅର୍ଥ ସହ ମାନବ ସମ୍ଭଳ ବି ଅଛି, ଲୋକଙ୍କ ପାଇଁ କାମ କରିବାକୁ ଆପଣ ମାନଙ୍କ ଭିତରେ ଦରକାର ଆତ୍ମବିଶ୍ୱାସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-distance-between-the-government-and-the-people-will-be-reduced | Argus News