Historic Baliyatra Cuttack / ଏଥର ଘରେ ବସି ନିଅନ୍ତୁ ଐତିହାସିକ ବାଲିଯାତ୍ରାର ମଜା

Key Points
କଟକ ବାଲିଯାତ୍ରା ହେଉଛି ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା ।
ଏଥର ବାଲିଯାତ୍ରା ଖୁବ୍ ନିଆରା । ଆପଣଙ୍କ ହାତ ପାପୁଲିରେ ରହିବ ବାଲିଯାତ୍ରାର ପ୍ରତ୍ୟେକ ଷ୍ଟଲ, ପ୍ରତ୍ୟେକ ଦୋକାନ । ଘରେ ବସି ନେଇପାରିବେ ବାଲିଯାତ୍ରାର ଦୁଇ ମଞ୍ଚରେ ଚାଲିଥିବା ନାଚ ଗୀତର ମଜା । ରାଜ୍ୟ ବାହାରୁ ଆସିଥିବା ଦୋକାନ ଦେଖିବା ସହ ଲେଜର ଲାଇଟ୍ ସୋ', ଓ୍ୱାଟର ସ୍ପୋର୍ଟସର ମଜା ବି ନେଇପାରିବେ । ଆଉ ଏହି ସମ୍ଭବ କେବଳ ଅର୍ଗସ ଆପ୍ରେ । ଆପଣଙ୍କୁ କେବଳ ଆମ QR କୋଡ୍କୁ ସ୍କାନ କରିବାକୁ ହେବ । ଆଉ ତାପରେ ଆପଣଙ୍କ ହାତ ପାପୁଲିରେ ପହଞ୍ଚିଯିବ ବାଲିଯାତ୍ରାର ଟିକିନିଖି ଖବର । ଏହି ଲିଙ୍କ୍ରେ କ୍ଲିକ୍ କଲେ ବି ଘରେ ବସି ଦେଖିପାରିବେ ବାଲିଯାତ୍ରା ।
https://argusnews.in/bali-yatra-2025
କାର୍ତ୍ତିକ ପୂର୍ଣ୍ଣିମାରୁ ପ୍ରତିବର୍ଷ ଆରମ୍ଭ ହୁଏ ଐତିହାସିକ କଟକ ବାଲିଯାତ୍ରା । କଟକ ବାଲିଯାତ୍ରା ହେଉଛି ଓଡ଼ିଶାର ସର୍ବବୃହତ ତଥା ଦକ୍ଷିଣପୂର୍ବ ଏସିଆର ବୃହତ ବାଣିଜ୍ୟ ମେଳା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଅର୍ଗସ ନ୍ୟୁଜ୍ ହୋଇଛି ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ।
ଓଡ଼ିଶାର ପ୍ରଥମ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଅଫିସିଆଲ୍ ମିଡିଆ ପାର୍ଟନର ହେଉଛି ଅର୍ଗସ ନ୍ଯୁଜ୍ । ଏନେଇ କଟକ ଜିଲ୍ଲା ପ୍ରଶାସନ ସହିତ ଅର୍ଗସ ନ୍ୟୁଜ୍ର ଚୁକ୍ତି ସ୍ଵାକ୍ଷର ହୋଇଛି । ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ଭାବେ ଅର୍ଗସ ନ୍ୟୁଜ୍ରେ ଆପଣ ଐତିହାସିକ କଟକ ବାଲିଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରି ପାରିବେ ।
ହଜାର ହଜାର ବର୍ଷର ପରମ୍ପରାକୁ ଉଜ୍ଜୀବିତ ରଖି କଟକର ମହାନଦୀ ପଠାରେ ଆୟୋଜିତ ହୁଏ ବାଲିଯାତ୍ରା । ଯାହାକି ଓଡ଼ିଶା ସହ ବାଲିର ସମ୍ପର୍କକୁ ପ୍ରତିଫଳିତ କରେ । ଦକ୍ଷିଣ-ଏସିଆର ଦେଶ ସହ ଓଡ଼଼ିଶାର ସୁଦୀର୍ଘ ସମ୍ପର୍କକୁ ମନେ ପକାଏ । ବାଲିଯାତ୍ରା ଆମକୁ ସେହି ନୌବାଣିଜ୍ୟ ଇତିହାସକୁ ଫେରାଇ ନିଏ । ବାଲିଯାତ୍ରା ମାଧ୍ୟମରେ ସୁଦୃଢ଼ ହୁଏ ସଂସ୍କୃତି, ପୁନର୍ଜୀବିତ ହୁଏ ପରମ୍ପରା, ଲୋକକଳାକୁ ମିଳେ ଆଦର, ଐତିହ୍ୟକୁ ମିଳେ ପରିଚୟ । ବାଲିଯାତ୍ରା କରେ କଳିଙ୍ଗର ଶୋଭା ବର୍ଦ୍ଧନ, ପର୍ଯ୍ୟଟନକୁ ଦିଏ ପ୍ରୋତ୍ସାହନ ।
ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ ନଭେମ୍ବର ୧୨ରେ ସରିବ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ ।
କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ପାରମ୍ପରିକ ନୃତ୍ୟ ସାଙ୍ଗକୁ ଭଳିକି ଭଳି ଖାଦ୍ୟ ପସରା ତା' ସହ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ମିଳିଥାଏ । ଦକ୍ଷିଣପୂର୍ବ ଏସିଆର ଏହି ବୃହତ ବାଣିଜ୍ୟିକ ମେଳାରେ ଆପଣଙ୍କ ନିକଟରେ ଅର୍ଗସ ନ୍ୟୁଜ୍ ପହଞ୍ଚାଇବ ଐତିହାସିକ କଟକ ବାଲିଯାତ୍ରାର ସବୁ ଅପଡେଟ୍ । ଖାଦ୍ୟରୁ ନେଇ ପୋଷାକ, ହାତ ତିଆରି ଉପକରଣରୁ ନେଇ ଘର କରଣା ସାମଗ୍ରୀ ସବୁକିଛି ଆପଣ ପାଇବେ ଅର୍ଗସ ନ୍ୟୁଜ୍ରେ ।
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଏକ୍ସକ୍ଲୁସିଭ୍ ମିଡିଆ ପାର୍ଟନର ଭାବେ ଅର୍ଗସ ନ୍ୟୁଜ୍ରେ ବ୍ୟାପକ ମିଡିଆ କଭରେଜ୍ କରାଯିବ । ବାଲିଯାତ୍ରା ପଡ଼ିଆରୁ ସ୍ଵତନ୍ତ୍ର ପ୍ରୋଗ୍ରାମ ଏବଂ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ସାମିଲ ହେବ ଅର୍ଗସ ନ୍ୟୁଜ୍ । ବାଲିଯାତ୍ରା ପଡ଼ିଆରୁ ଲାଇଭ୍ କଭରେଜ୍ ସହ ଡିଜିଟାଲ୍ରେ ବାଲିଯାତ୍ରାର ପ୍ରଚାର ପ୍ରସାର କରିବ ଅର୍ଗସ ନ୍ୟୁଜ୍ । ଅର୍ଗସ ନ୍ୟୁଜ୍ରେ ବାଲିଯାତ୍ରାର ପାରମ୍ପରିକ ମହତ୍ତ୍ଵରୁ କଳାକାର ଓ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ ।
📱 Get Argus News App
✨Related Topics
Explore more stories