Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର

Odisha

ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର

Key Points

ସୋରରେ ଘର ମାଲିକଙ୍କୁ ହାଣି ଲୁଟ୍

ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର

ବାଲେଶ୍ବର ଜିଲ୍ଲା ସୋରରେ ଘର ମାଲିକଙ୍କୁ ହାଣି ଲୁଟ୍ । ଡକାୟତଙ୍କ ଭୁଜାଲି ଆକ୍ରମଣରେ ଘର ମାଲିକ ସମେତ ଦୁଇ ଗୁରୁତର । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତରେଶ୍ୱର ଅନ୍ନପୂର୍ଣ୍ଣା ରାଇସ ମିଲର ଆୟୁର୍ବେଦିକ ଡାକ୍ତର ତପନ ଦାସଙ୍କ ପରିବାର ସହ ଭଦ୍ରକ ଯାଇଥିଲେ l ବିଳମ୍ବିତ ରାତିରେ ଫେରି ଘର ତାଲା ଖୋଲା ଥିବାରୁ ସନ୍ଦେହ କରି ପରିବାର ଲୋକ ଘରକୁ ପଶିଥିଲେ l ଅନ୍ଧାରର ସୁଯୋଗ ନେଇ ଜଣେ ଡକାୟତ ସୁନା ଗହଣା ନେଇ ଖସିଯିବା ବେଳେ ଡାକ୍ତର ଦାସ ଓ ତାଙ୍କ ପୁତୁରା ଦୀପକ ଡକାୟତକୁ ଧରିଛନ୍ତି।


ତେବେ ଡକାୟତକୁ ଧରିବା ବେଳେ ଡକାୟତ ଦୀପକଙ୍କ ହାତକୁ କାମୁଡିବା ସହିତ ଭୁଜାଲିରେ ଡାକ୍ତର ଦାସଙ୍କ ମୁଣ୍ଡକୁ ଆକ୍ରମଣ କରି ଗୁରୁତର କରିଥିଲେ l କିନ୍ତୁ ଗୁରୁତର ହୋଇ ମଧ୍ୟ ଡକାୟତକୁ କାବୁ କରି ପଡୋଶୀଙ୍କୁ ଡ଼ାକ ପକାଇବାରୁ ପଡୋଶୀ ମାନେ ଆସି ଡକାୟତକୁ କାବୁ କରି ପୋଲିସ ର ଜିମା ଦେଇଛନ୍ତି l ସୋର ପୋଲିସ ତଦନ୍ତ ଆରମ୍ଭ କରିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
two-people-including-the-homeowner-seriously-injured-in-a-robbery-attack-by-robbers | Argus News