Weather Alert / ବାପ୍ରେ ବାପ୍ କି କୁହୁଡ଼ି ! ଘରୁ ବାହାରିଲେ କିଛି ଦିଶୁନି.. ଦେଖନ୍ତୁ ଭିଡିଓ

Key Points
୨୫ ରୁ ୨୬ ତାରିଖ ଭିତରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି ।
ଭୁବନେଶ୍ୱରରେ ରବିବାର ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ରାସ୍ତାରେ ଘାଟ ଗଛ ପତ୍ର କିଛି ଦେଖାଯାଉନଥିଲା । ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି । କିଛି ଯାଗାରେ ଗାଡ଼ି ଚାଳକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ନଜିର ରହିଛି । କୁଡୁଡ଼ିର ପରିମାଣ ଏତେ ଥିଲା ଯେ ୫୦ ମିଟର ବି ଠିକ୍ରେ ଦେଖାଯାଉନଥିଲା । କିଛି ସ୍ଥାନରେ ଦୃଶ୍ୟତା ୫୦ ମିଟରରୁ କମ୍ ମଧ୍ୟ ରହିଥିଲା । ସମ୍ପୂର୍ଣ୍ଣ ରାଜଧାନୀ ଧଳା କୁହୁଡିର ଚାଦର ଭିତରେ ଘୋଡ଼ାଇ ହୋଇ ରହିଥିଲା ।
ଅନ୍ୟପଟେ ଓଡ଼ିଶା ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ । ଡିସେମ୍ବର ୨ ତାରିଖରେ ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଆମେରିକୀୟ ପାଣିପାଗ ମଡେଲ୍ GFSର ଏମିତି ଆକଳନ, ପୁଣି ରାଜ୍ୟବାସୀଙ୍କ ମନରେ ଛନକ ପଶିଛି । ଏବେ ଧାନ ଅମଳ ଋତୁ ଚାଲିଥିବା ବେଳେ ବାତ୍ୟା ବିପତ୍ତି ଆଣିପାରେ। ଏକାଧିକ ପାଣିପାଗ ମଡେଲ୍ ବାତ୍ୟା ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ପୂର୍ବାନୁମାନ କରୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇସାରିଛି । ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ । ୨୫ ରୁ ୨୬ ତାରିଖ ଭିତରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି ।
ଏବେ ସୁଦ୍ଧା ଆସିଥିବା ଖବର ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟାରେ ନେବ ଅବପାତର ରୂପ । ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ ବାତ୍ୟା। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁଙ୍କ ଆକଳନ ଅନୁସାରେ ମାଲାସ୍କା ସହ ଶ୍ରୀଲଙ୍କା ଉପକୂଳରେ ବି ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି ।
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଅନୁସାରେ ବାତ୍ୟା ନେଇ ୨୫ ବା ୨୬ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ। ବାତ୍ୟାର ଗତିପଥ ଏବଂ ଓଡ଼ିଶା ଉପରେ ପ୍ରଭାବ ନେଇ ଆଉ ୨ ଦିନ ପରେ ଜଣାପଡ଼ିବ। ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ ୧୦୦ ବର୍ଷର ରେକର୍ଡ କହୁଛି ନଭେମ୍ବର ୧୫ ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡିଶା ଉପରେ ପଡ଼ିନାହିଁ ।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କିନ୍ତୁ ଏଯାଏଁ ବାତ୍ୟା ନେଇ କରିନାହିଁ କୌଣସି ଆକଳନ । ତେବେ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଚାଷୀମାନେ ସତର୍କ ରହିବା ସହ ଅମଳକ୍ଷମ ଧାନ କାଟି ଆଣିବାକୁ ପରାମର୍ଶ ଦିଆଯାଇଛି।
📱 Get Argus News App
✨Related Topics
Explore more stories