Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Crime Update / ପୂର୍ବ ଶତୃତାକୁ ନେଇ ଟିଉସନ ସାରଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·8 months ago·2 min read
ପୂର୍ବ ଶତୃତାକୁ ନେଇ ଟିଉସନ ସାରଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

Key Points

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନରେ ଥିବା ଶିଆଳିଘାଟି ପଞ୍ଚାୟତର ମାଙ୍କଡାପାଳ ଗ୍ରାମର ଜଣେ ଟିଉନ୍ ସାରଙ୍କ ଉପରେ ଗୁଳିମାଡ଼।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନରେ ଥିବା ଶିଆଳିଘାଟି ପଞ୍ଚାୟତର ମାଙ୍କଡାପାଳ ଗ୍ରାମର ଜଣେ ଟିଉନ୍ ସାରଙ୍କ ଉପରେ ଗୁଳିମାଡ଼। ତେବେ ସୂଚନା ମୁତାବକ ଚଳିତ ମାସ ଶନିବାର ମାଙ୍କଡାପାଳ ଗ୍ରାମର ଶ୍ରୀକାନ୍ତ ନାଏକଙ୍କ ପୁଅ ସଂଞ୍ଜୟ ନାଏକ ପ୍ରତିଦିନ ଭଳି ଶନିବାର ମଧ୍ୟ ଟିଉସନ୍ ସାରି ରାତି ୯ ଟା ୩୦ ମିନିଟ୍ ସମୟରେ ଘରକୁ ଫେରୁଥିଲେ।ଆଉ ଅଧା ରାସ୍ତାରେ ଚୋରା ବନ୍ଧୁକ ଧରି ଜଗି ବସିଥିଲା ପ୍ରତିଷୋଧ ପରାୟଣ ନର ରାକ୍ଷଶ । ଆଉ ସବୁଦିନ ପାଇଁ ଦୁନିଆଁ ରୁ ଟିଉସନ୍ ସାର  ସଂଞ୍ଜୟ ନାଏକଙ୍କୁ ହଟେଇ ଦେବାକୁ ଚାହୁଁଥିଲା। ତେବେ ଟିଉସନ୍ ସାରି ଘରକୁ ଫେରିବା ବେଳେ ଏକ ନିଛାଟିଆ ଯାଗାରେ ଟିଉସନ୍ ସାର ସଂଞ୍ଜୟ ନାଏକ୍ ଙ୍କ ଉପରେ ଗୁଳିମାଡ କରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଆଉ ଯନ୍ତ୍ରଣା ଛୋଟପଟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଂଞ୍ଜୟ ଗୁଳିମାଡ଼କୁ ଖାତିରି ନକରି ଧର୍ଯ୍ୟର ସହିତ ନିଜ ଫୋନ୍ ରେ ପରିବାର ଲୋକ ଏବଂ ସାଙ୍ଗସାଥୀଙ୍କୁ ଜଣାଇଥିଲେ । ଖବରପାଇ ପ୍ରଥମେ ପରିବାର ଲୋକ ସାଙ୍ଗସାଥୀ ଏବଂ ପରେ ବଡ଼ସାହି ପୋଲିସ୍ ବେତନଟୀ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଆହତ ସଂଞ୍ଜୟ ନାଏକ୍ ଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଥିଲେ। ତେବେ ସେଠାରେ ସଂଞ୍ଜୟ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେସଙ୍ଗେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିଲା । ତେବେ କାହିଁକି ଏବଂ କୋଉ କାରଣ ପାଇଁ ଏଭଳି ଏକ ଜଘନ୍ୟ ଅପରାଧ କରିବାକୁ ବାଛି ନେଇଥିଲା ସନ୍ଦିଗ୍ଧ ଅପରାଧି।ତାହା ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଘଟଣାର ସଂମ୍ପୂର୍ଣ୍ଣ ଖବର ଜଣାପଡ଼ିନଥିବା ବେଳେ ମାଙ୍କଡାପାଳ ଅଙ୍ଗନବାଡ଼ି କେନ୍ଦ୍ର‌ରେ ପାଚିକା ଚୟନ କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ସଂଞ୍ଜୟ ନାଏକ୍ ଙ୍କ କକା ରମାକାନ୍ତ ନାଏକ୍ କହିଛନ୍ତି।ସେପଟେ ପୁଅର ଏଭଳି ଅବସ୍ଥା କୁ ନେଇ ବୃଦ୍ଧ ବାପା ମାଆ ସଂମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।ଆଉ ମାଆ ଆକ୍ଷିର ଲୁହ କହୁଛି ମୋ ପୁଅକୁ ନ୍ୟାୟ ମିଳୁ । ଦୋଷୀ କୁ ଦଣ୍ଡ ମିଳୁ । ତେବେ ଗାଁ ଦାଣ୍ଡରେ ଗୁଳିମାଡ଼ କୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେବେ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଏବଂ ବଡସାହି ପୋଲିସ୍ ବେତନଟୀ ଏସଡିପିଓ ତଦନ୍ତ ଚଳାଇଥିବା ବେଳେ ଅଙ୍ଗନବାଡ଼ି ଦିଦିଙ୍କ ଦୁଇପୁଅ ରାଜେନ୍ଦ୍ର ନାଏକ,ବିଜୟ ନାଏକ ଏବଂ ସେହି ଗ୍ରାମରୁ ଅନ୍ୟ ତିନିଜଣଙ୍କୁ ଥାନା ରେ ଅଟକ୍ ରଖି ପଚରାଉଚରା କରିବା ସହିତ ଏହି ଗୁଳି ମାଡ ଘଟଣାରେ ବ୍ୟବହୃତ ବନ୍ଧୁକ କୋଉଠୁ ଆସିଲା ଏବଂ କିଏ ଏହି ଚୋରା ବନ୍ଧୁକ କାରବାରର ମୁଖ୍ୟ।

ତାକୁ ଠାବ କରିବା ପାଇଁ ବେତନଟୀ ଏସଡିପିଓ ମିନତୀ ବିଶ୍ବାଳ ଙ୍କ ନେତୃତ୍ବରେ ଏକ ଟିମ୍ ଗତକାଲି ମାଙ୍କଡାପାଳ ଗ୍ରାମ ସମେତ ଅନେକ ଯାଗାରେ ଚଢାଉ କରିବା ସହିତ ତଦନ୍ତ କୁ ବ୍ୟାପକ କରାଯାଇଛି । ତେବେ ସଂମ୍ପୂର୍ଣ୍ଣ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନା କୁ ଆସିବ ବୋଲି ଏସଡିପିଓ ମିନତୀ ବିଶ୍ବାଳ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime Update | Tuition Teacher Shot Over Past Enmity, Critical in Hospital | Argus News