Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲି ନେଇଥାନ୍ତେ ଅବସର, ଆଜି ହେଲା ରେଡ୍...ଭୟରେ ଝରକାରୁ ଫିଙ୍ଗିଦେଲେ ବିଡା ବିଡା ନୋଟ୍

Smruti Parija
Browse all articles by Smruti Parija
·1 year ago·3 min read
କାଲି ନେଇଥାନ୍ତେ ଅବସର, ଆଜି ହେଲା ରେଡ୍...ଭୟରେ ଝରକାରୁ ଫିଙ୍ଗିଦେଲେ ବିଡା ବିଡା ନୋଟ୍

Key Points

କୁବେର ମୁଖ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ

RD ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥଙ୍କ ୭ ଠିକଣାରେ ଚଢଉ

ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଳା ୨ କୋଟିରୁ ଅଧିକ ନଗଦ ଟଙ୍କା

ଭିଜିଲାନ୍ସକୁ ଦେଖି ଝରକା ବାଟେ ଫିଙ୍ଗିଦେଲେ 500 ଟଙ୍କିଆ ନୋଟ ବିଡ଼ା

ଦେଢ କୋଟିର ବୀମା ଓ ସେୟାର ବଜାରରେ ଲାଗିଛି ୨.୭ କୋଟିର ପୁଞ୍ଜି

କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ହିସାବ କରି ଭିଜିଲାନ୍ସ ଅଧିକାରୀ ବି ଗଲେ ଥକି

ଭିଜିଲନ୍ସ ଅଧିକାରୀଙ୍କୁ ଦେଖି ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ବଣ୍ଡଲ ଫିଙ୍ଗିଦେଉଥିଲେ କିନ୍ତୁ ଧରାପଡ଼ିଗଲା ଭିଜାଲାନ୍ସ ଅଖିରେ । ଇଏ କିଛି ବି ନୁହେଁ ଘର ଭିତରୁ ଯେଉଁ ପରିମାଣରେ ଟଙ୍କା ବିଡ଼ା ବାହାରିଲା ତାହା ଦେଖି ଖୋଦ୍ ଭିଜିଲାନ୍ସ ଅଧିକାରୀ ବି ତାଜୁବ୍ ହୋଇଗଲେ। ଏତେ ଯେ ହାତରେ ଗଣିବା ସମ୍ଭବ ହେଲାନି। ମଗାଯାଇଥିଲା ଟଙ୍କା ଗଣିବା ମେସିନ୍। ଭୁବନେଶ୍ୱର PDN ଏକ୍ସଟିକା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ରୋଡ଼ ପ୍ଲାନ୍ସ ଚିଫ ଇଞ୍ଜିନିୟର ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଫ୍ଲାଟରୁ କୋଟିଏରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ଇଏ ତ କେବଳ କୁବେର ଯନ୍ତ୍ରୀଙ୍କର ଗୋଟିଏ ଠିକଣା ଏକାସଙ୍ଗରେ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିଲା ଚଢଉ। ଅନୁଗୁଳ ଓ ଭୁବନେଶ୍ୱରର ୩ଟି ସ୍ଥାନ ଏବଂ ପିପିଲିର ଗୋଟିଏ ସ୍ଥାନରେ ଭିଜିଲାନ୍ସ କରିଛି ରେଡ୍ । ଭୁବନେଶ୍ୱର PDN ଏକ୍ସଟିକା ଫ୍ଲାଟ ସମେତ ପିପିଲି ଭୁବନେଶ୍ବର- ପୁରୀ ଜାତୀୟ ରାଜପଥ କଡ଼ରେ ଥିବା ଫ୍ଲାଟ୍ ଏବଂ ଅନୁଗୁଳ କାରଡ଼ାଗାଡ଼ିଆସ୍ଥିତ ୨ ମହାଲା ବିଶିଷ୍ଟ କୋଠା। ଚଢଉରୁ ଭିଜିଲାନ୍ସ ମିଳିଥିବା ସମ୍ପତ୍ତି ମଧ୍ୟରେ ରହିଛି । 


ଏବେ ନଜର ପକାନ୍ତୁ ବିଗତ ଦିନରେ ଧରାପଡ଼ିଥିବା ଏହି ପରି ଆଉ କିଛି କୁବେର ସରକାରୀ ବାବୁଙ୍କ ଉପରେ। ଯେଉଁମାନଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକରୀ ହୋଇଯାଇଥିଲେ ତାଜୁବ ।


ପ୍ରଦୀପ କୁମାର ରଥ, ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନରେ ଏ ବାବୁ ଥିଲେ ଆଡିସନାଲ ଚିଫ୍ ଇଞ୍ଜିନିୟର। ତାଙ୍କ ଘରେ ଭିଜିଲାନ୍ସ ଚଢାଉରୁ ମିଳିଥିଲା ୧୦କୋଟି ୩୭ ଲକ୍ଷ୯ ହଜାର ୩୭୦ କୋଟି ଟଙ୍କାର ସମ୍ପତ୍ତି। ଯେଉଁଥିରେ ସାମିଲ ଥିଲା ୨ଟି ବହୁ ତଳ କୋଠା, ୩ଟି ଫ୍ଲାଟ୍, ଭୁବନେଶ୍ବରରେ ୫୦ ଟି ପ୍ଲଟ୍‍ ଗୋଟିଏ ମେଡିସିନ୍ ଷ୍ଟୋର, ଗୋଟିଏ କ୍ରସର ୟୁନିଟ୍‍ ୧ କେଜି ସୁନା ଓ ଆହୁରି କେତେ କଣ।


ପ୍ରସନ୍ନ କୁମାର ସ୍ବାଇଁ, ଭଞ୍ଜନଗର ଇରିଗେସନ୍ ଡିଭିଜନର ଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଏ ମହାଶୟଙ୍କ ଠିକଣାରୁ ଭିଜିଲାନ୍ସ ଚଢଉରେ ମିଳିିଥିଲା ୮କୋଟି ୧୧ ଲକ୍ଷ ୩୮ ହଜାର ୬୧୪ କୋଟି ଟଙ୍କାର ସମ୍ପତ୍ତି। ଯେଉଁଥିରେ ରହିଥିଲା ୬ଟି ବହୁତଳ କୋଛଠା, ୬ଟି ଚଢା ମୂଲ୍ୟର ପ୍ଲଟ୍ ଓ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ସହ ୨୦୦ ଗ୍ରାମ୍ ସୁନା ଆଉ ଆହୁରି ଅନେକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତାରା ପ୍ରସାଦ ମିଶ୍ର, ଭୁବନେଶ୍ବର ରୋଡ୍ ଓ ବିଲଡିଂ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଥିବା ଏହି ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। ଭୁବନେଶ୍ବର, ଝାରସୁଗୁଡ଼ା ଓ ରାଞ୍ଚିରେ ୧୧ଟି ଦାମୀ ଫ୍ଲାଟ୍‍ ସହ ଭୁବନେଶ୍ବରରେ ଏକ ୪ ମହାଲା କୋଠା, ୭ଟି ପ୍ଲଟ୍‍ ୩ କୋଟି ଟଙ୍କାର ଜମା ଓ ଅଢଇ କେଜି ସୁନା ସମେତ ୭କୋଟି, ୨୭ ଲକ୍ଷ, ୪୯ ହଜାର ୨୧୫ ଟଙ୍କାର ସମ୍ପତ୍ତ ଠାବ କରିଥିଲା ଭିଜିଲାନ୍ସ।


ରାଜ୍ୟରେ ନୂଆ ସରକାର ଗଠନ ପରେ ଦୁର୍ନୀତିକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଜେପି ସରକାର ଗଠନ ପରେ ଦୁର୍ନୀତି ଓ ଲାଞ୍ଚ ଖୋର ଅଫିସରଙ୍କ ଉପରେ ବିଜିଛି ଭିଜିଲାନ୍ସ ଛାଟ। ଗତ ଜୁନରୁ ଡିସେମ୍ବର ମଧ୍ୟରେ ୨୦୦ରୁ ଅଧିକ ଦୁର୍ନୀତି ମାମଲା ପଞ୍ଜିକରଣ ହୋଇଛି । ଏଥିରେ ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟମାନେ ସାମିଲ ଅଛନ୍ତି । ୫୦ ଜଣ କ୍ଲାସ -୧ ଅଧିକାରୀଙ୍କ ବିରୋଧରେ ହୋଇଛି ମାମଲା ରୁଜୁ ।


ଏଥିରେ ମୁଖ୍ୟଯନ୍ତ୍ରୀ, ଅବକାରୀ ଜଏଣ୍ଟ କମିଶନର, ମତ୍ସ୍ୟ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ, ସିଟି ଜିଏସଟିର ଅତିରିକ୍ତ ଆୟୁକ୍ତ, ଜେଲ ଅଧିକ୍ଷକ, ସବ କଲେକ୍ଟର, ତହସିଲଦାର, ବିଡିଓ, ସିଏସଓ ଆଦି ସାମିଲ ଅଛନ୍ତି। ୧୯ଜଣ ଯନ୍ତ୍ରୀ, ୨୨ ଜଣ ରାଜସ୍ବ ଅଧିକାରୀ, ୨୦ ଜଣ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା କର୍ମଚାରୀ, ୯ ଜଣ ପୋଲିସ ଅଧିକାରୀ, ୫ ଡାକ୍ତର, ୩ ବନ୍ ବିଭାଗ ଅଧିକାରୀଙ୍କୁ ଗିରଫ କରାଯାଇଛି।

Sponsored
vigilance-department-seizes-indian-rupee25-cr-unaccounted-cash-assets-from-odisha-chief-engineer-baikunthanath-sarangi | Argus News