ଆଜି ଥିଲା ସେହି ଦିନ, ୨୪ ବର୍ଷର ମହାଦ୍ରୁମକୁ ଓପାଡି ବିଜେପି ଛଡାଇ ନେଇଥିଲା କ୍ଷମତା

Key Points
ଆଜି ଥିଲା ସେହି ଦିନ, ୨୪ ବର୍ଷର ମହାଦ୍ରୁମକୁ ଓପାଡି ବିଜେପି ଛଡାଇ ନେଇଥିଲା କ୍ଷମତା
ବର୍ଷେ ପରେ କଣ ରହିଛି ସ୍ଥିତି ?
ଡବଲ ଇଞ୍ଜିନ ସରକାରର ଦବଦବାକୁ ସମାଲୋଚନା କରିବା ପାଇଁ ନୈତିକ ଅଧିକାର
ନା ରାଜନୈତିକ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ବିଜେଡି ?
ଲଗାତର ୪ଟି ନିର୍ବାଚନରେ ନିମ୍ମଗାମୀ ପରେ କଂଗ୍ରେସ ଟେକି ପାରିବ କି ମୁଣ୍ଡ ?
ବିଜେପିର ବଡ଼ ବିଜୟକୁ ପୁରିଲା ବର୍ଷେ । ଜୁନ ୪୨୦୨୪, ସାଧାରଣ ନିର୍ବାଚନ ଭୋଟ ଗଣତି ସରିଲା ବେଳକୁ, ଗାଦିଚ୍ୟୁତ ହୋଇସାରିଥିଲା ୨୪ ବର୍ଷର ବିଜେଡ଼ି ସରକାର ।
ସେଦିନ ଥିଲା ଐତିହାସିକ ପଟ୍ଟ ପରିବର୍ତ୍ତନର ଦିନ । ନବୀନ ଯୁଗର ହୋଇଥିଲା ଅନ୍ତ । ସ୍ପଷ୍ଟ ବହୁମତ ସହ ବିଜେପିକୁ ମିଳିଥିଲା ସରକାର ଗଠନର ଅଧିକାର । ବିଧାନସଭାରେ ୭୮ ଆସନ ଓ ଲୋକସଭାରେ କେବଳ ଗୋଟିଏ ଆସନକୁ ଛାଡ଼ି ୨୦ ଆସନ ପୋଛି ନେଲା ବିଜେପି । ସତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକଳନ ।
ଓଡ଼ିଶାରେ ହେଲା ଡବଲ ଇଞ୍ଜିନ ସରକାର । ଏକାକୀ ସରକାର କଲା ବିଜେପି । ଜୁନ ୧୨ରେ ଶପଥ ନେଇଥିଲେ ନବ ନିର୍ବାଚିତ ବିଜେପି ସରକାରର ମନ୍ତ୍ରୀ ମଣ୍ଡଳ । ଆଉ ୮ ଦିନ ପରେ ସରକାର ପାଲିବ ବର୍ଷ ପୂର୍ତ୍ତି ଉତ୍ସବ । ଲୋକଙ୍କୁ ବର୍ଷକ କାମର ହିସାବ ଦେବ ନୂଆ ବିଜେପି ସରକାର ।
ସେପଟେ ସରକାର ବିରୋଧୀ ଅଣ୍ଡର କରେଣ୍ଟକୁ ଅନୁଭବ କରିପାରନଥିଲା ବିଜେଡ଼ି । ହୁଏତ ୨୪ ବର୍ଷର ନିରଙ୍କୁଶ କ୍ଷମତା ବିଜେଡ଼ି ଆଗରେ ହାରିବାର ଆଶଙ୍କା କେବେ ଛିଡ଼ା ହିଁ କରିନଥିଲା । ହେଲେ ସବୁ କଳ୍ପନାଜଳ୍ପନାକୁ ଏଡାଇ ଦେଇ ଶାସନ ଗାଦିରୁ ବିଜେଡିକୁ ଓପାଡ଼ି ଫୋପାଡ଼ି ଥିଲେ ଓଡ଼ିଶାବାସୀ । ଏପରିକି ନବୀନ ବି ପ୍ରଥମ ଥର ପାଇଁ ହାରିବାର ସ୍ଵାଦ ଚାଖିଥିଲେ । ନବୀନ, ପାଣ୍ଡିଆନ ଯୋଡ଼ିକୁ ପ୍ରତ୍ୟାଖାନ କରିଥିଲେ ଜନତା ।
୧୦୦ ପାର ଆସନ ଜିତୁଥିବା ଦଳ ଅଧା ଅର୍ଥାତ ବିଧାନସଭାରେ ୫୧କୁ ଖସିଆସିଲା । ଆଉ ଲୋକସଭାରେ ତ ପୁରା ସଫା ହୋଇଗଲା ଶଙ୍ଖ ଚିହ୍ନ । କିନ୍ତୁ ପରାଜୟର କଟୁ ସତ୍ୟକୁ ଏବେ ବି ବିଶ୍ୱାସ କହିପାରୁନି ବିଜେଡ଼ି । ମୁଖ୍ୟ ବିରୋଧୀ ଦଳ ଭାବେ ନୈତିକ ଦାୟିତ୍ଵ ପାଳନ କରିବେ ନା କେବଳ ବିଜେପିକୁ ସମାଲୋଚନା କରି ନିଜ ଅସ୍ତିତ୍ଵ ରକ୍ଷା କରିବେ ତାକୁ ନେଇ ଦ୍ବନ୍ଦରେ ବିଜେଡ଼ି ନେତା । କାରଣ ଶାସନ କ୍ଷମତା ଗଲା ପରେ ଏବେ ବିଜେଡିରେ ଫାଳ ଫାଳ ସ୍ଥିତି ।
ଅନ୍ୟପଟେ ବିଜେଡ଼ି ଓ ବିଜେପି ଲଢେଇ ଭିତରେ କଂଗ୍ରେସକୁ ସିଟରେ କିଛିଟା ଲାଭ ମିଳିଥିଲେ ଭୋଟ ପ୍ରତିଶତ କିନ୍ତୁ ତିନି ପ୍ରତିଶତ କମିଯାଇଥିଲା। ୨୦୦୯ରେ ୨୯ ପ୍ରତିଶତ ଭୋଟ ପାଇଥିବା କଂଗ୍ରେସର ଭୋଟ ହାର ୧୩. ୨୬ କୁ ଖସିଆସିଥିଲା