Hirakud Dam / ବଢ଼ୁଛି ଜଳସ୍ତର: ୧୬ ଟି ଗେଟ ଦେଇ ଜଳ ନିଷ୍କାସନ

Key Points
ହୀରାକୁଦ ଜଳଭଣ୍ତାର ୧୬ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ବାମ ପଟେ ୧୧ ଟି ଓ ଡାହାଣ ପଟେ ୫ ଟି ଗେଟ ଖୋଲିଛି ।
ହୀରାକୁଦ ଜଳଭଣ୍ତାର ୧୬ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ବାମ ପଟେ ୧୧ ଟି ଓ ଡାହାଣ ପଟେ ୫ ଟି ଗେଟ ଖୋଲିଛି । ବତ୍ତମାନ ଜଳସ୍ତର ୬୨୯.୨୧ ଫୁଟ ରହିଛି । ସେକେଣ୍ତ ପ୍ରତି ୧ ଲକ୍ଷ ୪୬ ହଜାର ୯୧୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ମୋଟ ୧୬ ଟିରେ ଗେଟରେ ୨ ଲକ୍ଷ ୯୭ ହଜାର ୯୭ ହଜାର ୭୩୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ତରୁ ବର୍ଷା ଗତ କାଲି ସଂଧ୍ୟା ଠୁ ବନ୍ଦ ହୋଇଛି । ଛତିଶଗଡ ବର୍ଷା ପାଣି ଆଜି ସଂଧ୍ୟା ହୀରାକୁଦ ଡ୍ୟାମକୁ ପହଁଞ୍ଚି । ଜଳ ପ୍ରଵେଶ ନେଇ ସ୍ଥିତି ଅନୁଧ୍ୟାନ କରି ହୀରାକୁଦ ଗେଟ ଖୋଲାଯିବ କି ନାହିଁ ନିଷ୍ପତ୍ତି ହେବ ।
ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ବଢୁଛି ହୀରାକୁଦ ଜଳସ୍ତର । ହୀରାକୁଦ ଜଳଭଣ୍ଡାରରୁ ଖୋଲିଛି ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଖୋଲା ଯାଇଛି ଗେଟ୍ ।
ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ସେପଟେ, ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏହାସହ ଏଥର ଦଶହରା ଭିଜିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories