Vigilance raid / ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ, ଇଡି ମାଗିଲା ତଥ୍ୟ
·4 months ago·2 min read

Key Points
ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ
୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ
ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି
୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ
ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି
ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ। ୭ ଦିନିଆ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଭିଜିଲାନ୍ସକୁ ସମସ୍ତ ତଥ୍ୟ ମାଗିଲା ଇଡି । ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢ଼ାଉ ବେଳେ ମିଳିଥିଲା ୪ କୋଟି କ୍ୟାସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଦେବବ୍ରତ ମହାନ୍ତି ।
ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଥିଲା ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।
ମାସିକ ୮ ହଜାର ଟଙ୍କା ଦରମାରେ ୨୦୦୪ରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଦେବବ୍ରତ। ବଲାଙ୍ଗୀରରେ ଜୁନିୟର ମାଇନିଂ ଅଫିସର ଭାବେ ଚାକିରି ଆରମ୍ଭ କରିଥିଲେ । ଚଳିତବର୍ଷ ଜାନୁଆରୀ ୭ରେ କଟକରେ ଡେପୁଟି ଡାଇରେକ୍ଟର ମାଇନ୍ସ ଭାବେ ଯୋଗ ଦେଇଥିଲେ । କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଦଶପଲାର ମେଜର ଓ ମାଇନର ମିନେରାଲ ବାବୁଙ୍କ ଅଧୀନରେ ଥିଲା । ୨୦୨୮ ମେ'ରେ ନେଇଥାନ୍ତେ ଅବସର ହେଲେ ତା ପୂର୍ବରୁ ଲାଞ୍ଚ ମାମଲାରେ ଜେଲ ହାଜତକୁ ଯାଇଛନ୍ତି ଦେବବ୍ରତ।
ଭିଜିଲାନ୍ସ ଚଢ଼ାଉରେ ଆଜିଯାଏଁ ଜବତ ହୋଇଥିବା ନଗଦ ଟଙ୍କାର ସର୍ବକାଳୀନ ରେକର୍ଡ । ପୂର୍ବରୁ ଏକଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କଠାରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା, ନବରଙ୍ଗପୁରର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ଟଙ୍କା, RW ବିଭାଗ ମୁଖ୍ୟ ଯନ୍ତ୍ରୀ, ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରୁ ୨କୋଟି ୫୬ଲକ୍ଷ ଟଙ୍କା, ମାଲକାନଗିରି ଜଳସମ୍ପଦ ବିଭାଗ ପିଡି ଶାନ୍ତନୁ ମହାପାତ୍ରଙ୍କ ୨ କୋଟି ୮ ଲକ୍ଷ ଟଙ୍କା ଓ ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ୧ କୋଟି ୬୪ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସ୍ବାଭାବିକ ଭାବେ ସନ୍ଦେହ ହେଉଛି, ସରକାରୀ ପଦପଦବୀର ଦୁରୂପଯୋଗ କରି ନିଜସ୍ବ ବ୍ୟାଙ୍କ ବାଲାନ୍ସ ବଢ଼ାଇଛନ୍ତି ଏହି ବଡ଼ ବାବୁ ।
ଏଥିସହ ପଢ଼ନ୍ତୁ: ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍, 4 କୋଟି ଜବତ୍, ଲାଞ୍ଚୁଆ ଖଣି ଉପନିର୍ଦ୍ଦେଶକ ଗିରଫ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories